ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ORHDC ଦୁର୍ନୀତି ମାମଲା, IAS ବିନୋଦ କୁମାରଙ୍କ ସହ ୬ ଜଣଙ୍କୁ ଜେଲ୍‌ଦଣ୍ଡ ଶୁଣାଇଲେ ସ୍ପେଶାଲ୍‌ ଜଜ୍‌
  • ||
  • ଫିରୋଜାବାଦରେ ଛାତିଥରା ଅଗ୍ନିକାଣ୍ଡ, ଜିଅନ୍ତା ଜଳିଗଲେ ପରିବାରର ୬ଜଣ
  • ||
  • କୁହୁଡ଼ି ନେଲା ଜୀବନ; ରାସ୍ତା ଦେଖାନଯିବାରୁ ବସ୍‌କୁ ପିଟିଲା ଟ୍ରକ୍, ଦୁର୍ଘଟଣାରେ ଚାଲିଗଲା ୬ ଜୀବନ
  • ||
  • ଇଡିରେ ହାଜର ହେଲେ ଅବିନାଶ ପ୍ରିୟଦର୍ଶୀ, ସୁପ୍ରିମ ଅଟୋ ମୋବାଇଲ ମୁଖ୍ୟ ପରିଚାଳକ ହେଲେ ଅବିନାଶ
  • ||

ହାତୀ ଆକ୍ରମଣରେ ବୃଦ୍ଧ ମୃତ, ରେଞ୍ଜର ଓ ବନ କର୍ମଚାରୀଙ୍କୁ ମାଡ ମାରିଲେ ଉତ୍ତ୍ୟକ୍ତଲୋକ

15/06/2019 at 12:10 PM

ଆଠଗଡ ୧୫|୬: କଟକ ଜିଲ୍ଲା ଆଠଗଡ଼ ହରିଡାପସି ଗାଁରେ ଅଭାବନୀୟ ଘଟଣା ଘଟିଛି । ହାତୀ ଆକ୍ରମଣରେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି କାଳିଆ ବେହେରା  । ଗାଁ ନିକଟ ଶୌଚ ପାଇଁ ଗାଁ ନିକଟ ବ୍ରହ୍ମଣୀଦେଇ ନାଳକୁ ଯାଇଥିବା ବେଳେ ହାତୀ ହାବୁଡରେ ପଡିଯାଇଥିଲେ । ଦନ୍ତାହାତୀ ତାଙ୍କ ମୁଣ୍ଡ ଗଣ୍ଡିକୁ ଅଲଗା କରିଦେଇଛି ।

ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । ହାତୀ ଆକ୍ରମଣରେ ମୃତ୍ୟୁକୁ ନେଇ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା ।ଘଟଣାସ୍ଥଳରେ ତିଗିରିଆ ପୋଲିସ ଓ ଆଠଗଡ ବନଖଣ୍ଡର କର୍ମଚାରୀମାନେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିଥିଲେ । ହେଲେ ଉତ୍ତ୍ୟକ୍ତ ଲୋକେ ରେଞ୍ଜର ଓ ବନ କର୍ମଚାରୀଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି । ତେବେ କାଳିଆ ବେହେରାଙ୍କୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପାଇଁ ବନବିଭାଗ ନିଷ୍ପତ୍ତି ନେଇଥିବା ବେଳେ ଘଟଣାସ୍ଥଳରେ ମୃତକ ପରିବାରକୁ ୪୦ହଜାର ଟଙ୍କା ପ୍ରଦାନ କରିଛି ବନବିଭାଗ ।

ଆଜି ସକାଳୁ କାଳିଆ ବେହେରା ଓ ବନମାଳୀ ପ୍ରଧାନ ଉଭୟ ଶୌଚ ପାଇଁ ଗାଁ ନିକଟ ବ୍ରହ୍ମଣୀଦେଇ ନାଳକୁ ଯାଇଥିବା ବେଳେ୨୦ ରୁ ଅଧିକ ହାତୀପଲଙ୍କ ହାବୁଡରେ ପଡିଯାଇଥିଲେ । ଗୋଟିଏ ଦନ୍ତାହାତୀ ହଠାତ କାଳିଆ ଆଡକୁ ମାଡି ଆସିବା ଫଳରେ ସେ ବିଲ ଭିତରକୁ ଦୌଡିଥିଲେ । ଦନ୍ତାହାତୀଟି ତାଙ୍କୁ ଗୋଡାଇ ଗୋଡାଇ ବିଲ ଭିତରେ ଅଣ୍ଟା ଉପରେ ଗୋଡ ପକାଇ ଶୁଣ୍ଡରେ ମୁଣ୍ଡ ଗଣ୍ଡି ଦୁଇଖଣ୍ଡ କରିଦେଇଥିଲା । ଦନ୍ତାହାତୀ ପ୍ରଥମ କରି ଏଭଳି ହତ୍ୟାକରିବା ଘଟଣା ରାଜ୍ୟରେ ପ୍ରଥମ ବୋଲି ଜଣାପଡିଛି।

   Related Posts