ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ଧାମନଗର ଉପ-ନିର୍ବାଚନ: ପୂର୍ବତନ ବିଜେଡି ବିଧାୟକ ରାଜେନ୍ଦ୍ର ଦାସଙ୍କ ମନ ବୁଝୁନି, କହିଲେଣି-ଲୋକେ ଚାହିଁଲେ ଲଢ଼ିବି !

13/10/2022 at 7:02 PM

ଭଦ୍ରକ, ୧୨/୧୦: ଧାମନଗର ଉପ-ନିର୍ବାଚନରେ ପ୍ରାର୍ଥୀତ୍ୱକୁ ନେଇ ବିଜେଡିରେ ଫାଟ । ଉପ-ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିପାରନ୍ତି ବିଜେଡିର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ । ସେ ଆସନ୍ତାକାଲି ନାମାଙ୍କନ ପତ୍ର ଦାଖଲ କରିପାରନ୍ତି ବୋଲି ଜଣାପଡ଼ିଛି । ବିଜେଡି ଟିକେଟ ନମିଳିବା ପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ରାଜୁ ଦାସ । କର୍ମୀଙ୍କ ଭାବାବେଗ ଓ ଭଲ ପାଇବାକୁ ସମ୍ମାନ ଦେଇ ସେ ନିର୍ବାଚନ ମଇଦାନକୁ ଓହ୍ଲାଇ ପାରନ୍ତି ବୋଲି କହିଛନ୍ତି । ତେବେ ଗତକାଲି ଧାମନଗର ଉପନିର୍ବାଚନ ପାଇଁ ପାର୍ଥୀ ଘୋଷଣା କରିଥିଲା ବିଜୁ ଜନତା ଦଳ । ଅବନ୍ତୀ ଦାସଙ୍କୁ ବିଜେଡି ପ୍ରାର୍ଥୀ କରିଥିଲା । ଅବନ୍ତୀଙ୍କ ପାର୍ଥୀତ୍ୱକୁ ବିଜେଡି ସୁପ୍ରିମୋ ନବୀନ୍‌ ପଟ୍ଟନାୟକ ମୋହର ମାରିଥିଲେ । ଅବନ୍ତୀ ବର୍ତ୍ତମାନ ତିହିଡ଼ି ବ୍ଲକ୍‌ର ଚେୟାରମ୍ୟାନ୍‌ ରହିଛନ୍ତି ।

ସୂଚନା ଥାଉକି, କିଛି ଦିନ ତଳେ ଧାମନଗର ବିଧାୟକ ବିଷ୍ଣୁ ସେଠୀଙ୍କ ଦେହାନ୍ତ ହୋଇଥିଲା । ତାପରଠୁ ଉପନିର୍ବାଚନ ନେଇ ପ୍ରସ୍ତୁତି ଆରମ୍ଭ ହୋଇଥିଲା । ବିଜେପି ପକ୍ଷରୁ ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୁରଜଙ୍କ ନାମ ଘୋଷଣା କରାଯାଇଥିଲା । ଗତକାଲି ସେ ବାପା ସ୍ବର୍ଗତ ବିଷ୍ଣୁ ସେଠୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ନିରାଡ଼ମ୍ବର ଭାବେ ନାମାଙ୍କନ ଭରିଛନ୍ତି  । ନାମାଙ୍କନ ଦାଖଲ ବେଳେ ସାଙ୍ଗରେ ଥିଲେ ସୂର୍ଯ୍ୟବଂଶୀଙ୍କ ଭଉଣୀ । ପୈତୃକ ଗାଁ ତିହିଡି ମଙ୍ଗରାଜପୁର ଓ ଭଦ୍ରକ ସ୍ଥିତ କୁଆଁସ ବାସଭବନରେ ବାପାଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇ ସେ ନାମାଙ୍କନ ପତ୍ର ଦାଖଲ କରିଥିଲେ । ସେପଟେ କଂଗ୍ରେସ ପକ୍ଷରୁ ବାବା ହରେକୃଷ୍ଣ ସେଠୀଙ୍କ ପ୍ରାର୍ଥୀତ୍ୱକୁ ମଞ୍ଜୁରୀ ମିଳିଥିଲା ।

   Related Posts