ପ୍ରଧାନମନ୍ତ୍ରୀଙ୍କୁ ନେଇ କଂଗ୍ରେସ ନେତାଙ୍କ ବିବାଦୀୟ ବୟାନ, ଭିଡିଓ ସେୟାର କରି ଘେରିଲା ବିଜେପି, ୟୁଟର୍ଣ୍ଣ ମାରିଲେ ରାଜା ପଟେରିଆ

Published By : Prameya-News7 Bureau | December 12, 2022 IST

ଭୋପାଳ: କଂଗ୍ରେସ ନେତାଙ୍କ ବିବାଦୀୟ ବୟାନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା କରିବା କହିଲେ ବରିଷ୍ଠ ନେତା । ମଧ୍ୟପ୍ରଦେଶର ପୂର୍ବତନ ମନ୍ତ୍ରୀ ରାଜା ପଟେରିଆ କଥା ଆଢୁଳରେ ପ୍ରଧାନମନ୍ତ୍ରୀଙ୍କୁ ମାରିବା କଥା କହିଛନ୍ତି । ବୟାନକୁ ନେଇ ବିବାଦ ଛିଡ଼ାହେବା ପରେ ୟୁଟର୍ଣ୍ଣ ନେଇଛନ୍ତି ପଟେରିଆ।

ସୂଚନା ଅନୁଯାୟୀ, ମଧ୍ୟପ୍ରଦେଶର ଏକ କାର୍ଯ୍ୟକ୍ରମକୁ ସମ୍ବୋଦ୍ଧିତ କରି ଏଭଳି କହିଛନ୍ତି ପଟେରିଆ । ସେ କହିଛନ୍ତି, ଧର୍ମ, ଜାତି, ଭାଷା ଆଧାରରେ ଦେଶକୁ ବିଭାଜନ କରିବାକୁ ଉଦ୍ୟମ କରୁଛନ୍ତି ପ୍ରଧାନମନ୍ତ୍ରୀ । ଦଳିତ, ଆଦିବାସୀ ଓ ସଂଖ୍ୟା ଲଘୁଙ୍କ ପାଇଁ ଏହା ବିପଦ । ମୋଦି ନିର୍ବାଚନ ପ୍ରକ୍ରିୟା ବନ୍ଦ କରିବାକୁ ଚାହୁଁଛନ୍ତି । ତେଣୁ ମୋଦିଙ୍କୁ ମାରି ସମ୍ବିଧାନ ବଞ୍ଚାଇବାକୁ ହେବ ବୋଲି କହିଥିଲେ । ପଟେରିଆଙ୍କ ବୟାନ ଭିଡିଓ ସାମ୍ନାକୁ ଆସିବା ପରେ ବିବାଦ ଆରମ୍ଭ ହୋଇଛି । ମଧ୍ୟପ୍ରେଦଶ ବିଜେପି ନେତା ଭିଡିଓ ସେୟାର କରି ପଟେରିଆଙ୍କୁ ଘେରିବା ସହିତ ଗିରଫ ପାଇଁ ଦାବି କରିଛନ୍ତି ।

wp:html /wp:html

ବୟାନକୁ ନେଇ ବିବାଦ ଛିଡ଼ାହେବା ପରେ ୟୁଟର୍ଣ୍ଣ ମାରିଛନ୍ତି ରାଜା ପଟେରିଆ । ବିଜେପି ନେତା ଭିଡିଓକୁ ଏଡିଟ୍ କରି ଅଜଥା ବିବାଦ ଛିଡ଼ା କରୁଛନ୍ତି ବୋଲି ସେ କହିଛନ୍ତି । ‘ପିଏମ ମୋଦିଙ୍କୁ ହତ୍ୟା’ ଅର୍ଥ ପ୍ରଧାନମନ୍ତ୍ରୀଙ୍କୁ ଆସନ୍ତା ସାଧାରଣ ନିର୍ବାଚନରେ ପରାଜିତ କରିବା । ନିର୍ବାଚନରେ ମୋଦିଙ୍କୁ ହରାଇ ସମ୍ବିଧାନ ବଞ୍ଚାଇବା ବୋଲି ବୁଝାଇ କହିଛନ୍ତି ରାଜା ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.