ହାତୀ ଉପଦ୍ରବରେ ଅତିଷ୍ଠ ଗ୍ରାମବାସୀଙ୍କ ରୋଷ, ବନ କର୍ମଚାରୀକୁ ରଖିଲେ ଅଟକ

Published By : Prameya-News7 Bureau | October 24, 2022 IST

କରଞ୍ଜିଆ ୨୪/୧୦: ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ରେ ଥମିବାର ନାଁ ନେଉନି ହାତୀ ଉପଦ୍ରଵ । କେତେବେଳେ ବିଲରେ ପଶି ଫସଲ ନଷ୍ଟ କରୁଛନ୍ତି ତ କେତେବେଳେ ଗାଁରେ ପଶି ଲୋକଙ୍କ ଘର ଭାଙ୍ଗୁଛନ୍ତି ହାତୀପଲ । କିଛି ମାସ ହେବ ୨୪ ଟିକିଆ ଝାଡଖଣ୍ଡି ହାତୀପଲ ଯୋଗୁଁ ଶୁକୃଳି ,କରଞ୍ଜିଆ ,ରରୁଆଁ ଏବଂ ଯଶିପୁର ବ୍ଲକ ରେ ହାତୀପଲ ଉପଦ୍ରବ ଜାରି ରଖିଛନ୍ତି । ଆଜି ହାତୀପଲ ଦୁଧିଆଣି ରେଞ୍ଜ ଅନ୍ତର୍ଗତ ଶିରମଣିପୁର ଗାଁ ନିକଟରେ ରହିଛନ୍ତି ।

ସେପଟେ ବାରମ୍ବାର ହାତୀ ଉପଦ୍ରବ କରୁଥିବାରୁ ଯଶିପୁର ବ୍ଲକ ଅନ୍ତର୍ଗତ ଶିରମଣିପୁର ଗାଁ ଲୋକମାନେ ଅତିଷ୍ଠ ହୋଇ ଆଜି ସକାଳୁ ୫ ଜଣ ବନବିଭାଗ କର୍ମଚାରୀ ସହିତ ଗୋଟିଏ ଗାଡିକୁ ଅଟକ ରଖିଛନ୍ତି । କରଞ୍ଜିଆ DFO ଆସି ଆଲୋଚନା କରିଲା ପରେ ବନ ବିଭାଗ କର୍ମଚାରୀକୁ ଛାଡିବେ ବୋଲି ଗ୍ରାମବାସୀ କହିଛନ୍ତି । ଗୋଟିଏ ମାସ ମଧ୍ୟରେ ଏଭଳି ଘଟଣା ଦ୍ୱିତୀୟ ଥର ପାଇଁ ଘଟିଛି । ଏପରିକି ତିନି ୩ ମାସ ମଧ୍ୟରେ ୪୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା କ୍ଷତିପୂରଣ ଦେଇସାରିଲାଣି ବନ ବିଭାଗ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.