ଧରା ପଡିଲା ବାଘୁଣୀ ସୁନ୍ଦରୀ

Published By : Prameya-News7 Bureau | November 06, 2018 IST

ଅନୁଗୁଳ ୬/୧୧ :ଶେଷରେ ଧରା ପଡିଲା ବାଘୁଣୀ ସୁନ୍ଦରୀ | ସୁନ୍ଦରୀକୁ ସାତକୋଶିଆ ମଝିପଡା ଜଙ୍ଗଲରୁ ଟ୍ରାଙ୍କୁଲାଇଜ କରି ଧରାଯାଇଥିବା ସୂଚନା ମିଳିଛି | ଚନ୍ଦକାରୁ ଯାଇଥିବା କୁଂକୀ ହାତୀ ଯଶୋଦା ପିଠିରେ ବସି ସୁନ୍ଦରୀକୁ ଟ୍ରାଙ୍କୁଲାଇଜ କରିଛନ୍ତି ବିଶେଷଜ୍ଞ ଦଳ । ଗତ ଦୁଇ ସପ୍ତାହ ହେଲା ବାରମ୍ବାର ଚକମା ଦେଇ ଖସି ଯାଉଥିଲା ବାଘୁଣୀ ସୁନ୍ଦରୀ । ଦିନ ପରେ ଦିନ ଗଡି ଚାଲିଥିଲା ହେଲେ ସୁନ୍ଦରୀ ଧରାପଡୁନଥିଲା । ସୁନ୍ଦରୀ ପାଇଁ ଚନ୍ଦକାରୁ ଆସିଥିବା କୁଂକୀ ହାତୀ ଯଶୋଦା ସୁନ୍ଦରୀକୁ ଖୋଜିଖୋଜି ତା ନିକଟବର୍ତ୍ତୀ ହୋଇଥିଲା । ହେଲେ ଡିଆଁମାରି ଜଙ୍ଗଲ ଭିତରକୁ ପଳାଇଥିଲା ସୁନ୍ଦରୀ । ସେପଟେ ସୁନ୍ଦରୀର ଆକ୍ସନ ଦେଖି ହାତୀ ଯଶୋଦା ମଧ୍ୟ ଡରିଯାଇଥିଲା । ସୂଚନାଯୋଗ୍ୟ ଯେ, ସୁନ୍ଦରୀ ବାଘୁଣୀକୁ କାବୁ କରିବା ନେଇ ସହାୟତା କରିବାକୁ ସାତକୋଶିଆ ପହଞ୍ଚିଥିଲା ହାତୀ ‘ଯଶୋଦା’ ।ଗତ ୩ତାରିଖ ଭେ।ର ସାଢେ ୪ ଟାରେ ଯଶେ।ଦା ସାତକେ।ଶିଆ ପୁରୁଣାକେ।ର୍ଟରେ ଯାଇ ପହଞ୍ଚିଥିଲା । ସେଠି ଖାଇବା ପିଇବା ଠିକ୍ ଠାକ୍ କରିଥିଲା । ଯଶେ।ଦାକୁ ବାଘ ନିକଟକୁ ନେବା ଲାଗି ନନ୍ଦନକାନରୁ ମାହୁନ୍ତ ଯାଇଥିଲେ । ନେପାଳୀ ମାହୁତ ରୁଡ଼ି, ଓଡ଼ିଆ ମାହୁତ ରାଜୁ ଏବଂ ଦେବରାଜ ପ୍ରଧାନ ଯଶେ।ଦାକୁ ନିୟନ୍ତ୍ରଣ କରିବା ଦାୟିତ୍ୱରେ ଥିଲେ । ହାତୀ ପିଠିରେ ୫ ଜଣ ବସିବା ପରି ଏକ ଆହୁଜା ତିଆରି ହୋଇଥିଲା । ଆଉ ତାଙ୍କ ପଛରେ ବସିଥିଲେ ଦୁଇ ଦକ୍ଷ ଟ୍ରାଙ୍କୁଲାଇଜର ଡ଼ଃ ସନ୍ଦୀପ ଅଗ୍ରୱ।ଲ ଓ ଡ଼ଃ ଅଖିଲେଶ ମିଶ୍ର । ଏମାନେ ହିଁ ଯଶେ।ଦା ଉପରୁ ଥାଇ ଅତି ନିକଟରୁ ଟାର୍ଗେଟ କରିଥିଲେ । ସେମାନଙ୍କ ସହ ସାତକେ।ଶିଆ ଟ୍ରାଙ୍କୁଲାଇଜର ସ୍ପେଶାଲିଷ୍ଟ ଡ଼ଃ କିଶେ।ର ସାହୁ, ନନ୍ଦନକାନର ରାମ ବାବୁ ମଧ୍ୟ ରହିଥିଲେ । ସମସ୍ତଙ୍କ ହାତରେ ରହିଥିଲା ଡ଼େନ୍ ଇଞ୍ଜେକ୍ଟ ସିରିଞ୍ଜ ପ୍ରେ।ଜେକ୍ଟର ଗନ୍ । ୩ ମିଲିଗ୍ରାମ ଜାଇଲାଜାଇନ୍ କେଟାମିନ୍ ନିଶ୍ଚେତକ ଔଷଧକୁ ଡ଼ାର୍ଟିଙ୍ଗ ମାଧ୍ୟମରେ ସୁନ୍ଦରୀ ଦେହକୁ ଛଡ଼ାଯାଇଥିଲା । ସେ ଅଚେତ ହେବା ପରେ ତୁରନ୍ତ କାବୁ କରାଯାଇ ଅଧାଘଣ୍ଟା ଭିତରେ ଯନ୍ତାରେ ଭର୍ତ୍ତି କରାଯାଇଥିଲା । ସୂଚନାଯୋଗ୍ୟ ଯେ, ମଧ୍ୟପ୍ରଦେଶର ବାଂଧବଗଡ ଅଭୟାରଣ୍ୟରୁ ସାତକୋଶିଆକୁ ସୁନ୍ଦରୀ ଆସିବା ପରଠୁ ଇତି ମଧ୍ୟରେ ଦୁଇଜଣଙ୍କୁ ମାରିଛି । ସେହିଭଳି ଗୋଟିଏ ବଳଦ ମାରିଥିବା ଅଭିଯୋଗ ମଧ୍ୟ ତା ନାଁରେ ରହିଛି । ସୁନ୍ଦରୀ ପାଇଁ ଗତ ୧ ମାସ ହେଲା ସାତକୋଶିଆ ଅଭୟାରଣ୍ୟ ଅଶାନ୍ତ ହୋଇ ପଡିଥିଲା । ସୁନ୍ଦରୀକୁ ସ୍ଥାନାନ୍ତର ଦାବୀରେ ସୋକେ ଫରେଷ୍ଟ  ବିଟ ହାଉସ ପୋଡିବାଠୁ ଆରମ୍ଭ କରି ଫରେଷ୍ଟ ବୋଟ ପୋଡି ଓ ରାସ୍ତାରୋକ କରିଥିଲେ । ସୁନ୍ଦରୀର ଓ କାହ୍ନା ମଧ୍ୟରେ ପ୍ରେମ ହୋଇଥିବା ନେଇ କିଛିଦିନ ହେଲା ଖବର ଆସୁଥିଲା । କିନ୍ତୁ ଏହାର ସତ୍ୟାସତ୍ୟ ଜଣାପଡିବା ପୂର୍ବରୁ ଆଜି ସୁନ୍ଦରୀକୁ ଧରାଯାଇଛି । ସୁନ୍ଦରୀକୁ ଧରିବା ପାଇଁ ମଧ୍ୟ ପ୍ରଦେଶ ବାନ୍ଧବଗଡରୁ ଏକ ବିଶେଷଜ୍ଞଦଳ ଆସି ସାତକୋଶିଆରେ ଡେରା ପକାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.