scan steel
web-baneer-728x90
WhatsApp Image 2023-12-06 at 12.52.17
krs-728-90-banner english-2
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଇଟାଲୀର ପୂର୍ବତନ ପ୍ରଧାନମନ୍ତ୍ରୀ ସିଲ୍‌ଭିଓ ବର୍ଲୁସ୍କୋନୀଙ୍କ ପରଲୋକ, ତିନି ଥର ହୋଇଥିଲେ ପ୍ରଧାନମନ୍ତ୍ରୀ

12/06/2023 at 5:47 PM

ନୂଆଦିଲ୍ଲୀ, ୧୨/୦୬: ୟୁରୋପୀୟ ଦେଶ ଇଟାଲୀର ପୂର୍ବତନ କୋଟିପତି ପ୍ରଧାନମନ୍ତ୍ରୀ ତଥା ମିଡିଆ ଟାଇକୁନ୍‌ ସିଲ୍‌ଭିଓ ବର୍ଲୁସ୍କୋନୀଙ୍କ ପରଲୋକ। ମୃତ୍ୟୁ ବେଳକୁ ବର୍ଲୁସ୍କୋନୀଙ୍କୁ ୮୬ ବର୍ଷ ହୋଇଥିଲା। ସେ ଦୀର୍ଘ ଦିନ ଧରି ଲୁକୋମିୟାରେ ପୀଡ଼ିତ ଥିଲେ। ତାଙ୍କୁ ଶ୍ବାସ ସମନ୍ଧୀୟ ସମସ୍ୟା ମଧ୍ୟ ରହିଥିଲା ଏବଂ ଫୁସ୍‌ଫୁସ୍‌ ଚିକିତ୍ସା ମଧ୍ୟ ଚାଲିଥିଲା। ମିଳିଥିବା ସୂଚନା ଅନୁଯାୟୀ ସାନ୍‌ ରାଫେଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।

୨୯ ଡିସେମ୍ବର ୧୯୩୬ ମସିହାରେ ମିଲାନ ସହର ଜନ୍ମନେଇଥିବା ବର୍ଲୁସ୍କୋନୀ ଇଟାଲୀର ସବୁଠୁ ଚର୍ଚ୍ଚିତ ରାଜନେତା ମଧ୍ୟରୁ ଜଣେ ଥିଲେ। ସେ ୧୯୯୪ରୁ ୧୯୯୫, ୨୦୦୧ରୁ ୨୦୦୬ ଏବଂ ୨୦୦୮ରୁ ୨୦୧୧ ପର୍ଯ୍ୟନ୍ତ ତିନଥର ଇଟାଲୀର ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ଅବଶ୍ୟ ଏହା ପରେ ଅନେକ ବର୍ଷ ପର୍ଯ୍ୟନ୍ତ ସେ ବିବାଦରେ ରହିଥିଲେ। ଲୋକେ ତାଙ୍କୁ ‘ପ୍ଲେବଏ’ ନେତା ବୋଲି କହିବା ଆରମ୍ଭ କରିଦେଇଥିଲେ। ୨୦୧୭ରେ ତାଙ୍କୁ ସେକ୍ସ ସ୍କାଣ୍ଡାଲ୍‌, ଦୁର୍ନୀତିକୁ ଅନେକ ମାମଲା ଏବଂ ଟ୍ୟାକ୍ସ ମାମଲାରେ ଦଣ୍ଡିତ ହୋଇ ଜେଲ୍‌ ମଧ୍ୟ ଯିବାକୁ ପଡ଼ିଥିଲା। ହେଲେ ଏହା ପରେ ବି ସେ ରାଜନୀତିରେ ସତ୍ତାକୁ ଫେରିଥିଲେ।

ଆହୁରି ପଢ଼ନ୍ତୁ: ଅଜବ କାର୍‌ : କିଣିଲେ ଭଡାରେ ନେବେନି ଘର, ଯିବାକୁ ପଡିବନି ଅଫିସ୍‌

ଗାର୍ଡିୟାନର ରିପୋର୍ଟ ଅନୁଯାୟୀ, ଖରାପ ସ୍ବାସ୍ଥ୍ୟାବସ୍ଥା କାରଣରୁ ବର୍ଲୁସ୍କୋନୀ ଚଳିତ ବର୍ଷ ମିଲାନର ସୈନ୍ୟ ରାଫେଲ ହସ୍ପିଟାଲରେ ଛଅ ସପ୍ତାହ ଧରି ଚିକିତ୍ସା କରାଇଥିଲେ। ଏଠାରେ ତାଙ୍କର ମାଇଲୋମୋସାଇଟିକ୍‌ ଲ୍ୟୁକୋମିୟା ସହ ଜଡ଼ିତ ଫୁସ୍‌ଫୁସ୍‌ ସଂକ୍ରମଣର ଚିକିତ୍ସା ଜାରି ରହିଥିଲା। ଏଥିପାଇଁ ତାଙ୍କୁ ଅନେକ ଥର ହସ୍ପିଟାଲରେ ଭର୍ତ୍ତିହେବାକୁ ପଡ଼ିଥିଲା। ଏହା ପୂର୍ବରୁ ୨୦୨୦ରେ ସେ କୋରୋନା ଭାଇରସ ସଂକ୍ରମିତ ହୋଇଥିଲେ। ସେତେବେଳେ ତାଙ୍କର ୩୦ ବର୍ଷୀୟ ପତ୍ନୀ ମାର୍ତା ଫାସିନା ଏବଂ ତାଙ୍କର ଦୁଇ ସନ୍ତାନ ମଧ୍ୟ ଯାଞ୍ଚରେ କରୋନା ସଂକ୍ରମିତ ହୋଇଥିଲେ।

ସିଲଭିଓ ବର୍ଲୁସ୍କୋନୀ ଦୁଇଥର ବିବାହ କରିଥିଲେ ଏବଂ ତାଙ୍କର ପାଞ୍ଚ ସନ୍ତାନ ରହିଛନ୍ତି। ୨୦୧୭ରେ ବର୍ଲୁସ୍କୋନୀଙ୍କ ଉପରେ ବଳାତ୍କାର ଅଭିଯୋଗ ଲାଗିଥିଲା ଆଉ ଏକ ମାମଲାରେ ତାଙ୍କୁ ଜେଲ ମଧ୍ୟ ଯିବାକୁ ପଡ଼ିଥିଲା। ବର୍ଲୁସ୍କୋନୀଙ୍କ ଫୋର୍ଜା ଇଟାଲିଆର ପାର୍ଟୀର ମୁଖ୍ୟ ଥିଲେ। ଯାହାର ଗଠନ ସେ ୧୯୯୩ରେ କରିଥିଲେ। ସତ୍ତାରେ ରହିବା ବ୍ୟତୀତ ବ୍ୟବସାୟରେ ମଧ୍ୟ ସେ ଖୁବ୍ ଆଗରେ ଥିଲେ। ସେ ୟୁରୋପର ଜଣାଶୁଣା ମିଡିଆ ଟାଇକୁନ୍‌ ଥିଲେ। ସେ ଏସି ମିଲାନ ଫୁଟବଲ କ୍ଲବ ଏବଂ ଏକ ବ୍ୟାଙ୍କ୍‌ର ମଧ୍ୟ ମାଲିକ ଥିଲେ। ସେପଟେ ସିଲଭିଓ ବର୍ଲୁସ୍କୋନୀଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି ଦେଶରେ ଅନେକ ରାଜନେତା ଏବଂ ମାନ୍ୟଗଣ୍ୟ ବ୍ୟକ୍ତି।

ଆହୁରି ପଢ଼ନ୍ତୁ: ମେ’ରେ ଆମେରିକାରେ ୮୦ ହଜାରରୁ ଅଧିକ ଛଟେଇ, ଟେକ୍ ସେକ୍ଟରରେ ୩,୯୦୦ ଚାକିରି ଖାଇଲା AI

   Related Posts