ୱେଷ୍ଟଇଣ୍ଡିଜ ଗସ୍ତରୁ ଧୋନୀ ବାଦ ପଡିବା ଓ ସେନାବାହିନୀରେ ଟ୍ରେନିଂ ନେବା ଘଟଣାକୁ ନେଇ ମଜା ଉଡାଇଲେ ଇଂଲଣ୍ଡର ପୂର୍ବତନ କ୍ରିକେଟର…
22/07/2019 at 8:51 PM

ନୂଆଦିଲ୍ଲୀ୨୨|୭: ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଓ୍ବେଷ୍ଟଇଣ୍ଡିଜ ଗସ୍ତ ଯିବେ ନାହିଁ ବୋଲି ରୋକଠୋକ୍ ମନା କରିଛନ୍ତି। ଭାରତୀୟ ଅର୍ଦ୍ଧ ସାମରିକ ସେନାବାହିନୀରେ ଦୁଇ ମାସ ଟ୍ରେନିଂ ନେବେ ବୋଲି କହିଛନ୍ତି। ଭାରତୀୟ ସେନାର ମୁଖ୍ୟ ବିପିନ୍ ରାଣାଓ୍ବତଙ୍କଠାରୁ ମଧ୍ୟ ଅନୁମତି ଆଣିସାରିଛନ୍ତି।ଧୋନୀ ଓ୍ବେଷ୍ଟଇଣ୍ଡିଜ ଯିବେ ନାହିଁ ସେନାବାହିନାରେ ଟ୍ରେନିଂ ନେବେ।

ଏହି କଥାରେ ଇଂଲଣ୍ଡର ପୂର୍ବତନ ଖେଳାଳି ଡାବିଡ୍ ଲୟାଡ ଧୋନୀଙ୍କ ମଜା ଉଡ଼ାଇଛନ୍ତି। ଧୋନୀ ପାରାଚୁଟ ରେଜିମେଣ୍ଟ ବାଟାଲିୟନ ସହିତ ପ୍ରଶିକ୍ଷଣ ନେବେ। ଏହି ପ୍ରଶିକ୍ଷଣର କିଛି ଭାଗ ଜାମ୍ମୁକାଶ୍ମୀର ହେବ । ଭାରତୀୟ ଅର୍ଦ୍ଧ ସାମରିକ ସେନାବାହିନୀରେ ଧୋନି ପ୍ରଶିକ୍ଷଣ ନେବେ ବୋଲି ସୋସିଆଲ ମିଡିଆରେ ଜୋର ଚର୍ଚ୍ଚା ଧରିଛି। ସୂଚନାନୁସାରେ ସ୍ପୋର୍ଟସ ସ୍କାଏ ନାମକ ଏକ ଟୁଇଟର ପେଜରେ ଧୋନୀଙ୍କ ସେନାବାହିନୀରେ ଯୋଗଦେବା ନେଇ ଟ୍ବିଇଟ କରାଯାଇଥିଲା।
ସ୍ପୋର୍ଟସ ସ୍କାଏ ଦ୍ବାରା କରାଯାଇଥିବା ଟୁଇଟକୁ ଇଂଲଣ୍ଡର ପୂର୍ବତନ ଖେଳାଳି ଡାଭିଡ୍ ରିଟ୍ବିଇଟକରି ଏକ ଇମୋଜ ପୋଷ୍ଟ କରିଛନ୍ତି । ଇମୋଜରେ କାନ୍ଦିବା ସହ ହସିବା ଚିତ୍ର ମଧ୍ୟ ରହିଛି । ଯାହାର ଅର୍ଥ ହେଲା ହସିବି ନା କାନ୍ଦିବି । ଏଭଲି କରି ସେ ଧୋନିଙ୍କ ମଜା ଉଡ଼ାଇଛନ୍ତି। ଡାଭିଡ୍ଙ୍କ ରିଟ୍ବିଇଟ ନେଇ ହଜାର ହଜାର ବାରତୀୟ ୟୁଜର୍ସ ତାଙ୍କୁ ଟାର୍ଗେକରି ବିଭିନ୍ନ ପ୍ରକାର ମନ୍ତବ୍ୟ ଦେଇଛନ୍ତି।