ଭୋଟରଙ୍କୁ ପ୍ରଭାବିତ କରିବାକୁ ମନ୍ତ୍ରୀ ବାଣ୍ଟିଥିଲେ ନକଲି ପଟ୍ଟା
28/05/2018 at 4:05 AM

ଭୋଟ ପାଇଁ ଚଚଂକତା।ପଂଚାୟତ ଓ ସାଧାରଣ ନିର୍ବାଚନ ପୂର୍ବରୁ ଭୋଟରଙ୍କୁ ପ୍ରଭାବିତ କରିବାକୁ ମନ୍ତ୍ରୀ ବାଣ୍ଟିଥିଲେ ନକଲି ପଟ୍ଟା।ଏପରି ସାଂଘାତିକ ଅଭିଯୋଗ ଆସିଛି ତତ୍କାଳୀନ ମନ୍ତ୍ରୀ ତଥା ଜୟପୁରର ପୂର୍ବତନ ବିଧାୟକ ରବି ନନ୍ଦଙ୍କ ବିରୋଧରେ।ଅଭିଯୋଗ ଅନୁସାରେ ଜୟପୁର ତହସିଲର ୧୦ ହଜାରରୁ ଉର୍ଦ୍ଧ ଲୋକଙ୍କୁ ଏପରି ପଟ୍ଟା ବଣ୍ଟା ଯାଇଥିବା ବେଳେ ଏ ସବୁ ପଟ୍ଟା ଏବେ କାମରେ ଆସୁନଥିବାରୁ ହିତାଧିକାରୀ ସରକାରୀ ସୁବିଧା ସୁଯୋଗ ପାଇବାରୁ ବଂଚିତ।ଏହାକୁ ନେଇ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଆନ୍ଦୋଳନ ଚେତାବନୀ ଦେଇଥିବା ବେଳେ ଅଭିଯୋଗକୁ ଭିତ୍ତିହୀନ କହିଛନ୍ତି ରବି ନନ୍ଦ।
ଜୟପୁର ଉପଖଣ୍ଡ ମୁଖୀ ଖୁଡୁପି ଗାଁର ଶ୍ୟାମ ସୁନ୍ଦର ସୌରା।ଭୂମୀ ହୀନଙ୍କୁ ଘର ଢିଅ ପ୍ରଦାନ ସ୍କିମରେ ସରକାରଙ୍କ ଠାରୁ ଗୋଟିଏ ସେଣ୍ଟ ଜମି ୭ ବର୍ଷ ତଳୁ ପାଇଛନ୍ତି।ପାଖରେ ପଟ୍ଟା ବି ଅଛି।ହେଲେ ଏହି ପଟ୍ଟା ଧରି ସେ ୭ ବର୍ଷ ହେଲା ବୁଲୁଛନ୍ତି ସିନା ଘର ଢିଅ ଚିହ୍ନଟ ହୋଇ ପାରୁ ନାହିଁ।ଆଉ ଇଏ ହେଉଛନ୍ତି ସେହି ଗାଁର ପିତାମ୍ବର ଝରା।ସେହି ଏକ ବର୍ଷ ପିତାମ୍ବର ବି ଘର ଢିଅ ପଟ୍ଟା ପାଇଛନ୍ତି। ପାଖରେ ପଟ୍ଟା ସହ ଘର ଢିଅ ବି ଅଛି।ହେଲେ ପାଖରେ ସବୁ ଥାଇ ବି ଘର ନିର୍ମାଣ କରିବାକୁ ବ୍ୟାଙ୍କ ଲୋନ୍ ଦେବାକୁ ମନା କରୁଛି।କାରଣ ଏ ସମସ୍ତ ପଟ୍ଟା ଜାଲ୍।ଏହି ପଟ୍ଟା ପ୍ରଦାନ କରିବାର କୌଣସି ପ୍ରମାଣ କି ତଥ୍ୟ ଜୟପୁର ତହସିଲଦାରଙ୍କ ରେକର୍ଡ ରୁମରେ ନାହିଁ।କେବଳ ପିତାମ୍ବର କି ଶ୍ୟାମ ସୁନ୍ଦର ଏପରି ପଟ୍ଟା ପାଇଛନ୍ତି ତାହା ନୁହେଁ,ମୁଖୀ ଖୁଡୁପି ଗାଁ ସହ ଜୟପୁର ତଦସିଲର ଫାମ୍ପୁଣୀ,ବାରଂଗପୁଟ,ଚାନ୍ଦିଲି,ବଡ ପାର୍,ଡଂଗର ଛିଂଚି,ଭଟା ଛିଂଚି ଗାଁର ୧୦ ହଜାର ଲୋକ ଏପରି ପଟ୍ଟା ପାଇ ଠକାମୀର ଶୀକାର ହୋଇଥିବା ଅଭିଯୋଗ ହୋଇଛି।