previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶୁକ୍ରବାର ବଜାର ମାନ୍ଦା, ଲାଲ୍ ରଙ୍ଗରେ ଖୋଲିଲା ନିଫ୍ଟି ଓ ସେନସେକ୍ସ
  • ||
  • ଦେଶରେ ବଢୁଛି ସଂକ୍ରମଣ, ୨୪ ଘଣ୍ଟାରେ ବାହାରିଲେ ୧୬୫୬୧ କରୋନା ପଜିଟିଭ୍
  • ||
  • ଆଜି ମୟୂରଭଞ୍ଜ ଯିବେ ମୁଖ୍ୟମନ୍ତ୍ରୀ, ବୃହତ ଜଳସେଚନ ପ୍ରକଳ୍ପର କରିବେ ଲୋକାର୍ପଣ
  • ||
  • ବିପୁଳ ପରିମାଣର କାଠ ଜବତ, ବିଳମ୍ବିତ ରାତିରେ ହେଉଥିଲା ଚାଲାଣ
  • ||
  • କାଶ୍ମୀର ଘାଟି ଅଶାନ୍ତ, ପୁଣି ପ୍ରବାସୀ ଶ୍ରମିକଙ୍କୁ ଗୁଳି କରି ହତ୍ୟା କଲେ ଆତତାୟୀ
  • ||
  • ଆଣବିକ ଦସ୍ତାବିଜ ପାଇଁ ଟ୍ରମ୍ପଙ୍କ ଘରେ ହୋଇଥିଲା ଚଢଉ : ସାମ୍ନାକୁ ଆସିଲା ବଡ ତଥ୍ୟ
  • ||
  • ଭାରତ ବିପକ୍ଷ ସିରିଜ୍ ପୂର୍ବରୁ ଦମ୍ ଦେଖାଇଲା ଜିମ୍ବାଓ୍ୱେ, ଟିମ୍ ଇଣ୍ଡିଆକୁ କଲା ସତର୍କ
  • ||

ପୂର୍ବତନ କ୍ରିକେଟ୍‌ର ଚେତନ ଚୌହ୍ଵାନଙ୍କ ଅବସ୍ଥା ସଙ୍କଟାପନ୍ନ, ଅଛନ୍ତି ଭେଣ୍ଟିଲେଟରରେ

15/08/2020 at 5:04 PM

ନୂଆଦିଲ୍ଲୀ ୧୫।୦୮: ଉତ୍ତର ପ୍ରଦେଶର ଗୃହରକ୍ଷୀ ମନ୍ତ୍ରୀ ତଥା ପୂର୍ବତନ ଭାରତୀୟ କ୍ରିକେଟ୍‌ର ଚେତନ ଚୌହ୍ଵାନଙ୍କ ସ୍ଵାସ୍ଥ୍ୟବସ୍ଥା ବିଗିଡି ଯାଇଛି। ତାଙ୍କୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସଂପ୍ରତି ତାଙ୍କୁ ଜୀବନ ରକ୍ଷକ ପ୍ରଣାଳୀ(ଭେଣ୍ଟିଲେଟର)ରେ ରଖାଯାଇଛି। ସକାଳେ ତାଙ୍କର କିଡନୀ ଫେଲ୍ ହୋଇଥିଲା। ବର୍ତ୍ତମାନ ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଗତ ମାସରେ ଚେତନ କରୋନା ଚିହ୍ନଟ ହୋଇଥିଲେ।

ଜୁଲାଇ ମାସରେ ଚେତନ ଚୌହ୍ଵାନଙ୍କ କରୋନା ଭାଇରସ୍ ରିପୋର୍ଟ ପଜିଟିଭ୍ ଆସିଥିଲା। ମାତ୍ର ଏବେ ଚେତନ ଚୌହ୍ଵାନଙ୍କ ସ୍ଵାସ୍ଥ୍ୟବସ୍ଥା ବିଗିଡିବାରେ ଲାଗିଛି। ଡାକ୍ତରଙ୍କ ଅନୁଯାୟୀ ଚୌହ୍ଵାନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଚେତନ ଚୌହ୍ଵାନ ଅମରୋହା ଜିଲ୍ଲାର ନୌଗାଓଁ ବିଧାନସଭାର ବିଧାୟକ।

ଉଲ୍ଲେଖନୀୟ ଚେତନ ଚୌହ୍ଵାନ ଭାରତୀୟ କ୍ରିକେଟ୍‌ ଟିମ୍‌ର ଜଣେ ମହତ୍ଵପୂର୍ଣ୍ଣ ବ୍ୟାଟସମ୍ୟାନ ଥିଲେ। ଏବେ ସେ ସକ୍ରିୟ ରାଜନୀତିରେ ଅଛନ୍ତି। ଚେତନ ଭାରତୀୟ ଜନତା ପାର୍ଟି(ବିଜେପି)ରୁ ଲୋକସଭା ସାଂସଦ ମଧ୍ୟ ରହିଛନ୍ତି। ୧୯୯୧ ଓ ୧୯୯୮ର ନିର୍ବାଚନରେ ସେ ବିଜେପି ଟିକେଟ୍‌ରେ ସାଂସଦ ହୋଇଥିଲେ।

କ୍ରିକେଟ୍ କ୍ୟାରିୟର

ଚେତନ ଚୌହ୍ଵାନ ଭାରତୀୟ କ୍ରିକେଟ୍‌ ଟିମ୍ ପାଇଁ ୪୦ ଟେଷ୍ଟ ମୁକାବିଲା ଖେଳିଛନ୍ତି। ସେ ଭାରତ ପକ୍ଷରୁ ସାତଟି ଦିନିକିଆ ମ୍ୟାଚ୍‌ରେ ପ୍ରତିନିଧିତ୍ଵ କରିଛନ୍ତି। ଟେଷ୍ଟରେ ଚେତନଙ୍କ ନାମରେ ୨୦୮୪ ରନ ରହିଛି। ଟେଷ୍ଟରେ ତାଙ୍କର ସର୍ବୋଚ୍ଚ ସ୍କୋର ୯୭ ରହିଛି।

   Related Posts