ଆଠଗଡ଼ ବନ ବିଭାଗରେ ଅଫିସର ରାଜ, ଡିଏଫଓଙ୍କ ନିକଟରେ ଫେରାଦ ହେଲେ ହାତୀ ଜଗୁଆଳ

Published By : Prameya-News7 Bureau | July 29, 2021 IST

ଆଠଗଡ ୨୯।୭ :  ବନ ବିଭାଗରେ ଅଧିକାରୀ ରାଜର ନଗ୍ନ ଉଦାହରଣ ଦେଖିବାକୁ ମିଳି ଆଠଗଡ ରେଞ୍ଜରେ। ଏଠାରେ କର୍ମଚାରୀଙ୍କୁ ରେଞ୍ଜର ମୁହଁରେ କାଲିଠୁ ଆଉ ଚାକିରୀକୁ ଆସିବା ଦରକାର ନାହିଁ ବୋଲି ସଫା ସଫା ଶୁଣାଇ ଦେଉଛନ୍ତି। ତାଙ୍କ କଥାରେ କର୍ମଚାରୀ ବି ତା ପରଦିନରୁ କାର୍ଯ୍ୟକୁ ଆସିବା ବନ୍ଦ କରିଦେଉଛନ୍ତି। ତେବେ କରୋନା କାଳରେ ୪ ମାସର ବେତନ ବକେୟା ଥିବା ବେଳେ ମୁହେଁ ମୁହେଁ  ଚାକିରୀରୁ ବାହାର କରିଦେଇଥିବା ହାତୀ ଜଗୁଆଳ ରବିନ୍ଦ୍ର ଖଟୁଆ ଏ ନେଇ ଡିଏଫଓଙ୍କ ନିକଟରେ ଫେରାଦ ହୋଇଥିବା ବେଳେ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

କଟକ ଜିଲ୍ଲା ବାଙ୍କୀ ଥାନା ମାଳବିହାରପୁରର ରବିନ୍ଦ୍ର ଖଟୁଆ ଦୀର୍ଘ ୧୨ ବର୍ଷରୁ ଊର୍ଦ୍ଧ୍ୱକାଳ ହେଲା ଆଠଗଡ଼ ବନଖଣ଼୍ଡ ସଦର ରେଞ୍ଜରେ ହାତୀ ଜଗୁଆଳ ଭାବେ କାର୍ଯ୍ୟ କରିଆସୁଛନ୍ତି। ବନ ବିଭାଗର ଏହା ଏକ ଅସ୍ଥାୟୀ ପଦବୀ। ନିକଟରେ ଆଇଶା ଅଖତରୀ ନିଶା ନୂଆ ରେଞ୍ଜର ଭାବେ ଯୋଗ ଦେଇଛନ୍ତି। ସେ କାର୍ଯ୍ୟରେ ଯୋଗଦେବା ପରେ ହାତୀ ଜଗୁଆଳଙ୍କୁ ତାଙ୍କ ମୂଳ କାମରୁ ନିବୃତ୍ତ କରି ଘରେ ନିଯୁକ୍ତ କରିଥିଲେ। ଘରର ରୋଷେଇଠାରୁ ଆରମ୍ଭ କରି ଲୁଗାପଟା କାଚିବା ଜୋତା ସଫାକରାଇବା ଆଦି ଜାବତୀୟ କାମ କରାଇବା ପରେ ସିଜର ଖାନା ଡ୍ୟୁଟିରେ ମୁତୟନ କରିଥିଲେ।

{"id":487597,"width":837,"height":748,"sizeSlug":"large","linkDestination":"none"}

ହାତୀ ଜଗୁଆଳ ବାବୁଙ୍କ କଥାମାନି ଡ୍ୟୁଟି କରୁଥିବା ବେଳେ ତାଙ୍କୁ ଅଚାନକ କାଲିଠୁ ଆଉ ଚାକିରୀକୁ ଆସିବାର ଦରକାର ନାହିଁ ବୋଲି କହି ମନା କରିଦେଇଛନ୍ତି। ଏଥିରେ ହାତୀ ଜଗୁଆଳଙ୍କର ୪ ମାସର ଦରମା ବକେୟା ଥିବା ବେଳେ କରୋନା କାଳରେ ସେ କଣ କୁଆଡେ କରିବେ ସେ ନେଇ ଦ୍ୱନ୍ଦ୍ୱରା ପଡିଥିବା ବେଳେ ଏବେ ଡିଏଫଓଙ୍କ ନିକଟରେ ଫେରାଦ ହୋଇଛନ୍ତି।

ତେବେ କେବଳ ରବିନ୍ଦ୍ର ନୁହନ୍ତି ତାଙ୍କ ସହ କାମ କରୁଥିବା ମଦନ ନାମକ ଜନୈକ କର୍ମଚାରୀଙ୍କୁ ମଧ୍ୟ କାଲିଠୁ ଆଉ କାମକୁ ଆସନି ବୋଲି ରେଞ୍ଜର ମନା କରିଦେଇଥିଲେ। କଥା ଅନୁସାରେ ସେ ମଧ୍ୟ କାମକୁ ଆସୁନଥିବାର ରବିନ୍ଦ୍ର ତାଙ୍କ ଅଭିଯୋଗରେ ସୂଚିତ କରିଛନ୍ତି। ଏଥିରୁ ଏହା ସରକାରୀ ବିଭାଗ ନା ରେଞ୍ଜରଙ୍କ ବ୍ୟକ୍ତିଗତ ଜମିଦାରୀ ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ପ୍ରସଙ୍ଗରେ ଡିଏଫଓଙ୍କ ନିଷ୍ପତ୍ତିକୁ ଏବେ ରବିନ୍ଦ୍ର ଅପେକ୍ଷା କରି ରହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.