ପୂର୍ବତ୍ତନ ଶିକ୍ଷାମନ୍ତ୍ରୀ ଯଦୁନାଥ ଦାସ ମହାପାତ୍ରଙ୍କ ପରଲୋକ

Published By : Prameya-News7 Bureau | August 21, 2018 IST

ପୂର୍ବତ୍ତନ ଶିକ୍ଷାମନ୍ତ୍ରୀ ଯଦୁନାଥ ଦାସ ମହାପାତ୍ରଙ୍କ ପରଲୋକ ହୋଇଛି | ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ହୋଇଥିଲା | ଭୁବନେଶ୍ୱରରେ ତାଙ୍କର ଦେହାନ୍ତ ହୋଇଛି |୧୯୨୯ ମସିହା ମାର୍ଚ୍ଚ ମାସ ୧ ତାରିଖରେ ଯଦୁନାଥଙ୍କ ଜନ୍ମ ହୋଇଥିଲା | ବାଲେଶ୍ୱର ସୋରୋ ନିର୍ବାଚନ ମଣ୍ଡଳୀରୁ ସେ ୩ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ | ସ୍ବର୍ଗତ ଦାସ ମହାପାତ୍ର ନନ୍ଦିନୀ ଶତପଥୀ ଓ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ମନ୍ତ୍ରୀ ମଣ୍ଡଳରେ ଯଥାକ୍ରମେ ଅର୍ଥ ବିଭାଗର ଉପମନ୍ତ୍ରୀ ଓ ଶିକ୍ଷାମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ | ଜଣେ ଉଚ୍ଚ କୋଟିର ସାହିତ୍ୟିକ ଭାବେ ମଧ୍ୟ ସେ ବେଶ ଖ୍ୟାତି ଅର୍ଜନ କରିଥିଲେ | ଉପନ୍ୟାସ, କବିତା,ନାଟକ ଆଦି ଓଡ଼ିଆ ସାହିତ୍ୟର ବିଭିନ୍ନ ବିଭାଗରେ ଲେଖନୀ ଚାଲାଣ କରି ଓଡ଼ିଆ ସାହିତ୍ୟକୁ ରୁଦ୍ଧିମନ୍ତ କରିଥିଲେ | ତାଙ୍କ ରଚିତ ନାଟକ, ଭୁଲି ହୁଏନା, ପରଶମଣି, ସଂଗ୍ରାମ. ସୂର୍ଯ୍ୟମନ୍ଦିର, କ୍ଷମା କରିବେ କି, ସେତୁବନ୍ଧ ଆଜି ମଧ୍ୟ ଲୋକଙ୍କ ମାନସପଟରୁ ଲିଭି ନାହିଁ | ତାଙ୍କ ନାଟକ ଭୁଲି ହୁଏନା କୁ ନେଇ ଚଳଚିତ୍ର ମଧ୍ୟ ନିର୍ମିତ ହୋଇଛି | ସେହିଭଳି ତାଙ୍କ ଉପନ୍ୟାସ ଗ୍ରାମ୍ୟ ନଦୀର ତୀରେ, ବିଭୀଷିକା ବେଶ ଜନାଦୃତ | କଲିକତାରେ ପଢିବା ସମୟରେ ସେ କଲିକତା ଓଡ଼ିଆ ଛାତ୍ର ସଂଘର ସଭାପତି ଥିଲେ | ୧୯୬୨ ମସିହାରେ ସେ କଂଗ୍ରେସରେ ଯୋଗ ଦେଇଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.