Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ୱର : ବଢିଲା ପୁଣି ଓମ୍‌ଫେଡ୍‌ କ୍ଷୀରର ଦର, ପ୍ୟାକେଟ୍‌ ପିଛା ବଢିଲା ୨ଟଙ୍କା
  • ||
  • ନୂଆଦିଲ୍ଲୀ : Twitterର ବଡ ଆକ୍ସନ, ପାକିସ୍ତାନ ସରକାରଙ୍କ ଟ୍ଵିଟର ଆକାଉଣ୍ଟକୁ ବ୍ଲକ କଲା ଭାରତ
  • ||
  • ଭୁବନେଶ୍ୱର : ରାଜ୍ୟରେ ବଢ଼ିବ ପଶ୍ଚିମା ଝଡ଼ର ପ୍ରଭାବ, ଘଡ଼ଘଡି ସହ ପ୍ରବଳ ବର୍ଷା ସମ୍ଭାବନା
  • ||

ଯଦି ମୋ ସହ କିଛି ଘଟେ…ସୁରକ୍ଷା ବ୍ୟବସ୍ଥା ହ୍ରାସ ନେଇ ମୁହଁ ଖୋଲିଲେ ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକ୍

14/03/2023 at 7:17 PM

ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକ୍‌ଙ୍କ ସୁରକ୍ଷା ବ୍ୟବସ୍ଥା  ହ୍ରାସ କରାଯାଇଛି। ଏହାର ଖୋଦ୍ ସୂଚନା ଦେଇଛନ୍ତି  ସତ୍ୟପାଲ୍ ମଲିକ୍। ସେ କହିଛନ୍ତି ଜେଡ୍ ପ୍ଲସ୍ ସୁରକ୍ଷା ଯୋଗାଇ ଦେବା ଜାଗାରେ ଜଣେ ପିଏସଓଙ୍କୁ ମୋ ସୁରକ୍ଷା ଦାୟିତ୍ଵରେ ନିୟୋଜିତ କରାଯାଇଛି।

ଇଣ୍ଡିଆ ଟୁଡେ ସହ ସ୍ଵତନ୍ତ୍ର ସାକ୍ଷାତକାରରେ ଜାମ୍ମୁ-କାଶ୍ମୀର, ମେଘାଳୟ ଏବଂ ଗୋଆର ରାଜ୍ୟପାଳ ଭାବେ କାମ କରିଥିବା ସତ୍ୟପାଲ ମଲିକ୍ କହିଛନ୍ତି, କୃଷି  ଏବଂ ଚାଷୀଙ୍କ ସମସ୍ୟାଜନିତ ପ୍ରସଙ୍ଗ ଏବଂ ଅଗ୍ନିବୀର ଯୋଜନା ବିରୋଧରେ ସ୍ଵର ଉଠାଇବାରୁ ମୋ ସୁରକ୍ଷା ବ୍ୟବସ୍ଥାରେ କାଣ୍ଟଛାଣ୍ଟ କରାଯାଇଛି।

ଉଲ୍ଲେଖନୀୟ ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରାଯିବାର ଐତିହାସିକ ପଦକ୍ଷେପ ସମୟରେ ଏହି ଉପତ୍ୟକାର ରାଜ୍ୟପାଳ ଥିଲେ ସତ୍ୟପାଲ ମଲିକ୍। କେନ୍ଦ୍ର ସରକାର ଜାମ୍ମୁ-କାଶ୍ମୀରରୁ ସ୍ଵତନ୍ତ୍ର ରାଜ୍ୟ ମାନ୍ୟତା ପ୍ରତ୍ୟାହାର କରିବା ସହ ଜାମ୍ମୁ-କାଶ୍ମୀର ଓ ଲଦାଖକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ ରୂପେ ଗଠନ କରିଥିଲେ।

କେନ୍ଦ୍ର ସରକାରଙ୍କ ଏହି ଐତିହାସିକ ପଦକ୍ଷେପର କିଛି ମାସ ପରେ ସତ୍ୟପାଲ ମଲିକଙ୍କୁ ଗୋଆର ୧୮ତମ ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଥିଲା। ପୁଣି ୨୦୨୨ ଅକ୍ଟୋବରରେ ମେଘାଳୟର ୨୧ତମ ରାଜ୍ୟପାଳ ଭାବେ ରାଷ୍ଟ୍ରପତି ତାଙ୍କୁ ଦାୟିତ୍ଵ ଦେଇଥିଲେ।

ମଙ୍ଗଳବାର ମଲିକ କହିଛନ୍ତି ଯେ, ମୁଁ କୌଣସି ରାଜନୈତିକ ଦଳରେ ଯୋଗ ଦେଉ ନାହିଁ। ଏପରିକି ମୁଁ ଜଣେ ରାଜନୈତିକ ବ୍ୟକ୍ତିବିଶେଷ ନୁହେଁ। ଯଦି ମୋ ସହିତ କିଛି ଘଟଣା ଘଟେ ତେବେ ଏଥିପାଇଁ କେନ୍ଦ୍ର ସରକାର ଦାୟୀ ରହିବେ। ସେ ଏହା ମଧ୍ୟ ଦାବି କରିଛନ୍ତି ଯେ, ୨୦୦୮ରୁ ୨୦୧୮ ପର୍ଯ୍ୟନ୍ତ ଜାମ୍ମୁ-କାଶ୍ମୀରର ରାଜ୍ୟପାଳ ଥିବା ଏନଏନ ବୋହରାଙ୍କ ସୁରକ୍ଷାରେ କୌଣସି ହ୍ରାସ କରାଯାଇ ନାହିଁ। ଏବେ ମଧ୍ୟ ପୂର୍ବବତ୍ତ ତାଙ୍କୁ ଉଚ୍ଚସୁରକ୍ଷା ଯୋଗାଇ ଦିଆଯାଉଛି।

ଏହି ବିଷୟରେ ସେ ଗୃହ ମନ୍ତ୍ରଣାଳୟକୁ ଚିଠି ମଧ୍ୟ ଲେଖିଛନ୍ତି। ମାତ୍ର ଏ ପର୍ଯ୍ୟନ୍ତ ବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ଯେ, କାହିଁକି ମୋ ସୁରକ୍ଷା ବ୍ୟବସ୍ଥା ହ୍ରାସ କରାଗଲା ଏବଂ ଏହା ପଛର କାରଣ କଣ।

ସୂଚନାଯୋଗ୍ୟ, ପ୍ରୋଟୋକଲ ଅନୁଯାୟୀ ଦେଶର ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ପରିବାରର ସଦସ୍ୟଙ୍କୁ ଆଜୀବନ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯାଏ। କିନ୍ତୁ ଗୁଇନ୍ଦା ରିପୋର୍ଟ ଆଧାରରେ ରାଜ୍ୟପାଳ ଏବଂ ଉପ ରାଜ୍ୟପାଳଙ୍କୁ ତଦନୁଯାୟୀ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯାଏ।

   Related Posts