ପୁଣି ବଢିଲା ବିଦେଶୀ ମୁଦ୍ରା ଭଣ୍ଡାର, ୫୯୩ ବିଲିୟନ ଡଲାର ଟପିଲା, ସୁନା ଭଣ୍ଡାରରେ ବି ବୃଦ୍ଧି

Published By : Prameya-News7 Bureau | July 01, 2022 IST

ନୂଆଦିଲ୍ଲୀ: ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ଜୁନ ୨୪ରେ ଶେଷ ହୋଇଥିବା ସପ୍ତାହରେ ୨.୭୩୪ ବିଲିୟନ ଡଲାର ବୃଦ୍ଧି ହୋଇଛି ୫୯୩.୩୨୩ ବିଲିୟନ ଡଲାର ହୋଇଛି । ଏହି ସମୟରେ ଭାରତୀୟ ଟଙ୍କା ଡଲାର ତୁଳନାରେ ରେକର୍ଡ ଦୁର୍ବଳ ସ୍ତରରେ ପହଞ୍ଚିଥିଲା। ଭାରତୀୟ ରିଜର୍ଭ ବ୍ୟାଙ୍କର ପରିସଂଖ୍ୟନ ଅନୁସାରେ ଏହା ପୂର୍ବ ସପ୍ତାହରେ ବିଦେଶୀ ମୁଦ୍ରା ଭଣ୍ଡାର ୫.୮୭ ବିଲିୟନ ଡଲାର ହ୍ରାସ ହୋଇ ୫୯୦.୫୮୮ ବିଲିୟନ ଡାଲରରେ ହୋଇଥିଲା।

ଜୁନ ୨୪ରେ ଶେଷ ହୋଇଥିବା ସପ୍ତାହରେ ବିଦେଶୀ ମୁଦ୍ରା ଭଣ୍ଡାର ବୃଦ୍ଧି ପଛର କାରଣ ହେଉଛି ବିଦେଶୀ ମୁଦ୍ରା ସମ୍ପତ୍ତି ବୃଦ୍ଧି ପାଇବା । ଏହା ମୋଟ ମୁଦ୍ରା ଭଣ୍ଡାର ଏକ ବଡ଼ ଅଂଶ ଅଟେ । ଏହାଛଡା ସୁନା ଭଣ୍ଡାରରେ ବୃଦ୍ଧି ଯୋଗୁଁ ମଧ୍ୟ ବିଦେଶୀ ମୁଦ୍ରା ଭଣ୍ଡାର ବୃଦ୍ଧି ପାଇଛି । ପରିସଂଖ୍ୟାନ ଅନୁସାରେ ଆଲୋଚ୍ୟ ସପ୍ତାହରେ ବିଦେଶୀ ମୁଦ୍ରା ସମ୍ପତ୍ତି(FCA) ୨.୩୩୪ ବିଲିୟନ ଡଲାର ବଢି ୫୨୯.୨୧୬ ବିଲିୟନ ଡଲାରେ ହୋଇଥିଲା।

ମୁଦ୍ର ଭଣ୍ଡାରରେ ରଖାଯାଉଥିବା ବିଦେଶୀ ମୁଦ୍ରା ସମ୍ପତ୍ତିରେ ୟୁରୋ, ପାଉଣ୍ଡ ଏବଂ ୟେନ ପରି ଅଣ ଆମେରିକୀୟ ମୁଦ୍ରାରେ ମୂଲ୍ୟବୃଦ୍ଧି ଏବଂ ମୂଲ୍ୟ ହ୍ରାସର ପ୍ରଭାବ ମଧ୍ୟ ସାମିଲ କରାଯାଇଥାଏ । ଡାଟା ଅନୁସାରେ, ସପ୍ତାହରେ ସୁନା ଭଣ୍ଡାରର ମୂଲ୍ୟ ୩୪.୨ କୋଟି ଡଲାର ବଢି ୪୦.୯୨୬ ବିଲିୟନ ଡଲାର ହୋଇଥିଲା।

ସମୀକ୍ଷାଧିନ ସପ୍ତାହରେ ଆଇଏଫଏର ଥିବା ଜମା ଏସଡିଆର ୫.୫ କୋଟି ଡଲାର ବୃଦ୍ଧି ପାଇ ୧୮.୨୧ ବିଲିୟନ ଡଲାର ହୋଇଛି। ଆଇଏମଏଫରେ ଜମା ଥିବା ଦେଶରେ ମୁଦ୍ର ଭଣ୍ଡାରରେ ମଧ୍ୟ ୩୦ ଲକ୍ଷ ଡଲାର ବଢି ୪.୯୭ ବିଲିୟନ ଡଲାର ହୋଇଛି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.