କରୋନାର ଚତୁର୍ଥ ଲହର ଆଶଙ୍କା ମଧ୍ୟରେ ଆସିଲା ଆଶ୍ବସ୍ତିକର ଖବର, ICMRର ପୂର୍ବତନ ବୈଜ୍ଞାନିକ କହିଲେ…

Published By : Prameya-News7 Bureau | April 20, 2022 IST

ନୂଆଦିଲ୍ଲୀ ୨୦।୪: ଦେଶରେ ବୃଦ୍ଧି ପାଉଥିବା କରୋନା ସଂକ୍ରମକୁ ଦେଖି ଲୋକଙ୍କ ଚିନ୍ତା ବଢିବାରେ ଲାଗିଲାଣି । ଏମିତିରେ ଲୋକମାନେ ଆଶଙ୍କା କରୁଛନ୍ତି ଯେ ଚତୁର୍ଥ ଲହର ଖୁବ୍ ଶୀଘ୍ର ଆସିଯାଇପାରେ । ଏଭଳି ପରିସ୍ଥିତିରେ ଆଇସିଏମଆରରେ ମହାମାରୀ ବିଜ୍ଞାନ ଏବଂ ସଞ୍ଚାର ରୋଗର ପୂର୍ବତନ ମୁଖ୍ୟ ବୈଜ୍ଞାନିକ ଡ. ରମନ ଆର୍ ଗଙ୍ଗାଖେଡକର ଆଶ୍ବସ୍ତିକର ଖବର ଦେଇଛନ୍ତି ।

ସେ କହିଛନ୍ତି ଯେ, “ମୋତେ ଲାଗୁନାହିଁ ଏହା ଚତୁର୍ଥ ଲହର । BA.2 ଭାରିଆଣ୍ଟ ସାରା ବିଶ୍ବର ଲୋକଙ୍କୁ ପ୍ରଭାବିତ କରେ । ଆମମାନଙ୍କ ମଧ୍ୟରୁ କେତେକ ଲୋକ ମାସ୍କର ବାଧ୍ୟତାମୂଳକ ବ୍ୟବହାରକୁ ଭୁଲ୍ ବୁଜିଛନ୍ତି । ଯାହାକୁ ପ୍ରତ୍ୟାହାର କରାଯାଇଛି । ଏହାର ଅର୍ଥ ସଂକ୍ରମଣ ବ୍ୟାପିବାର କୌଣସି ଭୟ ନାହିଁ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏପର୍ଯ୍ୟନ୍ତ କୌଣସି ନୂଆ ଭାରିଆଣ୍ଟ ସାମ୍ନାକୁ ଆସିନାହିଁ । ଯେଉଁମାନେ ବୃଦ୍ଧ, ଯେଉଁମାନେ ଟିକା ନେଇନାହାଁନ୍ତି, ଯେଉଁମାନେ ଏପର୍ଯ୍ୟନ୍ତ ସଂକ୍ରମିତ ହୋଇଛନ୍ତି, ସେମାନେ ମାସ୍କ ବ୍ୟବହାର କରିବା ଉଚିତ ।

ସ୍କୁଲ ବନ୍ଦ ପ୍ରସଙ୍ଗରେ ସେ କହିଛନ୍ତି ଯେ, ଆମକୁ ସ୍କୁଲ ବନ୍ଦ କରିବା ଉଚିତ ନୁହେଁ । କାରଣ ଏହା ଦ୍ବାରା ଶିକ୍ଷା ଏବଂ ଛାତ୍ରଛାତ୍ରୀଙ୍କ ବିକାଶରେ ବାଧା ସୃଷ୍ଟି କରିବ । ୧୨ ବର୍ଷରୁ ଅଧିକ ବୟସର ଛାତ୍ରଛାତ୍ରୀ ଯେଉଁମାନଙ୍କର ରୋଗ ପ୍ରତିରୋଧକ ଶକ୍ତି କମ୍ ରହିଛି ସେମାନଙ୍କୁ ଯଥା ଶୀଘ୍ର ଟିକାକରଣ କରାଯିବା ଉଚିତ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.