ପୁଟିନଙ୍କ ବଡ଼ ରାଜ୍‌ ଖୋଲିଲେ ମହିଳା ଗୁପ୍ତଚର, ଯିଏକି ଥିଲେ ବ୍ଲାଦିମିରଙ୍କ ପ୍ରେମିକା

Published By : Prameya-News7 Bureau | April 09, 2022 IST

ମସ୍କୋ ୦୯/୦୪ :ଦେଢ ମାସ ପାଖାପାଖି ଚାଲିଛି ରୁଷ-ୟୁକ୍ରେନ ଯୁଦ୍ଧ। କେହି ହଟୁ ନାହାନ୍ତି କି ମୁଣ୍ଡ ବି  ନୁଆଁଉ ନାହାଁନ୍ତି। ୟୁକ୍ରେନକୁ ଶକ୍ତିହୀନ କରିବା ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଲକ୍ଷ୍ୟ।  ସାରା ଦୁନିଆର ଚାପ ସତ୍ତ୍ୱେ ବନ୍ଦ ହେଉନି ଯୁଦ୍ଧ।  ନିଜ ଜିଦ୍ଦିରେ ଅଟଳ ପୁଟିନ୍‌। ସେଥିଲାଗି ଯୁଦ୍ଧ ସମୟରେ ବେଶି ଚର୍ଚ୍ଚା ପୁଟିନଙ୍କୁ ନେଇ। ରାଜନୀତି ହେଉକି ଲଭ୍‌ ଅଫେୟାର୍ସ।  ଖୋଲୁଛି ତାଙ୍କ ବ୍ୟକ୍ତିଗତ ଜୀବନକ ଫର୍ଦ୍ଦ ଉପରେ ଫର୍ଦ୍ଦ। ଏବେ ଋଷର ଜଣେ ପୂର୍ବତନ ମହିଳା ଗୁପ୍ତଚର ପୁଟିନଙ୍କ ବିଷୟରେ କରିଛନ୍ତି ବଡ଼ ଖୁଲାସା । ତାଙ୍କ ନାଁ ଆଲିଆ ରୋଜା।

ସେ କହିଛନ୍ତ୍, ପୁଟିନ୍‌ ଡିଦ୍‌ଖୋର୍‌ ଓ ନୃଶଂସ। ଆଲିଆ ରଖିଛନ୍ତି ଯୁକ୍ତି ସହ ଠୋସ୍‌ କଥା। ପୁଟିନ ଆଉ ଯୁଦ୍ଧରେ ପଛକୁ ହଟିବେନି।  ଶେଷ ପର୍ଯ୍ୟନ୍ତ ସେ ଜାରି ରଖିବେ ଯୁଦ୍ଧ। ପୁଟିନ୍‌ କେବେ  ଭାବିନଥିଲେ ଯେ ୟୁକ୍ରେନ ତାଙ୍କ ଆକ୍ରମଣର ଏପରି ଦେବ ଜବାବ। ଆଉ ପୂରା ଦୁନିଆରେ ୟୁକ୍ରେନକୁ ମିଳିବ ଏମିତି ସମର୍ଥନ । ଆଲିଆ ନିଜ ଦେଶ ଋଷର କାର୍ଯ୍ୟକଳାପକୁ କରିଛନ୍ତି ସମାଲୋଚନା। କରିଛନ୍ତି ଅନେକ ଖୁଲାସା। କହିଛନ୍ତି, ପୁଟିନ କିଛି ବି କରିପାରିବେ, କିନ୍ତୁ ସେ ଯୁଦ୍ଧରେ ପରାଜୟକୁ ଗ୍ରହଣ କରିପାରିବେ ନାହିଁ। ପୁଟିନ ତାଙ୍କ ଲକ୍ଷ୍ୟ ହାସଲ ପାଇଁ କିଛି ବି କରିପାରିବେ । ଏହା କୁହନ୍ତି ଆଲିଆ। ତେବେ  କିଏ ଏହି ରୋଜା ?

ରିପୋର୍ଟ ଅନୁଯାୟୀ, ଆଲିଆ ରୋଜା ଖୁବ୍ କମ୍ ବୟସରେ ଗୁପ୍ତଚର ଭାବରେ ଋଷ ସେନାରେ ଯୋଗ ଦେଇଥିଲେ। ଆଲିଆଙ୍କ ବାପା ଥିଲେ USSR ସେନାର ଜଣେ ବରିଷ୍ଠ ଅଧିକାରୀ । ପରେ ଆଲିଆ ଗୁପ୍ତଚର ଭାବେ ନିଯୁକ୍ତି ପାଇଲେ। ତାଙ୍କ କାମ ଥିଲା  ପୁରୁଷମାନଙ୍କୁ ପ୍ରତାରଣା କରିବା ଓ  ସେମାନଙ୍କୁ ମାନସିକ ସ୍ତରରେ ପ୍ରଭାବିତ କରିବା।  ହନିଟ୍ରାପରେ ଫସାଇ  ସେ ହାସଲ କରୁଥିଲେ ଗୁପ୍ତ ତଥ୍ୟ ।  ଏସବୁ କରିବାକୁ ତାଙ୍କୁ ମିଳିଥିଲା ନିଯୁକ୍ତି । କିନ୍ତୁ ସେ ଯେବେ ବ୍ଲାଦିମିର୍‌ ଙ୍କ ପ୍ରେମରେ  ପଡ଼ିଲେ ଶେଷ ହୋଇଯାଇଥିଲା ତାଙ୍କ କରିୟର।  ତେବେ ଇଏ ବ୍ଲାଦିମିର୍‌ ପୁଟିନ୍‌ ନୁହନ୍ତି। 

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସବୁକିଛି ଠିକ୍ ଚାଲିଥିଲା।  କିନ୍ତୁ ଯେଉଁ ବ୍ଲାଦିମିରଙ୍କ ଉପରେ ନଜର ରଖିଥିଲେ। ତାଙ୍କୁ ହିଁ ହୃଦୟ ଦେଇଥିଲେ।  ଡ୍ରଗ୍ସ ଡିଲରଙ୍କ କବଳରୁ ଆଲିଆଙ୍କୁ ରକ୍ଷା କରିଥିଲେ ବ୍ଲାଦିମିର୍‌। କାରଣ ଡ୍ରଗ୍ ଡିଲରଙ୍କ ଗ୍ୟାଙ୍ଗ ଆଲିଆଙ୍କୁ ଧରି ନେଇଯାଇଥିଲେ ।  କିନ୍ତୁ ପରେ ବ୍ଲାଦିମିରଙ୍କୁ ହତ୍ୟା କରାଯାଇଥିଲା।

ବ୍ଲାଦିମିରଙ୍କ ମୃତ୍ୟୁ ପରେ ଆଲିଆ ରୋଜା ୨୦୦୬ ରେ ଋଷର ଜଣେ ଧନୀ ବ୍ୟକ୍ତିଙ୍କୁ ବିବାହ କରିଥିଲେ। ତେବେ ତାଙ୍କ ସ୍ୱାମୀଙ୍କୁ ଜେଲ୍‌ ହୋଇଯାଇଥିଲା ଓ  ସେଠାରେ ସେ ପ୍ରାଣ ହରାଇଥିଲେ। ସ୍ୱାମୀଙ୍କ ମୃତ୍ୟୁ ପରେ ନିଜ ପିଲାଙ୍କ ସହ ଋଷ ଛାଡିଥିଲେ ଆଲିଆ, ଆଉ ଫେରି ନଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.