ବନ କର୍ମଚାରୀଙ୍କୁ ପଥର ମାଫିଆଙ୍କ ଆକ୍ରମଣ : ଫରେଷ୍ଟ ଗାର୍ଡ ଗୁରୁତର, ୪ ଜଣ ଆହତ

Published By : Prameya-News7 Bureau | December 12, 2020 IST

ଢେଙ୍କାନାଳ ୧୨।୧୨: ଢେଙ୍କାନାଳରେ ପଥର ମାଫିଆମାନେ ବନକର୍ମଚାରୀଙ୍କୁ ଆକ୍ରମଣ କରିଛନ୍ତି । ଫଳରେ ଜଣେ ଫରେଷ୍ଟଗାର୍ଡ ଗୁରୁତର ହୋଇଥିବାବେଳେ ଚାରି ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ଗଁନ୍ଦିଆ ସ୍ଥିତ ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କାରାଯାଇଛି । ଗୁରୁତର ଜଣଙ୍କ ଷଢଙ୍ଗୀ ରେଞ୍ଜ ଖଙ୍କିରା ସେକ୍ସନର ଫରେଷ୍ଟ ଗାର୍ଡ ସଞ୍ଜୟ ମହାପାତ୍ର ବୋଲି ଜଣାପଡିଛି । ତେବେ ଖକିଂରା ଫରେଷ୍ଟର ରଶ୍ମୀରଞ୍ଜନ ଦାସଙ୍କ ସମେତ ଅନ୍ୟ ୪ ଜଣ ବନ କର୍ମଚାରୀ ପଥର ମାଫିଆଙ୍କ ଆକ୍ରମଣରେ ଆହତ ହୋଇଥିବା ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ଖଙ୍କିରା ଫରେଷ୍ଟରଙ୍କ ନେତୃତ୍ବରେ ଷଢଙ୍ଗୀ ବନାଞ୍ଚଳର ବେଗା ସଂରକ୍ଷିତ ଜଙ୍ଗଲର କରଡ଼ାବଣୀ ଠାରେ ବେଆଇନ ପଥରଖଣି ଉପରେ ଚଢ଼ାଉ କରି ୪ଟି ପଥର କଟର ଜବତ କରିଥିଲେ । ଅଚାନକ ସେଠାରେ ଥିବା ପ୍ରାୟ ୨୦ରୁ ଉର୍ଦ୍ଧ୍ବ ପଥର ମାଫିଆ ଏହି ବନ କର୍ମଚାରୀଙ୍କୁ ଆକ୍ରମଣକରୀ ଜବତ କଟର ମଧ୍ୟ ଛଡାଇ ନେଇଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.