ବାଲାକୋଟ୍ ଏୟାର ଷ୍ଟ୍ରାଇକ୍‌କୁ ପୂରିଲା ବର୍ଷେ, ଏମିତି କହିଲେ ପୂର୍ବତନ ବାୟୁସନା ମୁଖ୍ୟ ବି.ଏସ୍. ଧନୋଆ

Published By : Prameya-News7 Bureau | February 26, 2020 IST

ନୂଆଦିଲ୍ଲୀ ୨୬।୨: ଗତ ବର୍ଷ ଫେବୃଆରୀ ୨୬ ତାରିଖରେ ଭାରତୀୟ ବାୟୁସେନା ପାକିସ୍ତାନଟାରୁ ପୁଲଓ୍ବାମା ଆକ୍ରମଣର ପ୍ରତିଶୋଧ ନେବାରୁ ଯାଇ ବାଲାକୋଟରେ ଏୟାରଷ୍ଟ୍ରାଇକ୍ କରିଥିଲା । ବାଲାକୋଟ ଏୟାର ଷ୍ଟ୍ରାଇକ୍ କ ଏକ ବର୍ଷ ପରେ ପୂର୍ବତନ ବାୟୁସେନା ମୁଖ୍ୟ ବି.ଏସ. ଧନୋଆ କହିଛନ୍ତି ଯେ, ଏୟାର ଷ୍ଟ୍ରାଇକ୍ ପରେ ଆମେ ସନ୍ତୁଷ୍ଟି ଲାଭ କରିଥିଲୁ । ବାଲାକୋଟ୍ ଅପରେସନ ପରେ ଆମକୁ ବହୁତ କିଛି ଶିଖିବାକୁ ମିଳିଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଶତ୍ରୁମାନେ ଜାଣିସାରିଲେଣି ଯେଉଁଠି ବି ରହିଲେ ଭାରତୀୟ ବାୟୁସେନା ସେଠାରେ ପ୍ରବେଶ କରି ଆକ୍ରମଣ କରିବେ ।

ସେ କହିଛନ୍ତି ଯେ, ଏଭଳି ଏୟାର ଷ୍ଟ୍ରାଇକ୍ ଆମର ଅପରେସନ କରିବାର ଉପାୟରେ ଏକ ନୂଆ ପରିବର୍ତ୍ତନ । ଶତ୍ରୁପକ୍ଷ ବିଶ୍ବାସ କରିପାରୁନି ଯେ, ଆମେ ପାକିସ୍ତାନ ଭିତରେ ପଶି ଆତଙ୍କବାଦୀ ଶିବିରକୁ ଧ୍ବଂସ କରିବାକୁ ଏୟାରଷ୍ଟ୍ରାଇକ୍ କରିପାରୁ ବୋଲି । ଯାହାକୁ ଆମେ ସଫଳତାପୂର୍ବକ କରିଛୁ ।

{"id":229385,"sizeSlug":"large"}

ବାଲାକୋଟ୍ ଏୟାରଷ୍ଟ୍ରାଇକ୍ ପରେ ଭାରତରେ ନିର୍ବାଚନ ବେଳେ କୌଣସି ବଡ ଧରଣର ଆତଙ୍କବାଦୀ ଆକ୍ରମଣ ହୋଇନାହିଁ । କାରଣ ସେମାନେ ଡରିଯାଇଥିଲେ ଯେ, ଆମେ ପୁଣି ଥରେ ସେହିଭଳି ଅଥବା ତାଠାରୁ ଅଧିକ ଶକ୍ତିଶାଳୀ ଉପାୟରେ ଆକ୍ରମଣ କରି ଜବାବ ଦେଇପାରିବୁ ବୋଲି । ଆତଙ୍କବାଦୀମାନେ ଯେଉଁଠି ବି ରହିଲେ ଆମେ ସେଠାରେ ପଶି ଆକ୍ରମଣ କରିବୁ ବୋଲି ସେ କହିଛନ୍ତି । ଆମ ଦେଶରେ ରହି ମଧ୍ୟ ଆମେ ଆକ୍ରମଣ କରିପାରିବୁ ।

ସୂଚନାଯୋଗ୍ୟ ଯେ, ପାକିସ୍ତାନରେ ଥିବା ଆତଙ୍କୀ ସଂଗଠନ ଜୈଶ୍-ଇ-ମହମ୍ମଦ ଏବଂ ଲକ୍ସର-ଇ-ତୋଇବା ଭାରତରେ କେତେକ ଆକ୍ରମଣ କରିଛନ୍ତି । ସଂସଦ, ମୁମ୍ବାଇ, ପଠାନକୋଟ୍ ଏବଂ ଉରି ସେକ୍ଟରରେ ହୋଇଥିବା ଆକ୍ରମଣ ଏହାର ଗୋଟିଏ ଗୋଟିଏ ଉଦାହରଣ । ପାକିସ୍ତାନ ସବୁବେଳେ ଭାରତ ଉପରେ କୁଟନୈତିକ ଚାପ ପକାଇଥାଏ । ଉରି ସେକ୍ଟରରେ ହୋଇଥିବା ଆକ୍ରମଣ ପରେ ପ୍ରଥମଥର ଭାରତୀୟ ସେନା ଏଲଓସି ଅତିକ୍ରମ କରି ଆତଙ୍କବାଦୀ ଶିବିରକୁ ଟାର୍ଗେଟ୍ କରିଥିଲା । ଏହାପରେ ପୁଲଓ୍ବାମା ଆକ୍ରମଣରେ ୪୦ ଯବାନ ସହିଦ ହେବା ପରେ ଭାରତୀୟ ବାୟୁସେନା ପାକିସ୍ତାନ ଭିତରେ ପ୍ରବେଶ କରି ଏୟାର ଷ୍ଟ୍ରାଇକ୍ କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.