କଂଗ୍ରେସକୁ ପୁଣି ଝଟକା, ବିଜେପିରେ ସାମିଲ୍‌ ହେଲେ ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | April 07, 2023 IST

ନୂଆଦିଲ୍ଲୀ, ୦୭/୦୪: ଦକ୍ଷିଣ ଭାରତର ଆଉ ଏକ ରାଜ୍ୟରେ କଂଗ୍ରେସକୁ ବଡ଼ ଝଟକା। ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କିରଣ କୁମାର ରେଡ୍ଡୀ ବିଜେପିରେ ସାମିଲ୍‌ ହୋଇଛନ୍ତି। ଗତ ସପ୍ତାହରେ ସେ କଂଗ୍ରେସ ଛାଡ଼ିଥିଲେ। ରେଡ୍ଡୀ ଅବିଭାଜିତ ଆନ୍ଧ୍ର ପ୍ରଦେଶର ଶେ​‌ଷ ମୁଖ୍ୟମନ୍ତ୍ରୀ ଥିଲେ। କୁହାଯାଉଛି ସେ କଂଗ୍ରେସରେ ନେତୃତ୍ବରେ ଅସ୍ଥିରତାକୁ ନେଇ ସେ କଂଗ୍ରେସ ଛାଡ଼ିବା ନିଷ୍ପତ୍ତି ନେଇଥିଲେ।

ଦଳ ଛାଡ଼ିବା ନେଇ ସେ କହିଛନ୍ତି ଯେ, ’’କଂଗ୍ରେସ ଲୋକଙ୍କ ମତକୁ ବୁଝି ପାରୁନାହିଁ। କଂଗ୍ରେସ ଭୁଲ୍‌ ବିଶ୍ଲେଷଣ କରୁନାହିଁ କି’ ଭୁଲ୍‌କୁ ଠିକ୍‌ କରିବାକୁ ଚାହୁନାହିଁ। ସେ କେବଳ ନିଜକୁ ଠିକ୍‌ ଭାବୁଛନ୍ତି ଏବଂ ଦେଶର ଜନତା ସହ ବାକି ସମସ୍ତେ ଭୁଲ୍‌। କଂଗ୍ରେସ ହାଇ କମାଣ୍ଡର ଭୁଲ୍‌ ନିଷ୍ପତ୍ତି ଯୋଗୁଁ ରାଜ୍ୟରେ ପାର୍ଟି ଭାଙ୍ଗିବାରେ ଲାଗିଛି। ଏହି ରାଜ୍ୟ ଗୋଟିଏ କଥା ନୁହେଁ।’’ ତେବେ ଏହି ବିଚାରଧାରା ଯୋଗୁଁ ଦଳ ଛାଡ଼ିଥିବା ନିଷ୍ପତ୍ତି ନେଇଥିବା କହିଛନ୍ତି।

wp:heading {"level":3}

ପଢନ୍ତୁ- କଂଗ୍ରେସକୁ ଆଉ ଏକ ଝଟକା, ପଦ୍ମ ଧରିଲେ ପୂର୍ବତନ ରକ୍ଷା ମନ୍ତ୍ରୀ ଏକେ ଆଣ୍ଟୋନିଙ୍କ ପୁଅ ଅନିଲ

/wp:heading

ପୂର୍ବରୁ କୁହାଯାଉଥିଲା ଯେ ରେଡ୍ଡୀ ଲଗାତାର ବିଜେପିର ଶୀର୍ଷ ନେତୃତ୍ବ ସହ ଯୋଗାଯୋଗରେ ଅଛନ୍ତି। ତେବେ ବିଜେପି ତାଙ୍କୁ ଗୁରୁତ୍ବପୂର୍ଣ୍ଣ ପଦବୀ ଦେବା ନେଇ ମଧ୍ୟ କୁହଯାଉଛି। ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ଏକ ବର୍ଷରୁ କମ୍ ସମୟ ରହିଥିବାବେଳେ ବିଜେପିରେ ସାମିଲ୍ ହେବା ଗରୁତ୍ବପୂର୍ଣ୍ଣ ହେବ। ଅବଶ୍ୟ ବର୍ତ୍ତମାନ ଓ୍ବାଇଏସଆର କଂଗ୍ରେସ ସତ୍ତାରେ ରହିଛି। ରେଡ୍ଡୀଙ୍କ ଏଣ୍ଟ୍ରି ପରେ ଦକ୍ଷିଣର ଏହି ରାଜ୍ୟରେ ବିଜେପିର ସଂଗଠନ ଅଧିକ ମଜବୁତ ହେବ ବୋଲି କୁହାଯାଉଛି।

ବଡ଼ କଥା ହେଉଛି ୨୦୧୪ରେ ତେଲଙ୍ଗାନାର ଗଠନ ପରେ ରେଡ୍ଡି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ସେହି ସମୟରେ ତାଙ୍କୁ ନିଜ ପାର୍ଟି ଜୟ ସମୈକ୍ୟ ଆନ୍ଧ୍ର ପାର୍ଟିର ଗଠନ କରିଥିଲେ। ଅବଶ୍ୟ ୨୦୧୮ରେ ତାଙ୍କର ତତ୍କାଳୀନ କଂଗ୍ରେସ୍‌ ମୁଖ୍ୟ ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ ସେ ପୁଣି ଦଳକୁ ଫେରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.