ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୌଦ୍ଧ: ନାଳରୁ ବ୍ୟାଙ୍କ୍ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ପାଖରେ ପଡିଛି ବାଇକ ଓ ମଦବୋତଲ
  • ||
  • ଭୁବନେଶ୍ୱର: ବରିଷ୍ଠ ଅଭିନେତ୍ରୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
  • ||
  • ଭଦ୍ରକ: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୫ ବଖରା, ୨ ଗୋ-ମାତା ଜୀବନ୍ତ ଦଗ୍ଧ
  • ||
  • କଟକ: ବରିଷ୍ଠ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ, ୮୨ ବର୍ଷ ବୟସରେ ଦେହାନ୍ତ
  • ||

ଯୋଗୀଙ୍କ ବିରୁଦ୍ଧରେ ନିର୍ବାଚନ ଲଢିବାକୁ କହିଥିଲେ ପୂର୍ବତନ IPS ଅମିତାଭ ଠାକୁର, ଗୋରଖପୁର ଯାଉଥିବା ବେଳେ ଗୃହବନ୍ଦୀ କଲା ପୋଲିସ

21/08/2021 at 6:02 PM

ଲକ୍ଷ୍ନୌ ୨୧/୦୮ : ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୁଦ୍ଧରେ ବିଧାନସଭା ନିର୍ବାଚନ ଲଢିବାକୁ ଘୋଷଣା କରି ଚର୍ଚ୍ଚାରେ ଥିବା ଅବସରପ୍ରାପ୍ତ ଆଇପିଏସ୍‌ ଅମିତାଭ ଠାକୁର ପୋଲିସ ଗୃହବନ୍ଦୀ କରିନେଇଥିବା ସୂଚନା ମିଳିଛି । ଏ ନେଇ ଟ୍ବିଟ୍‌ ଜରିଆରେ ସେ ନିଜେ ସୂଚନା ଦେଇଛନ୍ତି ।

ଶନିବାର ସକାଳେ ଅମିତାଭ ଠାକୁର ଟ୍ବିଟ୍ କରି କହିଛନ୍ତି, ତାଙ୍କୁ ଗୋରଖପୁର ଯିବାପୂର୍ବରୁ ରୋକାଯାଇଛି । ପୋଲିସ ତାଙ୍କ ଉପରେ କଡା ନଜର ରଖବା ସହିତ କଥାବାର୍ତ୍ତା ଜାରି ରଖିଛି । ସେପଟେ ପୋଲିସ କହିବା ମୁତାବକ ଅମିତାଭ ଠାକୁରଙ୍କ ବିରୁଦ୍ଧରେ ଜଣେ ଦୁଷ୍କର୍ମ ଅଭିଯୁକ୍ତକୁ ସାହାଯ୍ୟ କରୁଥିବାର ଅଭିଯୋଗ ରହିଛି । ମାମଲାର ସମ୍ବେଦନଶୀଳତା ଦୃଷ୍ଟିରୁ ତାଙ୍କୁ ପଚରାଉଚରା ଜାରି ରହିଥିବା କହିଛି ତଦନ୍ତ କରୁଥିବା ପୋଲିସ ।

Lucknow Today Big news Saturday morning Former IPS Amitabh Thakur arrested  by Lucknow Police | Lucknow: लखनऊ से बड़ी खबर, पूर्व IPS अमिताभ ठाकुर को  गोरखपुर जाने से रोका गया, आवास पर

ଏହା ପୂର୍ବରୁ ଲକ୍ଷ୍ନୌରୁ ବାହାରକୁ ଯିବା ସମୟରେ ତାଙ୍କୁ ରୋକିଥିଲା ପୋଲିସ । କାରଣ ପୀଡିତା ଏବଂ ଘଟଣାସ୍ଥଳ ସହ ଜଡିତ କିଛି ପ୍ରମାଣ ଏବଂ ତଥ୍ୟକୁ ସେ ନଷ୍ଟ କରିଦେଇପାରନ୍ତି ବୋଲି ପୋଲିସ କହିଥିଲା । ଏଥିପାଇଁ ତାଙ୍କୁ ଲକ୍ଷ୍ନୌରୁ ବାହାରକୁ ନଯିବା ପାଇଁ ନିର୍ଦେଶ ଦିଆଯାଇଥିଲା । ଏହା ପରେ ମଧ୍ୟ ସେ ଆଇନ ଉଲ୍ଲଂଘନ କରିଥିଲେ । ଯାହାଫଳରେ ବାଧ୍ୟହୋଇ ପୋଲିସ ତାଙ୍କୁ ଗୃହବନ୍ଦୀ କରିଥିବା ଜଣାପଡିଛି ।

ସୂଚନାଯୋଗ୍ୟ, ଉତ୍ତର ପ୍ରଦେଶରେ ଆସନ୍ତା ବର୍ଷ ଅର୍ଥାତ ୨୦୨୨ରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୁଦ୍ଧରେ ବିଧାନସଭା ନିର୍ବାଚନ ଲଢିବା ପାଇଁ ଗତ ସପ୍ତାହରେ ଘୋଷଣା କରିଥିଲେ ପୂର୍ବତନ ଆଇପିଏସ୍‌ ଅମିତାଭ ଠାକୁର । ଯୋଗୀଙ୍କ ବିରୁଦ୍ଧରେ ନିର୍ବାଚନୀ ଜନସମ୍ପର୍କ ପାଇଁ ଗୋରଖପୁର ଯାଉଥିବା ବେଳେ ଗୋମତୀନଗର ଏସିପି ତାଙ୍କୁ ରୋକିଥିଲେ । ୧୯୯୨ ବ୍ୟାଚର ଆଇପିଏସ୍ ଅମିତାଭ ଠାକୁରଙ୍କୁ ନିକଟରେ ଆଇଜି ପଦରୁ ବାଧ୍ୟତାମୂଳକ ଭାବେ ଅବସର ଦିଆଯାଇଥିଲା ।

   Related Posts