ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ଇଡିରେ ହାଜର ହେଲେ ପୂର୍ବତନ IFS ଅଭୟ ପାଠକ, ଆର୍ଥିକ କାରବାର ନେଇ ପଚରାଉଚରା

5/10/2021 at 11:30 AM

ଭୁବନେଶ୍ବର ୫।୧୦: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହେଲେ ପୂର୍ବତନ ଆଇଏଫଏସ ଅଭୟ ପାଠକ । ପୂର୍ବତନ ଆଇଏଫଏସ ଅଭୟ ପାଠକଙ୍କୁ ଜେରା କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଅଭୟ ପାଠକଙ୍କ ଘରୁ ବାହାରିଥିବା ଟଙ୍କା ଓ ଟାଟା କମ୍ପାନୀ ସହ ଆର୍ଥିକ କାରବାର ନେଇ ଚାଲିଛି ପଚରାଉଚରା ।

ପୂର୍ବତନ ଆଇଏଫଏସ ଅଭୟକାନ୍ତଙ୍କୁ ସମନ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ୮ କୋଟି ଟଙ୍କାର କାରବାର ନେଇ ଇଡିର ଖୋଳତାଡ । ପୁଅ ଆକାଶ ପାଠକଙ୍କ ଆକାଉଣ୍ଟରୁ ଅଭୟଙ୍କ ଆକାଉଣ୍ଟକୁ କୋଟି କୋଟି ଟଙ୍କା ଯାଇଥିବା ଅଭିଯୋଗ ହୋଇଛି । ପୂର୍ବରୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଥିଲେ ଅଭୟ ପାଠକ । ତାଙ୍କୁ ପରେ ଜାମିନ ଦେଇଛନ୍ତି ହାଇକୋର୍ଟ ।

ସୂଚନାଯୋଗ୍ୟ ଯେ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ IFS ଅଭୟକାନ୍ତଙ୍କ ଘରେ ରେଡ୍‌ କରାଯାଇଥିଲା । ସେ ଅତିରିକ୍ତ ପିସିସିଏଫ୍‌ ଭାବେ କାର୍ଯ୍ୟରତ ଥିଲେ । ଏହାସାଙ୍ଗେ ଭିଜିଲାନ୍ସ ପକ୍ଷରୁ ଦେଶରେ ୪ରୁ ଅଧିକ ସ୍ଥାନରେ ରେଡ୍‌ କରାଯାଇଥିଲା । ଏହି ଚଢାଉରେ IFS ଅଭୟକାନ୍ତଙ୍କ ଅମାପ ସମ୍ପତ୍ତି ବିଷୟରେ ତଥ୍ୟ ପାଇଥିଲା ଭିଜିଲାନ୍ସ ଟିମ୍‌ । ଭିଜିଲାନ୍ସରୁ ତଦନ୍ତ ଅନୁଯାୟୀ ଅଭୟକାନ୍ତଙ୍କ ସଂପତ୍ତି ଆୟଠୁ ୪୩୫ ପ୍ରତିଶତ ଅଧିକ ରହିଛି। 

   Related Posts