ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ଏବଂ ଉପ-ମୁଖ୍ୟମନ୍ତ୍ରୀ ନୀତୀନ ପଟେଲଙ୍କ ଘୋଷଣା, ଲଢିବେନି ଗୁଜରାଟ ନିର୍ବାଚନ

Published By : Prameya-News7 Bureau | November 09, 2022 IST

ଗାନ୍ଧୀନଗର: ଗୁଜରାଟ ନିର୍ବାଚନ ପୂର୍ବରୁ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ଏବଂ ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ନୀତୀନ ପଟେଲ ନିର୍ବାଚନ ନ ଲଢିବା ନେଇ ଘୋଷଣା କରିଛନ୍ତି। ନୀତୀନ ପଟେଲ ରାଜ୍ୟ ବିଜେପି ଅଧ୍ୟକ୍ଷ ସିଆର ପାଟିଲଙ୍କୁ ଚିଠି ଲେଖି ନିର୍ବାଚନ ଲଢିବା ପାଇଁ ଚାହୁଁ ନଥିବା କହିଛନ୍ତି।

ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ କହିଛନ୍ତି, 'ସମସ୍ତଙ୍କ ସହଯୋଗରେ ମୁଁ ପାଞ୍ଚ ବର୍ଷ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଛି । ଏହି ନିର୍ବାଚନରେ ନୂଆ କାର୍ଯ୍ୟକର୍ତ୍ତାଙ୍କୁ ଦାୟିତ୍ୱ ଦିଆଯାଉ । ମୁଁ ନିର୍ବାଚନ ଲଢିବି ନାହିଁ, ବରିଷ୍ଠଙ୍କୁ ଚିଠି ଲେଖି ମୁଁ ଅବଗତ କରାଇ ସାରିଛି । ଆମେ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ କାମ କରିବୁ'। ନୀତୀନ ଭାଇ ପଟେଲ କହିଛନ୍ତି, 'ଚଳିତ ଥର ନୂଆ କାର୍ଯ୍ୟକର୍ତ୍ତାଙ୍କୁ ସୁଯୋଗ ଦେବା ପାଇଁ ମୁଁ ଏବଂ ବିଜୟ ରୂପାଣୀ ନିର୍ବାଚନ ଲଢିବୁ ନାହିଁ '।

ରାଜ୍ୟ ବିଜେପିର ଏହି ଦୁଇ ବଡ଼ ନେତାଙ୍କ ସହ କିଛି ଅନ୍ୟ ନେତା ମଧ୍ୟ ନିର୍ବାଚନ ନ ଲଢିବା ନେଇ ଘୋଷଣା କରିଛନ୍ତି । ବିଜୟ ରୂପାଣୀ ସରକାରରେ ଶିକ୍ଷା ଏବଂ ରାଜସ୍ୱ ମନ୍ତ୍ରୀ ଥିବା ଭୂପେନ୍ଦ୍ର ସିଂ ମଧ୍ୟ ନିର୍ବାଚନ ଲଢିବେ ନାହିଁ ବୋଲି କହିଛନ୍ତି । ଏହାସହ ରୂପାଣୀ ସରକାରରେ ମନ୍ତ୍ରୀ ଥିବା ଅନ୍ୟ ଦୁଇ ଜଣ ସୌରଭ ପଟେଲ ଏବଂ ପ୍ରଦୀପ ସିଂଙ୍କ ନିର୍ବାଚନ ଲଢିବା ସମ୍ଭାବନା କମ ରହିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.