ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଜୋର ଧରିଲା ରାଜନୀତି: ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଝିଅ ସରକାରଙ୍କୁ ଦେଲେ ଚ୍ୟାଲେଞ୍ଚ, କହିଲେ ଦମ୍ ଅଛି ପ୍ରମଣାକରି ଦେଖାନ୍ତୁ…

Published By : Prameya-News7 Bureau | August 16, 2019 IST

ନୂଆଦିଲ୍ଳୀ୧୬|୮: ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଓ ୩୫ଏ ଉଚ୍ଛେଦ ପରେ ରାଜନୈତିକ ମହଲରେ ଝଡ଼ ସୃଷ୍ଟି ହୋଇଛି।ଅଧିଂକାଶ ରାଜନୈତିକ ଦଳ ଏହାକୁ ସମର୍ଥନ ଜଣାଉଥିବା ବେଳେ ଆଉ କିଛି ରାଜନୈତିକ ଦଳ ନିଜ ସ୍ବାର୍ଥକୁ ଆଗରେ ରଖି ଏହାକୁ ବିରୋଧ କରୁଛନ୍ତି।କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ନେଇ ବିଭିନ୍ନ ମହଲରୁ ପ୍ରତିକ୍ରିୟା ଆସୁଥିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ମହମ୍ମଦ ଶାହଙ୍କ ଝିଅ ଆଲିୟା ଅବଦୁଲ୍ଲାଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି।

ଶୁକ୍ରବାର ଦିନ କାଶ୍ମୀର ଯୁବକଙ୍କ ଦ୍ବାରା ବିରୋଧ ପ୍ରଦର୍ଶନକୁ  ବିରୋଧ କରିବା ସହ ଶାନ୍ତି ରକ୍ଷା ପାଇଁ କାଶ୍ମୀରବାସୀଙ୍କୁ ଆଲିଆ ଅବଦୁଲ୍ଲା ନିବେଦନ କରିଛନ୍ତି।ଅନ୍ୟପଟରେ ଫାରୁକ୍ ଅବଦୁଲ୍ଲାଙ୍କ ଗିରଫଦାରୀକୁ ନେଇ ସରକାରଙ୍କୁ ଟାର୍ଗେଟକରି କହିଛନ୍ତି ଯେ, ସରକାରଙ୍କ ଏହିଭଳି ନିଷ୍ପତ୍ତି ସମ୍ପୂର୍ଣ୍ଣ ଭୁଲ। ଏହି ସମୟରେ ନେତାଙ୍କୁ ନଜର ବନ୍ଦୀ କରିବା ଦ୍ବାରା ହିଂସା ସୃଷ୍ଟି ହୋଇଥାଏ। ଭାରତ ଏକ ଗଣତାନ୍ତ୍ରିକ ଦେଶ । ତେଣୁ ତାଙ୍କ ଉପରେ ଏପରି ନିୟମ କାହିଁକି ଲାଗୁ କରାଯାଉଛି ବୋଲି ସେ ପ୍ରଶ୍ନ କରିଥିଲେ।

ଫାରୁକ୍ ଅବଦୁଲ୍ଳା ଜଣେ ସାସଂଦ ହେବା ସତ୍ତ୍ବେ ତାଙ୍କୁ ନଜର ବନ୍ଦୀ କରିବା ଉଚିତ୍ ନୁହେଁ ବୋଲି ଆଲିଆ କହିଥିଲେ। ଯଦି ସରକାର ତାଙ୍କ ନିଷ୍ପତ୍ତି​‌ରେ ଅଟଳ ରହନ୍ତି ତେବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅର୍ଥାତ ଆଲିଆଙ୍କ ବାପା ଗୁଲାମଙ୍କ ସମର୍ଥକ ଓ ଫାରୁକ ଅବଦୁଲ୍ଲାଙ୍କ ସମର୍ଥକ ଆଗକୁ ଆନ୍ଦୋଳନ କରିପାରନ୍ତି ବୋଲି ଆଲିଆ ଅବୁଦୁଲ୍ଲା ସରକାରକୁ ଚେତାବନୀ ଦେଇଛନ୍ତି।ସେ ଆହୁରି ମଧ୍ୟ  କହିଛନ୍ତି ଯେ, ଭାରତ ଭଳି ଏକ ଗଣତାନ୍ତ୍ରିକ ଦେଶରେ ସରକାରଙ୍କ  ଏହିଭଳି ନିଷ୍ପତ୍ତି ଶୋଭନୀୟ ନୁହେଁ। ଭାରତ ଏକ ଗଣତାନ୍ତ୍ରିକ ଦଶ ବୋଲି ସରକାର ପ୍ରମାଣ କରି ଦେଖାନ୍ତୁ।

ଧାରା ୩୭୦ ହଟିବା ପରେ କାଶ୍ମୀରକୁ କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ଘୋଷଣା କରାଯାଇଛି।ଆଲିଆ ଆହୁରି ମଧ୍ୟ କହିଛନ୍ତି ଯେ, ସେ ବହୁତ ଖୁସି ଅଛନ୍ତି ହେଲେ କାଶ୍ମୀରର ଯୁବକମାନେ ବାହାରୁ ଆସିନାହାଁନ୍ତି।ତେଣୁ ଶାନ୍ତି  ବଜାୟ ରଖିବା ଉଚିତ ବୋଲି ସେ କହିଛନ୍ତି।ସରକାର ଶାନ୍ତିପୂର୍ଣ୍ଣ ଭାବେ ସବୁ ସସମ୍ୟା ସମାଧାନ କରନ୍ତୁ ବୋଲି ଆଲିୟା କହିଛନ୍ତି।

ଆଲିଆ ସରକାରଙ୍କୁ ଆକ୍ଷେପକରି କହିଛନ୍ତି , ଏହା ଦୁଃଖରେ ବିଷୟ ଯେ, ଫାରୁକ୍‌ ଅବୁଦୁଲ୍ଲାଙ୍କୁ ଦେଖା କରିବା ପାଇଁ ତାଙ୍କ ପରିବାର ତଥା ଆଲିଆଙ୍କୁ ଅନୁମତି ଦିଆଯାଉ ନାହିଁ। କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ୧୨ ଦିନ ହୋଇଗଲାଣି ହେଲେ ଫାରୁକ୍ ଅବଦୁଲ୍ଲାଙ୍କୁ  କାହିଁକି ମୁକ୍ତ କରାଯାଉ ନାହିଁ ବୋଲି ଆଲିଆ ଅବଦୁଲ୍ଲା ସରକାରଙ୍କୁ ପ୍ରଶ୍ନ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.