ଇଂଲଣ୍ଡକୁ ପୂର୍ବତନ କ୍ରିକେଟର କେଭିନ୍‌ ପିଟରସନଙ୍କ ଜବାବ : ‘ଟିମ୍‌ ଇଣ୍ଡିଆକୁ ଆଙ୍ଗୁଳି ଉଠାଇବା ଉଚିତ ନୁହେଁ, ଆଇନାରେ ନିଜ ମୁହଁ ଦେଖୁ ଇଂଲିସ୍‌ କ୍ରିକେଟ ବୋର୍ଡ’

Published By : Prameya-News7 Bureau | September 10, 2021 IST

ନୂଆଦିଲ୍ଲୀ ୧୦/୦୯ : ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ୫ମ ଟେଷ୍ଟ ବାତିଲ ହୋଇଯାଇଛି । ତେବେ ପୁଣି ଥରେ ମ୍ୟଚେ୍‌ ଖେଳାଯିବା ପେଇ କସରତ ଆରମ୍ଭ କରିଛନ୍ତି ଉଭୟ କ୍ରିକେଟ ବୋର୍ଡ । ଭାରତୀୟ ଶିବିରରେ କରୋନା ପଶିବା ପରେ ୫ମ ଟେଷ୍ଟକୁ ବାତିଲ କରିଦିଆଯାଇଛଇ । ପରେ ଉଭୟ କ୍ରିକେଟ ବୋର୍ଡ ପକ୍ଷରୁ ଗଳା ବାଟ ବାହାର କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ଖେଳାଳିଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଆଗାମୀ ପଦକ୍ଷେପ ନିଆଯିବ ବୋଲି ଜଣାପଡିଛି ।

ତେବେ ଶେଷ ଟେଷ୍ଟ ବାତିଲ ହେବାକୁ ନେଇ ଅନେକ ପୂର୍ବତନ ଖେଳାଳି ବିଭିନ୍ନ ମତ ଦେଉଛନ୍ତି । କ୍ରିକେଟ ଇଂଲଣ୍ଡ ମଧ୍ୟ ଭାରତକୁ ଦାୟୀ କରିଥିଲା । ଜାଣିଶୁଣି ଭାରତୀୟ ଖେଳାଳିମାନେ ଖେଳିବାକୁ ମନାକରିଦେଇଥିବା ଅଭିଯୋଗ କରିଥିଲା ଇଂଲିସ୍‌ କ୍ରିକେଟ ବୋର୍ଡ । ଏହାକୁ ନେଇ ବୟାନ ଦେଇଛନ୍ତି ଇଂଲଣ୍ଡର ପୂର୍ବତନ ଭେଟେରାନ୍‌ କ୍ରିକେଟର କେଭିନ୍‌ ପିଟରସନ୍ ।

wp:embed {"url":"https://twitter.com/KP24/status/1436242834378698755","type":"rich","providerNameSlug":"twitter","responsive":true}
https://twitter.com/KP24/status/1436242834378698755
/wp:embed

ପିଟରସନ୍‌ କହିଛନ୍ତି, ‘ଭାରତ ଉପରକୁ ଆଙ୍ଗୁଳି ଉଠାଇବା ଠିକ୍‌ କଥା ନୁହେଁ । ଅନ୍ୟକୁ କିଛି କହିବା ପୂର୍ବରୁ ଇଂଲଣ୍ଡ ନିଜ କଥା ଭାବୁ । ଦକ୍ଷିଣ ଆଫ୍ରିକ ଗସ୍ତ ସମୟରେ କରୋନା ସଂକ୍ରମଣ ଭୟରେ ସିରିଜ୍‌ ନଖେଳି ଫେରିଆସିଥିଲା ଇଂଲଣ୍ଡ ଟିମ । ଯାହା ଫଳରେ ପ୍ରଚୁର ଆର୍ଥିକ କ୍ଷତି ସହିଥିଲା କ୍ରିକେଟ ଦକ୍ଷିଣ ଆଫ୍ରିକା । ତେଣୁ ଏଠି ଭାରତକୁ ଅଙ୍ଗୁଳି ନିର୍ଦେଶ କରିବା ବନ୍ଦ କରୁ ଇଂଲଣ୍ଡ ଟିମ ।’

ଅଷ୍ଟେ୍ରଲିଆର ପୂର୍ବତନ ମହାନ କ୍ରିକେଟର ସେନ୍‌ ଓ୍ବର୍ଣ୍ଣ ମଧ୍ୟ ଏହାକୁ ନେଇ ନିରାଶବ୍ୟକ୍ତ କରିଛନ୍ତି । ସେ ଟ୍ବିଟ୍‌ କରି କହିଛନ୍ତି, ‘ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଜାରି ରହିଥିବା ଟେଷ୍ଟ ସିରିଜ୍ ବାତିଲ ହୋଇଯିବା ଅତ୍ୟନ୍ତ ନୈରାଶ୍ୟଜନକ । ଉଭୟ ଟିମ ମଧ୍ୟରେ ଖୁବ ସୁନ୍ଦର ସିରିଜ୍‌ ଜାରି ରହିଥିଲା ।’

ସେହିଭଳି ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ ଭନ୍ ଟ୍ବିଟ୍ କରି କହିଛନ୍ତି, ‘ଇଂଲଣ୍ଡ କ୍ରିକେଟର କରିମା କ୍ଷୁର୍ଣ୍ଣ କରିଛି ଭାରତ । କିନ୍ତୁ ଇଂଲଣ୍ଡ ମଧ୍ୟ ଦକ୍ଷିଣ ଆଫ୍ରିକା ଗସ୍ତ ସମୟରେ ତାହା ହିଁ କରିଥିଲା । ତେଣୁ ଅନ୍ୟକୁ କହିବା ପୂର୍ବରୁ ଭାବିବା ଆବଶ୍ୟକ ।’

ଇଂଲଣ୍ଡର ପୂର୍ବତନ ବ୍ୟାଟ୍ସମ୍ୟାନ୍‌ ମାର୍କ ବୌଚର କହିଛନ୍ତି, ‘ଆସନ୍ତା ସେପ୍ଟେମ୍ବର ୧୯ ତାରିଖରୁ ୟୁଏଇରେ ଆରମ୍ଭ ହେବାକୁ ଯାଉଛି ଆଇପିଏଲ୍‌ର ଅବଶିଷ୍ଟ ମ୍ୟାଚ୍‌ । ଯଦି ଭାରତୀୟ ଖେଳାଳି ସଂକ୍ରମିତ ଚିହ୍ନଟ ହୁଅନ୍ତି ତେବେ ସେମାନଙ୍କୁ ୧୦ ଦିନ ପାଇଁ ପୃଥକବାସରେ ରହିବାକୁ ହେବ । ଏହି କାରଣରୁ ଭାରତୀୟ ଦଳ ଅନ୍ତିମ ଟେଷ୍ଟକୁ ବାତିଲ କରିଦେଇଥାଇପାରେ ।’

ସୂଚନାଯୋଗ୍ୟ, ଚତୁର୍ଥ ଟେଷ୍ଟ ଜାରି ରହିଥିବା ବେଳେ ଭାରତୀୟ କ୍ରିକେଟ ଟିମର ସହଯୋଗୀ ସଦସ୍ୟ ଏବଂ ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀ କରୋନା ସଂକ୍ରମିତ ହୋଇଥିବା ଜଣାପଡିଥିଲା । ଏହା ପରେ ଗତକାଲି ସହଯୋଗୀ ଫିଜିଓ ଯୋଗେଶ ପରମାର କରୋନା ଆକ୍ରାନ୍ତ ହୋଇଥିବା ନେଇ ଜଣାପଡିବା ପରେ ତାଙ୍କୁ ଆଇସୋଲେସନ​ରେ ରଖାଯାଇଛି । ଏକାଧିନ ସଦସ୍ୟ ସଂକ୍ରମିତ ଚିହ୍ନଟ ହେବାପରେ ୫ମ ଟେଷ୍ଟ ହେବା ନହେବା ନେଇ ଆଶଙ୍କା ଦେଖାଦେଇଥିଲା । ଶେଷର ଆଜି ଶେଷ ଟେଷ୍ଟକୁ ବାତିଲ କରିଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.