ଓଡିଶାରେ ମଧ୍ୟପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ, ଜଗତସିଂହପୁର ଓ କଟକରେ ଆୟୋଜିତ ଦଳୀୟ କାର୍ଯ୍ୟକ୍ରମରେ ଦେବେ ଯୋଗ

Published By : Prameya-News7 Bureau | February 13, 2024 IST

ଭୁବନେଶ୍ବର ୧୩।୨:ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଲେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ । ଜଗତସିଂହପୁର ଓ କଟକରେ ଆୟୋଜିତ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବା ପୂର୍ବରୁ ବିମାନ ବନ୍ଦରରେ ରାଜ୍ୟ ସରକାରଙ୍କୁ କରିଛନ୍ତି ଟାର୍ଗେଟ୍ ।

wp:embed {"url":"https://www.prameyanews7.com/former-chief-minister-of-madhya-pradesh-is-coming-to-odisha/","type":"wp-embed","providerNameSlug":"prameya-news-7"}
https://www.prameyanews7.com/former-chief-minister-of-madhya-pradesh-is-coming-to-odisha/
/wp:embed

ଜଗତସିଂହପୁର ଲୋକସଭା ସଂସଦୀୟ କ୍ଷେତ୍ର କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଯୋଗଦେବା ପରେ ଶିବରାଜ ସିଂ ଚୈାହାନ ପ୍ରସିଦ୍ଧ ମା' ଶାରଳାଙ୍କ ଦର୍ଶନ କରି ଆଶୀର୍ବାଦ ଗ୍ରହଣ କରିବେ । ଏହାପରେ ସେ ସଂଧ୍ୟାରେ କଟକ ସ୍ଥିତ ଶାରଳା ଭବନରେ ଆୟୋଜିତ କଟକ ସଂସଦୀୟ କ୍ଷେତ୍ର କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଯୋଗଦେବେ ।

କଟକର ଅଧିଷ୍ଠାତ୍ରୀ ଦେବୀ ମା' କଟକ ଚଣ୍ଡୀଙ୍କ ଦର୍ଶନ କରିବା ପରେ ସେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି । ଶିବରାଜ ସିଂ ଚୌହାନଙ୍କ ଜଗତସିଂହପୁର ଗସ୍ତକୁ ନେଇ ଜିଲ୍ଲା ବିଜେପି ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି ।

You Can Read :

wp:embed {"url":"https://www.prameyanews7.com/plus-3-and-pg-students-will-get-nua-o-scholarship/","type":"wp-embed","providerNameSlug":"prameya-news-7"}
https://www.prameyanews7.com/plus-3-and-pg-students-will-get-nua-o-scholarship/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.