scan steel
web-baneer-728x90
1 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ରିମାଣ୍ଡରେ ଗଲେ ପୂର୍ବତନ ଅତିରିକ୍ତ ଉପଜିଲ୍ଲାପାଳ, ବେନାମୀ ଆକାଉଣ୍ଟର ହେବ ଛାନ୍‌ଭିନ୍

28/06/2023 at 3:56 PM

ଭୁବନେଶ୍ୱର ୨୮/୦୬: ରିମାଣ୍ଡରେ ଗଲେ ପୂର୍ବତନ ଅତିରିକ୍ତ ଉପଜିଲ୍ଲାପାଳ । ନବରଙ୍ଗପୁରର ପୂର୍ବତନ ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତ । ପ୍ରଶାନ୍ତ ରାଉତଙ୍କୁ ୫ ଦିନିଆ ରିମାଣ୍ଡରେ ନେଇଛି ଭିଜିଲାନ୍ସ । ୫ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଗିରଫ ହୋଇଛନ୍ତି ପ୍ରଶାନ୍ତ ।

ବେନାମୀ ଆକାଉଣ୍ଟ ତଦନ୍ତ କରିବାକୁ ରିମାଣ୍ଡରେ ନେଇଛି ଭିଜିଲାନ୍ସ । ଏନେଇ ସୂଚନା ଦେଇଛନ୍ତି ଭିଜିଲାନ୍ସ ନିର୍ଦ୍ଦେଶକ ଯଶୱନ୍ତ ଜେଠୱା । ମଙ୍ଗଳବାର ପ୍ରଶାନ୍ତଙ୍କୁ ଚାକିରିରୁ ବାଧ୍ୟତାମୂଳକ ଅବସର ଦେଇଥିଲେ ରାଜ୍ୟ ସରକାର । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଆକ୍ସନ ନେଇଥିଲା ଭିଜିଲାନ୍ସ ।

ସୂଚନା ଥାଉକି, ୨ ଦିନ ତଳେ ପ୍ରଶାନ୍ତ ରାଉତଙ୍କୁ ଗିରଫ କରିଥିଲା ଭିଜିଲାନ୍ସ । ତାଙ୍କ ନିକଟରୁ ନଗଦ ୩ କୋଟି ଟଙ୍କା ସହ ୭ କୋଟିରୁ ଅଧିକ ସ୍ଥାବର ଅସ୍ଥାବ ସଂପତ୍ତି ଜବତ କରିଥିଲା ଭିଜିଲାନ୍ସ ଟିମ୍ । ଶୁକ୍ରବାର ତାଙ୍କ ଘର, ଅଫିସ୍‌, ପୈତୃକ ଘର ସହ ମୋଟ୍‌ ୯ ଟି ସ୍ଥାନରେ ଭିଜିଲାନ୍ସ ଚଢ଼ଉ କରି ୭ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ କରିଥିଲା । ଆୟଠାରୁ ୫୦୦%ରୁ ଅଧିକ ସଂପତ୍ତି ଠାବ କରିଥିଲା ଭିଜିଲାନ୍ସ ଟିମ୍ ।

ଭୁବନେଶ୍ୱର କାନନ ବିହାର ଓ ନବରଙ୍ଗପୁର ଘରୁ ନଗଦ ୩ କୋଟି ୨ ଲକ୍ଷ ଟଙ୍କା ମିଳିଛି । ସେ ସବୁ ଟଙ୍କାକୁ ପ୍ରଶାନ୍ତ ପେଟି ଓ ବହି ଥାକରେ ଲୁଚାଇ ରଖିଥିଲେ । ଏମିତିକି ଭିଜିଲାନ୍ସ ଟିମ୍‌କୁ ଦେଖି ପଡ଼ୋଶୀଙ୍କ ଛାତକୁ ଫିଙ୍ଗି ଦେଇଥିଲେ ବିଡା ବିଡା ଟଙ୍କା । ନବରଙ୍ଗପୁର ସରକାରୀ ବାସଭବନର ତାଜା ଉପରେ ପେଟିରୁ ଜବତ ହୋଇଛି ୭୬ ଲକ୍ଷ ୪୪ ହଜାର ୫୦୦ ଟଙ୍କା । ଏଥସହ ସରକାରୀ ବାସଭବନ ଆଲମିରାରୁ ମିଳିଛି ନଗଦ ୧୨ଲକ୍ଷ ୪୮ ହଜାର ୮୦୦ ଟଙ୍କା ଜବତ କରାଯାଇଥିଲା ।

you can alos read…

   Related Posts