Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଉ କିଛି ଦିନ ପରେ ସାଜିଥାନ୍ତେ ବରଗଡ଼ ଧନୁଯାତ୍ରାର ବଳରାମ, ତା ଆଗରୁ ଦୁନିଆ ଛାଡ଼ି ଚାଲିଗଲେ ଶ୍ରେୟସ
  • ||
  • ଜାଡ଼ରେ ଥରୁଛି କନ୍ଧମାଳ: ଫୁଲବାଣୀରେ ୬.୬ ଡିଗ୍ରୀ, ଦାରିଙ୍ଗବାଡିରେ ୮.୫ ଡିଗ୍ରୀ ସେଲସିୟସ
  • ||
  • ମହିଳା ପ୍ରଦର୍ଶନକାରୀଙ୍କ ସ୍ତନ ଏବଂ ଗୁପ୍ତାଙ୍ଗକୁ ଗୁଳି କରୁଛନ୍ତି ଇରାନୀ ସେନା, ଖୁଲାସା କଲେ ଡାକ୍ତର
  • ||
  • ସିନ୍ଧେକେଲା ଥାନା ଆଇଆଇସି ଗିରଫ, ୨୫ ହଜାର ଲାଞ୍ଚ ନେଉଥିବା ବେଳେ ଧରିଥିଲା ଭିଜିଲାନ୍ସ
  • ||
  • ଧର୍ମଗଡ: ଭାରସାମ୍ୟ ହରାଇ ଗଛରେ ପିଟିଲା ମିନିଟ୍ରକ, ଦୁର୍ଘଟଣାରେ ଜଣେ ମୃତ
  • ||
  • ଜାଡ଼ରେ ଥରୁଛି ରାଜ୍ୟ, କୋରାପୁଟରେ ତଳକୁ ଖସିଲା ପାରଦ
  • ||
  • ମୋହନା: ଗୋଷ୍ଠୀ କେନ୍ଦ୍ର ପଛପଟେ ପଡ଼ିଛି କୁଢ଼ କୁଢ଼ ଔଷଧ, ବୈଧତା ଥାଇ ବି ଫୋପାଡିଦେଲେ
  • ||
  • ପାଟଣା ରେଞ୍ଜରେ ଘୁରି ବୁଲୁଛନ୍ତି ହାତୀପଲ, ଧାନ ଫସଲ ନଷ୍ଟ ସହ ଖାଇଗଲେ ଶହ ଶହ ଧାନ ବିଡା
  • ||
  • ନିଶ୍ଚିତକୋଇଲି: ବିଳମ୍ବିତ ରାତିରେ ମାତିଲେ ଡକାୟତ, ଚୋରି କରିବାକୁ ଆସି ନେଇଗଲେ ଜୀବନ
  • ||

ବାଲାଜୀ ଟେଲିଫିଲ୍ମସ୍‌ର ପୂର୍ବ COO ନିଖୋଜ, ସରକାରଙ୍କୁ ସାହଯ୍ୟ ମାଗିଲେ ପରିବାର ଲୋକେ

14/10/2022 at 3:33 PM

ମୁମ୍ଵାଇ ୧୪୧୦: ଷ୍ଟାର ଏବଂ ବାଲାଜୀର ପୂର୍ବତନ ବରିଷ୍ଠ କାର୍ଯ୍ୟନିର୍ବାହୀ ତଥା ଏଗଜ୍ୟୁକେଟିଭ୍‌ ଜୁଲଫିକର ଖାନ ୨୧ ଜୁଲାଇ ୨୦୨୨ରୁ କେନିଆରେ ନିଖୋଜ ହୋଇ ଯାଇଛନ୍ତି । ଇଣ୍ଡଷ୍ଟ୍ରିର ଭେଟେରାନ ଜୁଲଫିକରଙ୍କୁ ୪୮ ବର୍ଷ।  ଯିଏକି ମୁମ୍ଵାଇ ରୁ ଆସିଥିଲେ। ନିଖୋଜ ହେବା ପରଠାରୁ ଜୁଲଫିକରଙ୍କୁ ତାଙ୍କ ପରିବାର ଖୋଜିବା ପାଇଁ ଭାରତ ସରକାରଙ୍କୁ ଅନୁରୋଧ କରିଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ ତାଙ୍କ ବିଷୟରେ କୌଣସି ପ୍ରକାରର ସୂଚନା ମିଳିନାହିଁ। ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଜୁଲଫିକର ଖାନଙ୍କ ବନ୍ଧୁମାନେ ଅନଲାଇନ୍‌ରେ #BringZulfiBack ଅଭିଯାନ ଆରମ୍ଭ କରିଛନ୍ତି ।

ସୂଚନାଯୋଗ୍ୟ, ଜୁଲଫିକର ଖାନ ଚଳିତ ବର୍ଷ ମେ ମାସରେ ବାଲାଜୀ ଟେଲିଫିଲ୍ମର COO ପଦରୁ ଇସ୍ତଫା ଦେଇଥିଲେ। ଜୁଲାଇରେ ସେ କେନିଆକୁ ଛୁଟି କାଟିବା ପାଇଁ ଯାଇଥିଲେ ଏବଂ ଜୁଲାଇ ୨୪ରେ ସେଠାରୁ ଫେରିବାର କାର୍ଯ୍ୟକ୍ରମ ଥିଲା। ତେବେ ସେ ଜୁଲାଇ ୨୧ଠାରୁ କୌଣସି ପ୍ରକାରର ସମ୍ପର୍କରେ ନାହାନ୍ତି। ତାଙ୍କ ବିଷୟରେ କିଛି ଖବର ମଧ୍ୟ ମିଳି ନାହିଁ ।  ଜୁଲଫିକରଙ୍କ ପରିବାର ସଦସ୍ୟମାନେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏବଂ କେନିଆର ଭାରତୀୟ ଉଚ୍ଚ ଆୟୋଗଙ୍କୁ ଚିଠି ଲେଖିଛନ୍ତି କି ଜୁଲଫିକରଙ୍କୁ ଖୋଜିବା ପାଇଁ ସାହାଯ୍ୟ କରନ୍ତୁ।

ବର୍ତ୍ତମାନ ଏହି ଘଟଣାକୁ ୮୦ ଦିନ ହେଲା ବିତିଗଲାଣି । ହେଲେ କୌଣସି ପ୍ରକାରର ସୂଚନା ମିଳି ପାରି ନାହିଁ । କହିବାକୁ ଗଲ ଜୁଲଫିକର ତାଙ୍କ କ୍ୟାରିଅର୍ ଆରମ୍ଭ କରିଥିଲେ, ଷ୍ଟାର୍ ଇଣ୍ଡିଆ, ପରେ ତାଙ୍କୁ ବିଜ୍ଞାପନ ବିକ୍ରୟର ବରିଷ୍ଠ ଭାଇସ୍‌ପ୍ରେସିଡେଣ୍ଟ ଭାବରେ ପଦୋନ୍ନତି ହୋଇଥିଲା । ପରେ ସେ ଷ୍ଟାର୍ ପ୍ଲସ୍, ଷ୍ଟାର୍ ଗୋଲ୍ଡ, ଷ୍ଟାର୍ ସ୍ପୋର୍ଟସ୍, ନ୍ୟାସନାଲ୍ ଜିଓଗ୍ରାଫିକ୍ ଏବଂ ଚ୍ୟାନେଲ୍ ଭି ପରି ଷ୍ଟାର୍ ଇଣ୍ଡିଆ ଚ୍ୟାନେଲଗୁଡିକର ତଦାରଖ କରିଥିଲେ।

   Related Posts