ଦଶମ ପରୀକ୍ଷା ଦେବାକୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ, ହେଲେ ଲେଖିପାରିଲେନି...

Published By : Prameya-News7 Bureau | August 18, 2021 IST

ସୋନିପତ ୧୮/୦୮ : ୮୬ ବର୍ଷ ବୟସରେ ଜଣେ ଲୋକପ୍ରିୟ ନେତା ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଉଥିବାର ଦେଖି ଛାତ୍ର ଓ ଶିକ୍ଷକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ବୁଧବାର ଦିନ ପୂର୍ବତନ ହରିୟାଣା ମୁଖ୍ୟମନ୍ତ୍ରୀ ଓମ୍ ପ୍ରକାଶ ଚୌଟାଲା ଦଶମ ପରୀକ୍ଷା ଦେଇଛନ୍ତି। ସେ ୮୬ ବର୍ଷ ବୟସରେ ବାଳିକା ବିଦ୍ୟାଳୟରେ ପହଞ୍ଚି ଅପରାହ୍ନ ୨ ଟାରୁ ସାଢେ ୪ଟା ପର୍ଯ୍ୟନ୍ତ ଛାତ୍ର ଭାବରେ ବସି ପରୀକ୍ଷା ଦେଇଥିଲେ।

ପୂର୍ବତନ ମୁଖ୍ୟମନ୍ତ୍ରୀ ଲେଖିବାରେ ସକ୍ଷମ ହୋଇନଥିଲେ ତେଣୁ ସେ ଲେଖିବା ପାଇଁ ନବମ ଶ୍ରେଣୀ ଛାତ୍ରଙ୍କ ସାହାଯ୍ୟ ନେଇଥିଲେ। ଶିକ୍ଷା ବିଭାଗର ନିୟମ ଅନୁଯାୟୀ, ନବମ ଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ରୀଙ୍କୁ ପରୀକ୍ଷାରେ ଲେଖିବା ପାଇଁ ଉପଲବ୍ଧ କରାଯାଇଥିଲା। 

୮୬ ବର୍ଷ ବୟସରେ ଦଶମ ପରୀକ୍ଷା ଦେବା ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପାଇଁ ନୂଆ କଥା ନୁହେଁ କାରଣ ଏହାପୂର୍ବରୁ ଓପି ଚୌଟାଲା ଅଗଷ୍ଟ ୫ ରେ ଶିକ୍ଷା ବୋର୍ଡ ଦ୍ୱାରା ଜାରି ଦ୍ୱାଦଶ ଓପନ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ କିନ୍ତୁ ଦଶମ ଇଂରାଜୀ ପରୀକ୍ଷା ଦେଇ ନ ଥିବାରୁ ବୋର୍ଡ ତାଙ୍କର ଦ୍ୱାଦଶ ଫଳାଫଳକୁ ଅଟକାଇ ଦେଇଥିଲା। କାରଣ ଯେତେବେଳେ ସେ ଦଶମ ପାସ୍ କରିଥିଲେ, ସେତେବେଳେ ସେ ଇଂରାଜୀ ବିଷୟ ପରୀକ୍ଷା ଦେଇନଥିଲେ ଏବଂ ଏହି କାରଣରୁ ଅଗଷ୍ଟ ୧୨ ରେ ଆସିଥିବା ଦ୍ୱାଦଶ ଫଳାଫଳକୁ ଅଟକାଇ ଦିଆଯାଇଥିଲା। ବର୍ତ୍ତମାନ ଇଂରାଜୀ ପେପରରେ ପାସ୍ କରିବା ପରେ ତାଙ୍କର ଫଳାଫଳ ପ୍ରକାଶ ପାଇବ।

ଓମ ପ୍ରକାଶ ଚୌଟାଲା ହରିୟାଣାରେ ୪ ଥର ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଛନ୍ତି। ସେ ଗତ ଦଶନ୍ଧି ଧରି ଜେବିଟି ନିଯୁକ୍ତି ସ୍କାମରେ ସଜ୍ଜା ଭୋଗୁଥିଲେ। ଏହି ସମୟରେ ସେ ଜେଲରେ ପଢି ଦଶମ ଏବଂ ଦ୍ୱାଦଶ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ କିନ୍ତୁ ଦଶମ ଇଂରାଜୀ ବିଷୟ ପରୀକ୍ଷା ଦେଇପାରିନଥିଲେ ଏବଂ ସେଥିପାଇଁ ସେ ଆଜି ଏହି ପରୀକ୍ଷା ଦେବାକୁ ଆସିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.