AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରଲୋକରେ ପରଭେଜ୍ ମୁଶାରଫ୍, ଚିକିତ୍ସାଧୀନ ଅବସ୍ଥାରେ ଦୁବାଇରେ ଦେହାନ୍ତ
  • ||
  • ବ୍ରହ୍ମପୁର : ଅବକାରୀ ଗୁଇନ୍ଦା ବିଭାଗକୁ ସଫଳତା, ୨୪୦ କିଲୋ ଗଞ୍ଜେଇ ଜବତ
  • ||

ସୁରକ୍ଷା ବ୍ୟବସ୍ଥାରେ ଢିଲା, ଶ୍ରୀମନ୍ଦିର ଭିତରକୁ ପ୍ରବେଶ ବେଳେ ଅଟକାଇଲେ ସେବାୟତ

26/01/2023 at 9:53 AM

ପୁରୀ ୨୬/୦୧: ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି । ପ୍ରଶାସନର ଯାଞ୍ଚ ବ୍ୟବସ୍ଥା ନେଇ ଉଠିଲା ପ୍ରଶ୍ନ । ବୁଧବାର ଅପରାହ୍ନ ଚାରିଟା ବେଳେ ଜଣେ ବିଦେଶୀ ଭକ୍ତ ସଂହଦ୍ୱାର ଦେଇ ବଡ଼ଦେଉଳକୁ ପ୍ରବେଶ କରିଥିଲେ । ସାଙ୍ଗରେ ଗୋଟିଏ ଝୁଲା ବ୍ୟାଗ୍‌ ବି ଧରିଥିଲେ । ତେବେ ଏଠାରେ ପ୍ରଶ୍ନ ଉଠୁଛି ଏହି ବ୍ୟାଗକୁ ପୋଲିସ୍‌ କିପରି ଯାଞ୍ଚ କରି ବିଦେଶୀ ଭକ୍ତଙ୍କୁ ମନ୍ଦିର ଭିତରକୁ ଛାଡ଼ିଥିଲା ।

ପ୍ରତ୍ୟକ୍ଷ ଦର୍ଶୀମାନେ କହିଛନ୍ତି, ବାଇଶି ପାହଚରେ ଚଢ଼ିବା ବେଳେ କିଛି ସେବାୟତ ଏହି ବ୍ୟକ୍ତିଙ୍କୁ ଚିହ୍ନଟ କରିଥିଲେ । ଫଳରେ ସେଠାରେ ଅଟକାଇବା ସହ ବାଇଶି ପାହାଚରୁ ଏହି ବିଦେଶୀ ଅନୁପ୍ରବେଶକାରୀ ଫେରିଥିଲେ । ଏହି ଫେରନ୍ତା ଦୃଶ୍ୟକୁ କେହି ଜଣେ ଭିଡିଓ କରିଥିଲେ । ଶ୍ରୀମନ୍ଦିରରେ ପୁଣି ବିଦେଶୀ ଭକ୍ତ ପଶିଲେ ବୋଲି ଖବର ପ୍ରସାର ପ୍ରଚାର ହେବା ପରେ ବି ପୋଲିସର ଚେତା ପଶିନଥିଲା ।

ଫେରିବା ବାଟରେ ଜୋତା ଷ୍ଟାଣ୍ଡ ସାମ୍ନାରେ ଏହି ଭକ୍ତ କିଛି ସମୟ ଠିଆ ହୋଇଥିଲେ । ତଥ।ପି ପୋଲିସ ନା ଶ୍ରୀମନ୍ଦିର ପ୍ରଶାସନର କୌଣସି ଅଫିସର ତାଙ୍କୁ ଧରି ନଥିଲେ କି ଜେରା କରି ନଥିଲେ । ସନ୍ଧ୍ୟା ଆଠଟାରେ ପୋଲିସ ପ୍ରଶାସନର ତପ୍ରରତା ପ୍ରକାଶ ପାଇଥିଲା । ତେବେ ସେତେବେଳକୁ ବହୁତ ବିଳମ୍ୱ ହୋଇଥିଲା ।

ବିଦେଶୀ ଭକ୍ତ ସେତେବେଳକୁ ସିଂହଦ୍ୱାର ସାମ୍ନାରୁ କୁଆଡେ ଗାଏବ ହୋଇଯାଇଥିଲେ । ସେପଟେ ଅଭିଯୋଗ ବି ପୂର୍ବରୁ ଆସିଛି । ମନ୍ଦିର ପ୍ରବେଶ କରିଥିବା ଏହି ଭକ୍ତଙ୍କ ପରିଚୟକୁ ଖୋଜା ଯାଉଛି । ସିଂହଦ୍ୱାର ପୁଲିସ କହିଛି, ବିଦେଶୀଙ୍କ ପରିଚୟ ମିଳି ପାରିନାହିଁ । ସେପଟେ ଶ୍ରୀମନ୍ଦିର ଆଇନ ଉଲ୍ଲଂଘନ ଅଭିଯୋଗରେ ମାମଲା ହୋଇ ପାରିବ ବୋଲି ସିଂହଦ୍ୱାର ଥାନା ଦାୟିତ୍ୱରେ ଥିବା ଆଇଆଇସି ଗୋକୁଳ ରଞ୍ଜନ ଦାଶ କହିଛନ୍ତି । ତେବେ ମନ୍ଦିର ଆଇନ ଉଲ୍ଲଂଘନ ଅପରାଧର ତଦନ୍ତ ବେଳେ କିଛି ଅପରାଧିକ କାର୍ଯ୍ୟର ପ୍ରମାଣ ମିଳିଲେ ପୋଲିସ କେସ କରାଯାଇ ପାରିବ ବୋଲି ସେ କହିଛନ୍ତି ।

   Related Posts