ନୂଆଦିଲ୍ଲୀ୨୭|୧୦: ସାପ କାମୁଡ଼ାରେ ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ୟାମଚରଣ ଶୁକ୍ଲାଙ୍କ ଡାକ୍ତରିଆଣୀ ବୋହୂ ରଚନା ଶୁକ୍ଲାଙ୍କ ମୃତ୍ୟୁ ହୋଇଛି। ବିଳମ୍ବିତ ରାତିରେ ସର୍ପଦଂଶନ ଜନିତ କାର୍ଡିଆକ୍ ଆରେଷ୍ଟ୍ରେ ତାଙ୍କର ମୃତ୍ୟୁ ହୋଇଛି। ସୋମବାର ରାତିରେ ରଚନାଙ୍କୁ ସାପ କାମୁଡ଼ି ଥିଲା। ତା ପରିଦିନ ଅର୍ଥାତ ମଙ୍ଗଳବାର ଚିକିତ୍ସା ପାଇଁ ତାଙ୍କୁ ଜବଲପୁର ହସ୍ପିଟାଲରେ ଭର୍ତ୍ତ କରାଯାଇଥିଲା। ଅକ୍ଟୋବର ୨୩ ତାରିଖରେ ସେ ହସ୍ପିଟାଲରୁ ଡିସ୍ଚାର୍ଜ ହୋଇଥିଲେ।
ଘର ଲୋକଙ୍କ କହିବା ଅନୁସାରେ କାରରେ ରଚନା ଆସିବା ସମୟରେ ସେ କିଛି ପରିବା ଆଣିଥିଲେ। ଗାଡ଼ିରୁ ପରିବା ବାହାର କରିବା ସମୟରେ ଗୋଟେ ବିଷାକ୍ତ ସାପ ତାଙ୍କୁ କାମୁଡ଼ି ଦେଇଥିଲା। କ’ଣ କାମୁଡ଼ିଲା ଭାବି ରଚନା ଟର୍ଚ୍ଚ ମାରି ଦେଇଥିଲେ । ଗାଡ଼ିରେ ସାପ ଥିବାର ସେ ଦେଖିଥିଲେ। ତାଙ୍କୁ ସାପ କାମୁଡ଼ିଥିବା କଥା ସେ ତାଙ୍କ ସ୍ବାମୀ ଅନିରୁଦ୍ଧଙ୍କୁ ଜଣାଇଥିଲେ। ଏହା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ଅକ୍ଟୋର ୨୩ ତାରିଖରେ ହସ୍ପିଟାଲରୁ ଡିସ୍ଚାର୍ଜ ହେବା ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଅଧିକ ଖରାପ ହୋଇଥିଲା। ରଚନାଙ୍କୁ ପୁଣି ହସ୍ପିଟାଲରେ ଭର୍ତ୍ତ କରାଯାଇଥିଲା। କିନ୍ତୁ ରଚନାଙ୍କ ଶରୀରରେ ପୂରା ବିଷ ଖେଳି ଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା।