krs-728-90-banner (1)
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

କଂଗ୍ରେସରେ ଯୋଗଦେଲେ ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ, କହିଲେ- ସମସ୍ତେ ମିଶିଲେ କଂଗ୍ରେସ ଆଗକୁ ଯିବ

4/09/2023 at 11:33 AM

ଭୁବନେଶ୍ବର ୪।୯: କଂଗ୍ରେସରେ ଯୋଗଦେଲେ ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଆନୁଷ୍ଠାନିକ ଭାବେ କଂଗ୍ରେସରେ ଯୋଗଦେଲେ ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ପ୍ରବୋଧ ତିର୍କୀ । ଖେଳ ଓ ଚାକିରିରୁ ଅବସର ନେବା ପରେ ହାତ ଧରିଛନ୍ତି ପ୍ରବୋଧ । କଂଗ୍ରେସ ଭବନରେ ମିଶ୍ରଣ ପର୍ବରେ ସେ ଯୋଗ ଦେଇଛନ୍ତି ।

ସୁନ୍ଦରଗଡ ଜିଲ୍ଲା ବାଲିଶଙ୍କରା ବ୍ଲକ ଲୁଲକିଡିହି ଗାଁର ପ୍ରବୋଧ ତିର୍କୀ ଦେଶ ପାଇଁ ଅନେକ ନାଁ କରିଛନ୍ତି । ବର୍ତ୍ତମାନ ଅଞ୍ଚଳର ବିକାଶ କରିବା ପାଇଁ ଚାହୁଁଛନ୍ତି ପ୍ରବୋଧ । ଅ।ଗାମୀ ଦିନରେ ସୁଯୋଗ ମିଳିଲେ କଂଗ୍ରେସ ଦଳ ପକ୍ଷରୁ ତଲସରା ନିର୍ବାଚନ ମଣ୍ଡଳୀରୁ ବିଧାୟକ ପ୍ରାର୍ଥୀ ଭାବରେ ଛିଡା ହେବେ ବୋଲି ପ୍ରବୋଧ କହିଥିଲେ । 

ଏହାସହ ଏକାମ୍ର ନିର୍ବାଚନମଣ୍ଡଳୀର ପ୍ରଶାନ୍ତ କୁମାର ଚମ୍ପତି ମଧ୍ୟ କଂଗ୍ରେସରେ ଯୋଗ ଦେଇଛନ୍ତି । ମିଶ୍ରଣ ପର୍ବରେ ପିସିସି ସଭାପତି ଶରତ ପଟ୍ଟନାୟକ, ପ୍ରଭାରୀ ଚେଲ୍ଲା କୁମାର, ବିଧାୟକ ସୁରେଶ ରାଉତରାୟ, ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ, ନିରଞ୍ଜନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

କଂଗ୍ରେସରେ ମିଶିବା ପରେ ପ୍ରତିକ୍ରିୟା ରକିଛନ୍ତି ପ୍ରବୋଧ ତିର୍କୀ । ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରା ମତେ ଅନୁପ୍ରାଣିତ କରିଛି । ଲୋକ ସେବା ପାଇଁ କଂଗ୍ରେସକୁ ଆସିଛି । ସମସ୍ତେ ମିଶିଲେ କଂଗ୍ରେସ ଆଗକୁ ଯିବ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ୧୯୮୪ ମସିହା ଅକ୍ଟୋବର ୬ ତାରିଖରେ ଜନ୍ମଗ୍ରହଣ କରିଥିବା ପ୍ରବୋଧ ତିର୍କୀ ଟିମ୍ ଇଣ୍ଡିଆର କ୍ୟାପଟେନ୍ ରହିଥିଲେ । ସେ କ୍ୟାପଟେନ୍ ରହିଥିବା ସମୟରେ ୨୦୦୭ ମସିହାରେ ଚେନ୍ନାଇ ଠାରେ ହୋଇଥିବା ଏସିଆ କପ୍ ଟ୍ରଫି ଜିତିଥିଲେ । ସେ ନିଜ କ୍ୟାରିୟରରେ ୧୬୧ଟି ଆନ୍ତର୍ଜାତୀୟ ଖେଳ ଖେଳିଛନ୍ତି । ସେ ୨୦୦୧ରେ ଏକଲବ୍ୟ ପୁରସ୍କାର ପାଇଥିବା ବେଳେ ୨୦୦୯ ମସିହାରେ ବିଜୁ ପଟ୍ଟନାୟକ ଷ୍ଟେଟ୍ ସ୍ପୋଟ୍ସ ଅ।ୱାର୍ଡ ପାଇଥିଲେ ।

ଚଳିତ ବର୍ଷ ଜୁଲାଇ ୩୧ ତାରିଖରେ ସେ ଚାକିରିରୁ ଅବସର ନେଇଥିଲେ । ତଲସରାକୁ କଂଗ୍ରେସର ଗଡ କୁହାଯାଏ । କିନ୍ତୁ ଗତ ନିର୍ବାଚନରେ ବିଜେପି ହାତେଇ ନେଇଥିଲା ଏହି ଆସନ ।

You Can Read :

   Related Posts