ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷଙ୍କ ନିଖୋଜ ପୁଅ ଉଦ୍ଧାର
14/01/2023 at 10:16 PM

ଲମତାପୁଟ ୧୪/୦୧: ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କ ନିଖୋଜ ପୁଅ ଉଦ୍ଧାର। ଲମତାପୁଟ ବ୍ଲକ ଗୁନେଇପଡା ଗାଁ ପାଖରୁ ତାଙ୍କୁ ଉଦ୍ଧାର କରାଯାଇଛି। ଖବର ଅନୁସାରେ ରାୟଗଡ଼ାର ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ବିଜୟ ଗୋମାଙ୍ଗଙ୍କ ପୁଅ ଆସୁତୋଶ ନିଖୋଜ ହୋଇଯାଇଥିଲେ। ଏନେଇ ଜାନୁଆରୀ ୮ ରେ ରାୟଗଡ଼ା ଥାନାରେ ଅଭିଯୋଗ ହୋଇଥିଲା।
ଶନିବାର ଜଙ୍ଗଲରୁ ବାହାରି ଆସୁତୋସ ଗୁନେଇପଡା ପାଖରେ ପହଞ୍ଚିଥିଲେ। ପରେ ସ୍ଥାନୀୟ ଯୁବକମାନେ ତାଙ୍କୁ ଉଦ୍ଧାର କରି ଲମତାପୁଟରେ ରହୁଥିବା ତାଙ୍କ ମାମୁ ତଥା ଅତିରିକ୍ତ ଫରେସ୍ଟ ରେଞ୍ଜର ଡମ୍ବରୁ ଗମାଙ୍ଗଙ୍କ ପାଖକୁ ନେଇଥିଲେ। ସେଠାରୁ ତାଙ୍କ ପରିବାର ଲୋକ ଆସି ତାଙ୍କୁ ନେଇଛନ୍ତି।
ରାଜନୈତିକ ଅକ୍ରୋଶ ରଖି ଆସୁତୋଶଙ୍କୁ ଅପହରଣ କରାଯାଇଥିବା ତାଙ୍କ ଭାଇ କହିଛନ୍ତି। ପୂର୍ବରୁ ମଧ୍ୟ ଆସୁତୋଶଙ୍କ ସହିତ ତାଙ୍କ ବାପା ମାଆଙ୍କୁ ଏଭଳି ଧମକପୂର୍ଣ୍ଣ ଚିଠି ମିଳୁଥିବା ସେ କହଛନ୍ତି। ଗୁଣୁପୁର ଥାନାରେ ଏଥିପାଇଁ ଅଭିଯୋଗ ମଧ୍ୟ ହୋଇଥିଲା।