ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଡବିଲ: ପୁରୁଣା ବସ୍‌ଷ୍ଟାଣ୍ଡରେ ଯୁବକକୁ ଛୁରାମାଡ଼, ଅତର୍କିତ ଆକ୍ରମଣରେ ଆକବର ଗୁରୁତର
  • ||
  • ଇଡିରେ ହାଜର ହେଲେ ଅର୍ଚ୍ଚନାଙ୍କ ଆରକିଟେକ୍ଟ, ଆର୍ଥିକ କାରବାର ନେଇ ହୋଇପାରେ ଜେରା
  • ||

କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ୍‌ଏମ୍ କ୍ରିଷ୍ଣା ଏବେ ଡାକ୍ତରଖାନାରେ ଚିକିତ୍ସିତ, କେମିତି ଅଛି ଅବସ୍ଥା ?

26/09/2022 at 9:12 PM

ବେଙ୍ଗାଲୁରୁ: କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ୍‌ଏମ୍ କ୍ରିଷ୍ଣା ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଶ୍ୱସନ ତନ୍ତ୍ରରେ ସଂକ୍ରମଣ ଯୋଗୁ ତାଙ୍କୁ ଗତକାଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କୁ ଚିକିତ୍ସା ପାଇଁ ଅକ୍ସିଜେନ୍‌ ସପୋର୍ଟରେ ରଖାଯାଇଛି।

ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ସୂଚନା ହସ୍‌ପିଟାଲ ପକ୍ଷରୁ ସୂଚନା ମିଳିଛି। । ସେ କହିଛନ୍ତି”ଏସ୍‌ଏମ୍ କୃଷ୍ଣା ମଣିପାଲ ହସ୍‌ପିଟାଲ୍‌ରେ ଆଡମିସନ ହୋଇଛନ୍ତି। ତାଙ୍କର ଶ୍ୱସନ ତନ୍ତ୍ରରେ ସଂକ୍ରମଣ ହୋଇଛି। ସେ ବର୍ତ୍ତମାନ ବେଶି ଚିନ୍ତାଶୀଳ ନାହାନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ଡ. କେ ସୁଧାକରଣ ତାଙ୍କର ଖବର ବୁଝୁଛନ୍ତି।”

ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ମଧ୍ୟ ଏସ୍ଏମ୍‌ କୃଷ୍ଣାଙ୍କୁ ଫୋନ୍ କରି ତାଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି। ସେ ସୁସ୍ଥ ହେଉଛନ୍ତି। ଦୁଇରୁ ତିନ ଦିନ ଭିତରେ ଡାକ୍ତରଖାନାରୁ ଡିସ୍‌ଚାର୍ଜ ହୋଇପାରନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।  

ସେ ଆହୁରି କହିଛନ୍ତି ଯେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଜ୍ୱାର ହେବା ପରେ ତାଙ୍କୁ ବୈଦେହୀ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଶ୍ୱାସକ୍ରିୟାରେ ସମସ୍ୟା ହେବା ପରେ ତାଙ୍କୁ ତୁରନ୍ତ ମହିପାଲ ହସ୍‌ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା। ସେ ଏବେ ସୁସ୍ଥ ହେଉଛନ୍ତି। ଚିନ୍ତା କରିବାର କୌଣସି କାରଣ ନାହିଁ ବୋଲି ବୋମାଇ କହିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦିୟୁରପ୍ପା ମଧ୍ୟ ଡାକ୍ତରଖାନା ଯାଇ କୃଷ୍ଣାଙ୍କୁ ଭେଟିଛନ୍ତି।   

ସୂଚନା ଥାଉକି,  ଏସ୍‌ଏମ୍‌ କୃଷ୍ଣା କର୍ଣ୍ଣାଟକର ୧୬ ତମ ମୁଖ୍ୟମନ୍ତ୍ରୀ ଭାବେ ୧୯୯୯ ଅକ୍ଟୋବର ୧୧ରୁ ୨୦୦୪ ମେ ୨୮ ପର୍ଯ୍ୟନ୍ତ ଦାୟିତ୍ୱ ସମ୍ଭାଳିଥିଲେ। ୯୦ ବର୍ଷୀୟ କୃଷ୍ଣା ମହାରାଷ୍ଟ୍ର ରାଜ୍ୟପାଳ ରହିସାରିଛନ୍ତି। ତା ଛଡ଼ା ମନମୋହନ ସିଂହଙ୍କ ସରକାର ସମୟରେ ୨୦୦୯ରୁ ୨୦୧୨ ପର୍ଯ୍ୟନ୍ତ ସେ ବୈଦେଶିକ ବ୍ୟାପାର ମନ୍ତ୍ରୀ ବି ରହିଥିଲେ। ତେବେ ୨୦୧୭ରେ ସେ ବିଜେପିରେ ଯୋଗ ଦେଇଥିଲେ।

 

   Related Posts