ବ୍ୟାଙ୍କ ଋଣ ଠକେଇ ମାମଲା: ଭୂଷଣ ଷ୍ଟିଲ ଏଣ୍ଡ ପାୱାରର ପୂର୍ବତନ ଚେୟାରମ୍ୟାନ ସଞ୍ଜୟ ସିଂହଲ ଗିରଫ

Published By : Prameya-News7 Bureau | November 22, 2019 IST

ନୂଆଦିଲ୍ଲୀ ୨୨।୧୧:  ବ୍ୟାଙ୍କ ଋଣ ଠକେଇ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଶୁକ୍ରବାର ଭୂଷଣ ଷ୍ଟିଲ ଏଣ୍ଟ ପାୱାର ( ବିପିଏସଏଲ)ର ପୂର୍ବତନ ଚେୟାରମ୍ୟାନ ତଥା ପରିଚାଳନା ନିର୍ଦ୍ଦେଶକ (ସିଏମଡି) ସଞ୍ଜୟ ସିଂହଲଙ୍କୁ ଗିରଫ କରିଛି। ତାଙ୍କୁ ରାଜଧାନୀ ଦିଲ୍ଲୀରୁ ଗିରଫ କରାଯାଇଛି। ବ୍ୟାଙ୍କ ଋଣ ଠକେଇ ଓ ମନି ଲଣ୍ଡରିଂ ମାମଲାରେ ତାଙ୍କୁ ଗିରଫ କରାଯାଇଛି।

{"id":188409,"sizeSlug":"large"}

ସିଂହଲଙ୍କୁ ଏବେ ଉଚରା କରାଯିବା ପରେ ତାଙ୍କୁ ମନିଲଣ୍ଡରିଂ ନିବାରଣ ଅଧିନିୟମ (ପିଏମଏଲଏ) ଆଇନରେ ଗିରଫ କରାଯାଇଥିବା ଅଧିକାରୀମାନେ କହିଛନ୍ତି। ଆସନ୍ତା କାଲି ତାଙ୍କୁ କୋର୍ଟରେ ହାଜର କରାଯିବ ଓ ଅଧିକ ପଚରା ଉଚରା ନିମନ୍ତେ ତାଙ୍କୁ ରିମାଣ୍ଡରେ ନେବା ଲାଗି କୋର୍ଟଙ୍କୁ ନିବେଦନ କରାଯିବ ବୋଲି ଅଧିକାରୀ କହିଛନ୍ତି।

{"id":188410,"width":580,"height":357,"sizeSlug":"large"}

ବ୍ୟାଙ୍କ ଋଣ ଠକେଇ ମାମଲାରେ ସିଂହଲ ସହଯୋଗ ନ କରିବାରୁ ତାଙ୍କୁ ଗିରଫ କରିବା ଲାଗି ପଦକ୍ଷେପ ନିଆଯାଇଥିଲା। ନିକଟରେ ଇଡି ବିପିସିଏଲର ୪ହଜାର ୨୫କୋଟି ଟଙ୍କାର ସମ୍ପତ୍ତି ଜବତ କରିଛନ୍ତି। ସିଂହଲ କମ୍ପାନୀର ସିଏମଡି ଥିବା ବେଳେ ସେ ନିଜେ ଓ ତାଙ୍କ ପରିବାର ଲୋକେ ବିପିଏସଏଲରେ ୬୯୫.୧୪କୋଟି ଟଙ୍କା ପୁଞ୍ଜିନିବେଶ କରିଥିଲେ। ଏହା ଉପରେ ବ୍ୟାଙ୍କମାନଙ୍କରୁ ଆଣିଥିବା ଋଣକୁ ପରିବର୍ତ୍ତିତ କରି ଦୀର୍ଘକାଳୀନ ପୁଞ୍ଜିରେ ପରିଣତ କରିଥିଲେ। ହେଲେ ବ୍ୟାଙ୍କ ଋଣ ଫେରାଇବା ଲାଗି କୌଣସି ପଦକ୍ଷେପ ନେଇନଥିଲେ। ସିଂଘଲ ୨୦୦୭ ରୁ ୨୦୧୪ ମସିହା ମଧ୍ୟରେ ଦେଶର ୩୩ଟି ବ୍ୟାଙ୍କରୁ ୪୭ ହଜାର ୨୦୪କୋଟି ଟଙ୍କା ଋଣ ନେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.