Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଲଗାତାର ଦୁଇ ସପ୍ତାହରେ ହ୍ରାସ ପରେ ପୁଣି ବଢିଲା ବିଦେଶୀ ମୁଦ୍ରା ଭଣ୍ଡାର, ୫୯୫.୦୬ ବିଲିୟନ ଡଲାରର ଫରେକ୍ସ ରିଜର୍ଭ

9/06/2023 at 7:59 PM

ନୂଆଦିଲ୍ଲୀ: ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ଜୁନ ୨ରେ ଶେଷ ହୋଇଥିବା ସପ୍ତାହରେ ୫.୯୨୯ ବିଲିୟନ ଡଲାର ବଢି ୫୯୫.୦୬୭ ବିଲିୟନ ଡଲାର ହୋଇଛି । ଭାରତୀୟ ରିଜର୍ଭ ବ୍ୟାଙ୍କ ଶୁକ୍ରବାର ଏହି ସୂଚନା ଦେଇଛି । ଏହା ପୂର୍ବରୁ ଲଗାତାର ଦୁଇ ସପ୍ତାହ ବଦେଶୀ ମୁଦ୍ର ଭଣ୍ଡାରରେ ହ୍ରାସ ଘଟିଥିଲା । ଗତ ଦୁଇ ସପ୍ତାହରରେ ବିଦେଶୀ ମୁଦ୍ରା ଭଣ୍ଡାର ମୋଟ ୪.୩୪ ବିଲିୟନ ଡଲାର ହ୍ରାସ ପାଇ ୫୮୯.୧୪ ବିଲିୟନ ଡଲାରକୁ ଖସି ଆସିଥିଲା । ୨୦୨୧ ଅକ୍ଟୋବରରେ ଦେଶର ବିଦେଶୀ ଭଣ୍ଡାର ୬୪୫ ବିଲିୟନ ଡଲାରର ରେକର୍ଡ ସ୍ତରରେ ପହଞ୍ଚିଥିଲା ।

ରିଜର୍ଭ ବ୍ୟାଙ୍କର ସାପ୍ତାହିକ ଡାଟା ଅନୁସାରେ, ଜୁନ ୨ରେ ଶେଷ ହୋଇଥିବା ସପ୍ତାହରେ ବିଦେଶୀ ମୁଦ୍ରା ଭଣ୍ଡାର ଗୁରୁତ୍ୱପୂର୍ଣ୍ଣ ଭାଗ ବିଦେଶୀ ମୁଦ୍ରା ସମ୍ପତ୍ତି ୫.୨୭ ବିଲିୟନ ଡଲାର ବଢି ୫୨୬.୨୦୧ ବିଲିୟନ ଡଲାର ହୋଇଛି । କେନ୍ଦ୍ରୀୟ ବ୍ୟାଙ୍କ କହିଛି ଯେ ଦେଶର ସୁନା ଭଣ୍ଡାରର ମୂଲ୍ୟ ୬୫.୫ କୋଟି ଡଲାର ବଢି ୪୫.୫୫୭ ବିଲିୟନ ଡଲାର ହୋଇଛି ।

ସପ୍ତାହିତ ଡାଟା ଅନୁସାରେ, ବିଶେଷ ଆହରଣ ଅଧିକାର (ଏସଡିଆର) ୬୦ ଲକ୍ଷ ଡଲାର କମି ୧୮.୧୮୬ ବିଲିୟନ ଡାଲର ରହିଛି । ଆଲୋଚ୍ୟ ସପ୍ତାହରେ ଅନ୍ତରାଷ୍ଟ୍ରୀୟ ମୁଦ୍ରା ପାଣ୍ଠିରେ ଥିବା ଦେଶର ମୁଦ୍ରା ଭଣ୍ଡାର ଏକ କୋଟି ଡଲାର ବଢି ୫.୧୨୩ ବିଲିୟନ ଡଲାର ହୋଇଛି ।

Also Read: ଆରବିଆଇର ମୁଦ୍ରା ନୀତି ଘୋଷଣା, ଅପରିବର୍ତ୍ତିତ ରହିଲା ରେପୋ ରେଟ୍

   Related Posts