ଭିଜିଲାନ୍ସ ପଞ୍ଝାରେ କୋଟିପତି ଫରେଷ୍ଟର, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଚଢାଉ

Published By : Prameya-News7 Bureau | December 27, 2019 IST

ବାଲିଗୁଡା ୨୭।୧୨: ଭିଜିଲାନ୍ସ ପଞ୍ଝାରେ କୋଟିପତି ଫରେଷ୍ଟର । କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀ ଗାଁ ଫରେଷ୍ଟର କୈଳାସ ସାହୁଙ୍କ ଘରେ ଭିଜିଲାନ୍ସ ଟିମ୍ ରେଡ୍ କରିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ ଚାଲିଥିବା ନେଇ ସୂଚନା ମିଳିଛି ।

{"id":203186,"sizeSlug":"large"}

କନ୍ଧମାଳର ୭ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଛି ଫୁଲବାଣୀ ଓ ବ୍ରହ୍ମପୁର ଭିଜିଲାନ୍ସ ଟିମ୍ । ଜିଲ୍ଲାର ବାଲିଗୁଡ଼ା ଆଚାର୍ଯ୍ୟ କଲୋନୀରେ ଥିବା ବାସଭବନରେ ଭିଜିଲାନ୍ସ ଚଢ଼ାଉ କରିଥିବାବେଳେ ପଣସପଡ଼ି, ଗୁଳିମରା, ନୂଆସାହି, ଇଲେକ୍ଟ୍ରିସାହି, ସାରଙ୍ଗଗଡ଼ ସମେତ ବହୁ ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ । ତାଙ୍କର ବ୍ରହ୍ମପୁର, ପୁରୀ, ଭୁବନେଶ୍ୱର, କଳାହାଣ୍ଡି, ଜିଲ୍ଲା ମାନଙ୍କରେ ଅସ୍ଥାବର ସମ୍ପତ୍ତି ଥିବା ସୂଚନା ମିଳିଛି । କନ୍ଧମାଳ ଜିଲ୍ଲାରେ ବିଭିନ୍ନ ସରକାରୀ ଜମିଗୁଡିକରେ ବେଆଇନ ଭାବରେ ଅଟାଳିକ ନିର୍ମାଣ କରିଥିବା ଜଣାପଡିଛି । ସାଧାରଣ ଜଣେ ଫରେଷ୍ଟର ହୋଇ କୋଟି କୋଟି ଟଙ୍କାର ଅଟ୍ଟାଳିକାର ମାଲିକ ହୋଇଥିବା ନେଇ ଭିଜିଲାନ୍ସ ନିକଟରେ ଅଭିଯୋଗ ହୋଇଥିଲା । ତୁମୁଡ଼ିବନ୍ଧ ଓ କ.ନୂଆଗାଁ ଫରେଷ୍ଟ ରେଞ୍ଜରେ ରହିଥିବା ସମୟରେ ବହୁ ଘୋଟଲା କରିଥିବା ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ଫୁଲବାଣୀ ଡ଼ିଏସପି ରବୀନ୍ଦ୍ର ସୁନାଙ୍କ ନେତୃତ୍ୱରେ ଏକ ୭ଜଣିଆ ଟିମ୍ ଆଜି ଚଢ଼ାଉ କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.