ନୂଆଦଳ ଗଠନ କାମ ଚାଲିଛି : ଡାକ୍ତର ଦାମ ରାଉତ
3/10/2018 at 10:07 AM

ଭୁବନେଶ୍ବର ୩|୧୦: ସବୁ ବିଜୁ ଅନୁଗତମାନେ ମିଶି ନୂଆ ଦଳ ଗଠନ କରିବାକୁ ଚିନ୍ତା କରାଯାଇଛି । ଏ ସଂପର୍କରେ କଥାବାର୍ତ୍ତା ଚାଲିଛି । ବିଶେଷ କରି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ସହ ଆଲୋଚନା ହୋଇଥିଲେ ମଧ୍ୟ କିଛି ନିଷ୍ପତ୍ତି ନିଆଯାଇନାହିଁ ବୋଲି ଡାକ୍ତର ରାଉତ ଗଣମାଧ୍ୟମକୁ ଗତକାଲି କହିଛନ୍ତି ।
କଂଗ୍ରେସଭବନଠାରେ ଆୟୋଜିତ ସର୍ବଦଳୀୟ ସଭାରେ ବକ୍ତବ୍ୟ ରଖିବା ପରେ ଡାକ୍ତର ରାଉତଙ୍କୁ ସାମ୍ବାଦିକମାନେ ସେ କଂଗ୍ରେସରେ ଯୋଗ ଦେଉଛନ୍ତି କି ବୋଲି ଜାଣିବାକୁ ଚାହିଁଥିଲେ ତେବେ ଡାକ୍ତର ରାଉତ କହିଥିଲେ ଯେ, ସେ କଂଗ୍ରେସରେ ଯୋଗ ଦେବାର ପ୍ରଶ୍ନ ଉଠୁନାହିଁ । ନିଜେ ଦଳ ଗଠନ ସଂପର୍କରେ ଡାକ୍ତର ରାଉତ କହିଥିଲେ ଯେ, ତାଙ୍କ ପାଖରେ ଦଳ ଗଢିଲା ଭଳି ଟଙ୍କା ନାହିଁ । ତେବେ ସବୁ ବିଜୁ ଅନୁଗତମାନେ ମିଶି ଦଳ ଗଠନ ସଂପର୍କରେ କଥାବାର୍ତ୍ତା ହେଇଥିବା ସେ ସୂଚନା ଦେଇଛନ୍ତି । ଅପରପକ୍ଷରେ ଏ କ୍ଷେତ୍ରରେ ବିଜୟ ମହାପାତ୍ର ସହଯୋଗ କରୁନଥିବା ସେ ସୂଚନା ଦେଇଛନ୍ତି । ବିଜୟ ମହାପାତ୍ର ଧରାଛୁଆଁ ଦେଉନାହାଁନ୍ତି ବୋଲି ସେ କହିଛନ୍ତି ।
ଦାମ ବାବୁ ଗତକାଲି ମାପିଚୁପି କଥାବାର୍ତ୍ତା କରୁତିବା ଦେଖିବାକୁ ମିଳିଛି । ଗତକାଲି ସକାଳେ ମାହାଙ୍ଗା ସଭାରେ ଡାକ୍ତର ରାଉତ ବିଜୁ ଜନତା ଦଲ ସଂପର୍କରେ ବହୁ କଥା କହିଥିବାବେଳେ ଅପରାହ୍ନରେ ହଠାତ୍ ବିଜୁ ଜନତା ଦଳୁ ଛାଡି ବିଜେପି ବିରୋଧରେ କହିବା ସମସ୍ତଙ୍କୁ ଚକିତ କରିଛି । ଏହା ପଛରେ ରହିଥିବା କାରଣକୁ ନେଇ ରାଜନୈତିକ ସମୀକ୍ଷକମାନେ ଅଙ୍କ କଷିବା ଆରମ୍ଭ କରିଛନ୍ତି ।