ଦେଶ ଛାଡିବାକୁ ସାଧା ପୋଷାକରେ କାବୁଲ ବିମାନବନ୍ଦରରେ ଧାଡିରେ ଛିଡା ହୋଇଛନ୍ତି ଆଫଗାନିସ୍ତାନର ପୂର୍ବତନ ସେନାମୁଖ୍ୟ, ଭିଡିଓ ଭାଇରାଲ ପରେ ଆସିଲା ଭୟର ବିକଳ ଚିତ୍ର

Published By : Prameya-News7 Bureau | August 24, 2021 IST

କାବୁଲ, ୨୪|୦୮:     ତାଲିବାନର ବର୍ବରତା ପାଇଁ ଆତଙ୍କିତ ଆଫଗାନ ନାଗରିକ । ଅନେକ ଦେଶ ସେମାନଙ୍କ ନାଗରିକଙ୍କୁ ଆଫଗାନିସ୍ତାନରୁ ନେଇଯାଉଛନ୍ତି । ଏହାମଧ୍ୟରେ ଆଫଗାନିସ୍ତାନର ପୂର୍ବତନ ସେନା ମୁଖ୍ୟ ଓ୍ୱାଲି ମହମ୍ମଦ ଅହମଦାଇ କାବୁଲ ବିମାନବନ୍ଦରରେ ଲାଇନରେ ଠିଆ ହୋଇଥିବା ଦେଖିବାକୁ ମିଳିଛି ।

ଗଣମାଧ୍ୟମରେ ଓ୍ୱାଲି ଏକ ଫଟୋ ସାମ୍ନାକୁ ଆସିଛି । ସେ ଦେଶ ଛାଡିବା ପାଇଁ ଧାଡିରେ ଠିଆ ହୋଇଛନ୍ତି ।ସେ ଆଫଗାନିସ୍ତାନ ଛାଡି କେଉଁଠିକି ଯିବେ ତାହା ଏବେସୁଦ୍ଧା ଜଣାପଡି ନାହିଁ ।ଓ୍ୱାଲି ହଜାର ହଜାର ଆଫଗାନବାସୀଙ୍କ ସହ ବିମାନବନ୍ଦରରେ ଫସି ରହିଛନ୍ତି । ଅନ୍ୟ ସାଧାରଣ ଲୋକଙ୍କ ଭଳି ଦେଶରୁ ବାହାରିବାରୁ ଅପେକ୍ଷା କରିଛନ୍ତି ।

ସୂଚନାଯୋଗ୍ୟ, ଅଗଷ୍ଟ ୧୫ ତାରିଖରେ ରାଜଧାନୀ କାବୁଲକୁ ତାଲିବାନ କବଜା କରିନେଇଥିଲା । ଏହାପରେ ପୂର୍ବତନ ରାଷ୍ଟ୍ରପତି ଆଶରଫ ଘନୀ ଦେଶ ଛାଡି ପଳାୟନ କରିଥିଲେ । କିଛି ମାସ ତଳେ ଆଶରଫ ଘନୀ ଓ୍ୱାଲିଙ୍କୁ ହଟାଇ ହିବତୁଲ୍ଲା ଅଲିଜାଇଙ୍କୁ ସେନା ମୁଖ୍ୟ କରିଥିଲେ ।ତେବେ ଅଲିଜାଇଙ୍କ ଅଧିନରେ ଥିବା ଆଫଗାନ ସେନା ତାଲିବାନ ଆଗରେ ସମ୍ପୂର୍ଣ୍ଣ ଭାବେ ଆତ୍ମ ସମର୍ପଣ କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.