ଏହି ପୂର୍ବତନ କ୍ୟାପଟେନ ହୋଇପାରନ୍ତି ଟିମ ଇଣ୍ଡିଆର ମୁଖ୍ୟ କୋଚ୍, ରବି ଶାସ୍ତ୍ରୀଙ୍କୁ କରାଯାଇପାରେ ବାଏ ବାଏ…

Published By : Prameya-News7 Bureau | July 18, 2019 IST

ନୂଆଦିଲ୍ଲୀ୧୮|୭: ୨୦୧୯ ବିଶ୍ବକପ ସେମିଫାଇନାଲ ମ୍ୟାଚରେ ନ୍ୟୁଜିଲାଣ୍ଡଠାରୁ ଟିମ ଇଣ୍ଡିଆ ହାରିବା ପରେ ଭାରତୀୟ ଟିମର ମୁଖ୍ୟ କୋଚ ଓ କୋଚିଂ କର୍ମଚାରୀ ପରିବର୍ତ୍ତନ ହେବାକୁ ଯାଉଛି। ଏହି ସମୟରେ ଟିମ ଇଣ୍ଡିଆର ଜଣେ ପୂର୍ବତମ ଅଧିନାୟକଙ୍କ ନାଁ ବେଶ ଚର୍ଚ୍ଚାରେ ରହିଛି। ରବି ସାସ୍ତ୍ରୀଙ୍କ ବଦଳରେ ସେ ଟିମ ଇଣ୍ଡିଆର ମୁଖ୍ୟ କୋଚ ହେବା ସମ୍ଭାବନା ଉଜ୍ଜଳ ବୋଲି କୁହାଯାଉଛି ।

 ସୂଚନାଯୋଗ୍ୟ ଯେ,  ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ମଙ୍ଗଳବାର ଦିନ ଭାରତୀୟ ମୁଖ୍ୟ କୋଚ ଓ କୋଚିଂ କର୍ମଚାରୀ ପଦବୀ ପାଇଁ ଆବେଦନ ଆହ୍ବାନ କରିଛନ୍ତି। ପୂର୍ବରୁ ଯେପରି ଅନିଲ କୁମ୍ବେଲଙ୍କୁ ସାକ୍ଷାତକାର ମାଧ୍ୟମରେ ଟିମ ଇଣ୍ଡିଆର କୋଚ ଚୟନ କରାଯାଇଥିଲା ଠିକ୍ ଏହିପରି ରବି ଶାସ୍ତ୍ରୀ ଓ ତାଙ୍କ କୋଚଂ କର୍ମଚାରୀଙ୍କୁ ମଧ୍ୟ ସାକ୍ଷାତକାର ମାଧ୍ୟମରେ ନିଯୁକ୍ତି ଦିଆଯାଇଥିଲା ଓ ପରେ ସେମାନେ ଅନ୍ୟ କୋଚ ଓ କୋଚିଂ କର୍ମାଚାରୀ ଚୟନ କରିଥିଲେ।

ତେବେ ଚଳିତଥର ଏକାଥରକରେ ସବୁ ପଦବୀ ପାଇଁ ଚୟନ ହେବା ସହ ସମସ୍ତଙ୍କ ପାଇଁ ଗୋଟେ ନିୟମ ଲାଗୁ ହେବ ବୋଲି ଭାରତୀୟ କ୍ରିକେଟ କଣ୍ଟ୍ରଲ ବୋର୍ଡ କହିଛି। ବ୍ୟାଟିଂ କୋଚ, ବୋଲିଂ କୋଚ, ଫିଲଡିଂ କୋଚ, ଫିଜିକାଲା ଫିଟନେସ୍ କୋଚ ଓ ଆଡମିନଷ୍ଟ୍ରେଟିଭ ମ୍ୟାନେଜର  ଭଳି ପଦବୀ ପାଇଁ ଇଚ୍ଚୁକ ପ୍ରାର୍ଥୀ ଆବେଦନ କରିପାରିବେ । ଆବେଦନ ପାଇଁ ଶେଷ ତାରିଖ ଜୁଲାଇ ୩୦ ତାରିଖ ଧାର୍ଯ୍ୟ କରାଯାଇଛି।  

ଭାରତୀୟ ଟିମର ମୁଖ୍ୟ କୋଚ ଭାବେ ପୂର୍ବତନ ଅଧିନାୟକ  ରାହୁଲ ଦ୍ରାଭିଡ଼ଙ୍କ ନାଁ କୁ ସବୁ ବର୍ଗରୁ ସମର୍ଥନ ମିଳୁଥିବା ଜଣାପଡିଛି। ଇଣ୍ଡିଆ ଅଣ୍ଡର-୧୯ ଟିମରେ ରାହୁଲ ଭଲ ଗାଇଡ୍ ଲାଇନ ତିଆରି କରିଥିଲେ। ତେଣୁ ଟିମ ଇଣ୍ଡିଆର ମୁଖ୍ୟ କୋଚ ପଦ ପାଇଁ ରାହୁଲ ଆବେଦନ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ରାହୁଲ ଆବେଦନ କଲେ ଏହି ପଦ ପାଇଁ ତାଙ୍କ ନାଁ ଆଗରେ ରହିବ ବୋଲି କ୍ରିକେଟ ସମୀକ୍ଷକ ମତ ଦେଇଛନ୍ତି। ଟିମ ଇଣ୍ଡିଆର ମୁଖ୍ୟ କୋଚ ପାଇଁ ବିସିସିଆଇ ଆବଶ୍ୟକ ଯୋଗ୍ୟତା ନିର୍ଦ୍ଧାରଣ କରିଛନ୍ତି । ତାହା ହେଲା ଆବେଦକାରୀଙ୍କ ବୟସ ୬୦ ବର୍ଷରୁ ଉର୍ଦ୍ଧ୍ବ ହୋଇ ନଥିବ, ଅନ୍ତଃରାଷ୍ଟ୍ରୀୟ କ୍ରିକେଟରେ ତାଙ୍କର ଅନ୍ୟୂନ ୨ବର୍ଷର ଅଭିଜ୍ଞତା ଥିବ । ଏଥିସହ ସେ କୋଚିଂ ଲେଭର-୩ର ଶିକ୍ଷାଗତ ଯୋଗ୍ୟତା ହାସଲ କରିଥିବେ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.