ଲକ୍ଡାଉନ୍ କୋହଳ ପରେ ମଦ ଦୋକାନ ଆଗରେ ଲମ୍ବା ଧାଡି, ବନ୍ଦ ହୋଇଗଲା ରାସ୍ତା, ଭିଡିଓ ସେୟାର କରି ପ୍ରଶ୍ନ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ
4/05/2020 at 4:56 PM

ହାଇଦ୍ରାବାଦ ୦୪।୦୫: ଲକ୍ଡାଉନ୍ର ତୃତୀୟ ପର୍ଯ୍ୟାୟରେ ମଦ ଦୋକାନ ଖୋଲିବାକୁ ଅନୁମତି ଦିଆଯିବା ମାତ୍ରେ ମଦ ଦୋକାନା ବାହାରେ ସକାଳ ୮ଟାରୁ ଲମ୍ବା ଧାଡି ଦେଖିବାକୁ ମିଳିଛି। ଏହାକୁ ନେଇ ଆନ୍ଧ୍ର ପ୍ରଦେଶରେ ଚକିତ କରିବା ଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଏଠାରେ ଏକ ମଦ ଦୋକାନ ବାହାରେ ଲମ୍ବା ଧାଡି ସହ ପ୍ରବଳ ଭିଡ ଦେଖିବାକୁ ଦେଖିବାକୁ ମିଳିଛି। ଏହି ଦୃଶ୍ୟ ଦେଖି ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ ଆଶ୍ଚର୍ଯ୍ୟପ୍ରକଟ୍ କରିଛନ୍ତି। ଏହାକୁ ନେଇ ରାଜ୍ୟର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କୁ ପ୍ରଶ୍ନ କରିଛନ୍ତି।
ନାଇଡୁ ମଦ ଦୋକାନ ବାହାରେ ଲାଗିଥିବା ଲୋକଙ୍କ ଲମ୍ବା ଧାଡି ଦେଖି ଟୁଇଟ୍ରେ ଏକ ଭିଡିଓ ସେୟାର କରି ଆଶ୍ଚର୍ଯ୍ୟ ପ୍ରକଟ୍ କରିଛନ୍ତି। ସେ ଲେଖିଛନ୍ତି, ଆଜି ଆନ୍ଧ୍ର ପ୍ରଦେଶରେ ମଦ ଦୋକାନ ବାହାରର ଦୃଶ୍ୟ ଦେଖି ମୁଁ ଚକିତ। କମନ ସେନ୍ସ ଏହା କହୁଛି ଯେ, ମଦ ଦୋକାନ ବାହାରେ ଲୋକଙ୍କ ପ୍ରବଳ ଲାଗିଥିବ। ମାତ୍ର ଜଗନ ମୋହନ ରେଡ୍ଡୀ ସରକାରଙ୍କ ପକ୍ଷରୁ ଏହାକୁ ନେଇ କୌଣସି ଯୋଜନା ରହିଛି ନା ସାମାଜିକ ଦୂରତ୍ଵ ନିୟମ ପ୍ରତି ନଜର ରହିଛି। ଏମିତି ଦୃଶ୍ୟ ସେହି ସମୟରେ ଦେଖିବାକୁ ମିଳୁଛି, ଯେବେ ରାଜ୍ୟରେ କୋଭିଡ୍-୧୯ ସଂକ୍ରମିତ ସଂଖ୍ୟା ବଢିବାରେ ଲାଗିଛି।
ଅନ୍ୟପଟେ ରାଜଧାନୀ ଦିଲ୍ଲୀରୁ ଉତ୍ତର ପ୍ରଦେଶ ଓ ଅନ୍ୟ ରାଜ୍ୟରେ ମଧ୍ୟ ପ୍ରାୟତଃ ମଦ ଦୋକାନ ବାହାରେ ଲୋକଙ୍କ ଲମ୍ବା ଧାଡି ଓ ପ୍ରବଳ ଭିଡ ହେବାର ଦୃଶ୍ୟ ଦେଖିବାକୁ ମିଳିଛି। ଛତିଶଗଡର ରାଜଧାନୀ ରାୟପୁରରେ ସୋମବାର ସକାଳୁ ମଦ କିଣିବାକୁ ଲୋକଙ୍କ ଲମ୍ବା ଧାଡି ଲାଗିଥିଲା। ଏହି ସମୟରେ ଲୋକେ ସାମାଜିକ ଦୂରତ୍ଵ ପାଳନ କରୁଥିବା ଦେଖିବାକୁ ମିଳିଥିଲା।