କଂଗ୍ରେସରେ ଯୋଗଦେଲେ ବରିଷ୍ଠ ନେତା ପଞ୍ଚାନନ କାନୁନଗୋ
25/01/2019 at 4:11 PM

ଭୁବନେଶ୍ବର ୨୫|୧: ରାଜଧାନୀ ଉପକଣ୍ଠ ତମାଣ୍ଡୋରେ କଂଗ୍ରେସର ପରିବର୍ତ୍ତନ ସଂକଳ୍ପ ସମାବେଶ । ସମାବେଶରେ ଯୋଗଦେଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ସମାବେଶକୁ ନେଇ ରାଜ୍ୟ କଂଗ୍ରେସ ବେଶ ଉତ୍ସାହିତ ଥିବାବେଳେ ରାଜ୍ୟ ରାଜନୀତି ବି ସକ୍ରିୟ ହୋଇପଡିଛି । ଏହି ଅବସରରେ ବରିଷ୍ଠ ନେତା ପଞ୍ଚାନନ କାନୁନଗୋ କଂଗ୍ରେସରେ ଯୋଗଦେଇଛନ୍ତି । ରାହୁଲ ଗାନ୍ଧିଙ୍କ ଉପସ୍ଥିତିରେ ପଞ୍ଚାନନ କାନୁନଗୋ କଂଗ୍ରେସରେ ଯୋଗଦେଇଛନ୍ତି । ସେହିପରି କଂଗ୍ରେସରେ ମିଶିଛନ୍ତି ଜୁନାଗଡ଼ ରାଜା ଅନୀଲ ସିଂହଦେଓ । କଂଗ୍ରେସରେ ମଧ୍ୟ ଯୋଗ ଦେଇଛନ୍ତି ରାଜସ୍ଥାନର ପୂର୍ବତନ ମୁଖ୍ୟ ଶାସନ ସଚିବ ଜଗଦିଶ ମହାନ୍ତି।
Related Posts
ଭୁବନେଶ୍ୱରରେ ଜଳିଗଲା ଏଟିଏମ୍, ଅଗ୍ନିଶମ ବାହିନୀର ଛାନ୍ଭିନ୍
7 February 2023
କନ୍ଧମାଳ ପୋଲିସକୁ ସଫଳତା, ଚୋରି ସାମଗ୍ରୀ ଜବତ, ୫ ଗିରଫ
6 February 2023