ଜେଲରେ ବିଗଡିଲା ସତ୍ୟେନ୍ଦ୍ର ଜୈନଙ୍କ ସ୍ୱାସ୍ଥ୍ୟ, ୩୫ କେଜି କମିଛି ଓଜନ, ହସ୍ପିଟାଲରେ ଭର୍ତ୍ତି
22/05/2023 at 5:19 PM

ନୂଆଦିଲ୍ଲୀ ୨୨।୫: ତିହାର ଜେଲରେ ବନ୍ଦୀ ଦିଲ୍ଲୀର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଅସୁସ୍ଥ ହୋଇପଡିଛନ୍ତି। ତାଙ୍କୁ ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମନିଲଣ୍ଡ୍ରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଜୈନଙ୍କୁ ୩୦ ମେ ୨୦୨୨ରେ ଗିରଫ କରିଥିଲା। ଜୈନ ସେବେଠାରୁ ତିହାର ଜେଲରେ ବନ୍ଦୀ ଅଛନ୍ତି। କୁହାଯାଉଛି ଜେଲରେ ଜୈନଙ୍କ ଓଜନ ୩୫ କେଜି ହ୍ରାସ ହୋଇଛି। ଜୈନ ଧର୍ମ ଅନୁସାରେ ମନ୍ଦିର ନ ଯାଇ ସେ ରୋଷେଇ ହୋଇଥିବା କୌଣସି ଖାଦ୍ୟ ଖାଇ ପାରିବେନି। ଏଣୁ ସେ କଞ୍ଚା ଫଳମୂଳ ଉପରେ ଭରସା କରୁଥିବାରୁ ତାଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଯାଇଛି।

ସତ୍ୟେନ୍ଦ୍ର ଜୈନଙ୍କ ସ୍ୱାସ୍ଥ୍ୟକୁ ନେଇ ତାଙ୍କ ଓକିଲ କରିଥିବା ଟ୍ୱିଟ୍କୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ସୋମବାର ରିଟ୍ୱିଟ୍ କରିଛନ୍ତି। ଏଥିରେ ତାଙ୍କ ପାର୍ଟିର ବରିଷ୍ଠ ନେତା ଖୁବ୍ ଶୀଘ୍ର ସୁସ୍ଥ ହୁଅନ୍ତୁ ବୋଲି ସେ ଭଗବାନଙ୍କୁ ପ୍ରାର୍ଥନା କରିଛନ୍ତି। ଏହା ଛଡା କେନ୍ଦ୍ରର ବିଜେପି ସରକାରଙ୍କ ଜୁଲୁମକୁ ଦିଲ୍ଲୀ ଓ ଦେଶବାସୀ ଦେଖୁଥିବା କେଜରିୱାଲ ଲେଖିଛନ୍ତି। ଏହି ସଂଘର୍ଷରେ ଜନତା ଓ ଈଶ୍ୱର ଆମ ସହିତ ଥିବା ସେ ଉଲ୍ଲେଖ କରିଛନ୍ତି। ସେ ଆହୁରି ଲେଖିଛନ୍ତି ଯେ ଆମେ ଭଗତ ସିଂହଙ୍କ ଚେଲା ଜୁଲୁମ, ଅନ୍ୟା ଓ ଏକଛତ୍ରବାଦ ବିରୋଧରେ ଆମର ଲଢେଇ ଜାରି ରହିବ।
सत्येंद्र जैन जी के बेहतर स्वास्थ्य के लिए मैं ईश्वर से प्रार्थना करता हूँ।
— Arvind Kejriwal (@ArvindKejriwal) May 22, 2023
बीजेपी सरकार के इस अहंकार और ज़ुल्म को दिल्ली और देश के लोग अच्छे से देख रहे हैं। भगवान भी इन अत्याचारियों को कभी माफ़ नहीं करेंगे।
इस संघर्ष में जनता हमारे साथ है, ईश्वर हमारे साथ हैं, हम सरदार भगत… https://t.co/addONAMyig
ସେପଟେ ସତ୍ୟେନ୍ଦ୍ର ଜୈନ ସୋମବାର ସଫଦରଜଙ୍ଗ ହସ୍ପିଟାଲରେ ଆଡମିସନ ହୋଇଥିବା ବେଳେ ତାଙ୍କର ଏବେ ଚିକିତ୍ସା କରାଯାଉଛି। ତାଙ୍କ ସ୍ୱାସ୍ଥ୍ୟରେ ଖୁବ୍ ଶୀଘ୍ର ସୁଧାର ହେଉ ଓ ସେ ତୁରନ୍ତ ସୁସ୍ଥ ହୁଅନ୍ତୁ ବୋଲି ଅରବିନ୍ଦ କେଜରିୱାଲ କାମନା କରିଛନ୍ତି। ଜେଲରେ ସତ୍ୟେନ୍ଦ୍ର ଜୈନଙ୍କର ବର୍ଷଟିଏ ପୂରଣ ହେବାକୁ ଯାଉଛି। ତେବେ ଏହି ସମୟରେ ସେ କେବେ ହେଲେ ରୋଷେଇ ହୋଇଥିବା କୌଣସି ଖାଦ୍ୟ ଜେଲରେ ଗ୍ରହଣ କରି ନାହାନ୍ତି। କେବଳ ଡ୍ରାଇଫ୍ରୁଟ ଓ ଫଳ ମୂଳ ଖାଇ ସମୟ ବିତାଉଥିବାରୁ ତାଙ୍କ ସ୍ୱାସ୍ଥ୍ୟ ବିଗଡିଯାଇଥିବା କୁହାଯାଉଛି।