Intel ଇଣ୍ଡିଆର ପୂର୍ବ ମୁଖ୍ୟଙ୍କ ସଡକ ଦୁର୍ଘଟଣାରେ ଚାଲିଗଲା ଜୀବନ, ଅଭିଯୁକ୍ତ ଗିରଫ

Published By : Prameya-News7 Bureau | February 29, 2024 IST

ମୁମ୍ଵାଇ ୨୯।୦୨: ମହାରାଷ୍ଟ୍ରର ନବି ମୁମ୍ବାଇରେ ଦ୍ରୁତ ଗତିରେ ଆସୁଥିବା କ୍ୟାବ ଧକ୍କାରେ ଇଣ୍ଟେଲ ଇଣ୍ଡିଆର ପୂର୍ବ କଣ୍ଟ୍ରି ହେଡ୍‌ ଅବତାର ସାଇନିଙ୍କର ମୃତ୍ୟୁ ଘଟିଛି। ଏନେଇ ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ବୁଧବାର ସକାଳ ପ୍ରାୟ ୫.୫୦ ସମୟରେ ସାଇନି (୬୮) ନିଜ ସାଙ୍ଗମାନଙ୍କ ସହ ନେରୁଲ ଅଞ୍ଚଳର ସାଇକେଲ ଚଳାଉଥିଲେ। ତା’ପରେ ହଠାତ୍ ଏକ ଦ୍ରୁତଗତିରେ ଆସୁଥିବା କ୍ୟାବ ସାଇନିଙ୍କ ସାଇକେଲକୁ ପଛପଟୁ ଧକ୍କା ଦେଇଥିଲା।

କ୍ୟାବ୍‌ଟିର ସ୍ପିଡ୍‌ ଏତେ ଜୋରରେ ଥିଲା ଯେ ସାଇନିଙ୍କୁ କିଛି ଦୂର ପର୍ଯ୍ୟନ୍ତ ଟାଣି ନେଇଥିଲା। ପରେ କ୍ୟାବ ଡ୍ରାଇଭର ଘଟଣାସ୍ଥଳରୁ ପଳାଇବାକୁ ଚେଷ୍ଟା କରିଥିଲା। ସାଇନିଙ୍କ ଅନ୍ୟ ବନ୍ଧୁମାନେ ଟ୍ୟାକ୍ସି ଡ୍ରାଇଭରକୁ ଧରି ପୋଲିସକୁ ହସ୍ତାନ୍ତର କରିଥିଲେ। ଅଧିକାରୀ କହିଛନ୍ତି ଯେ ସାଇନି ଆହତ ହୋଇଥିଲେ। ତାଙ୍କୁ ତୁରନ୍ତ ଡାକ୍ତରଖାନାକୁ ନିଆଯାଇଥିଲା । ହେଲେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

ଚେମ୍ବୁରର ବାସିନ୍ଦା ସାଇନି ଇଣ୍ଟେଲ ୩୮୬ ଏବଂ ୪୮୬ ମାଇକ୍ରୋପ୍ରୋସେସରରେ କାମ କରିଥିଲେ। ସେ କମ୍ପାନୀର ପେଣ୍ଟିଅମ୍ ପ୍ରୋସେସରର ଡିଜାଇନ୍ ମଧ୍ୟ ପରିଚାଳନା କରିଥିଲେ। ଭାରତୀୟ ପେନାଲ କୋଡ ଧାରା ୨୭୯ (ରଶ୍ ଡ୍ରାଇଭିଂ), ୩୩୭ (ଜୀବନ ପ୍ରତି ବିପଦ ସୃଷ୍ଟି କରୁଥିବା ବେପରୁଆ କାର୍ଯ୍ୟ କରି ଆଘାତ ପହଞ୍ଚାଇବା) ଏବଂ ୩୦୪-ଏ ଆଧାରରେ କ୍ୟାବ ଡ୍ରାଇଭରଙ୍କ ବିରୋଧରେ ପୋଲିସ ଏକ ମାମଲା ରୁଜୁ କରିଛି।

wp:embed {"url":"https://www.prameyanews7.com/delhi-narela-28-yrs-old-girl-found-dead-in-shop/","type":"wp-embed","providerNameSlug":"prameya-news-7"}
https://www.prameyanews7.com/delhi-narela-28-yrs-old-girl-found-dead-in-shop/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.