ଶାବକକୁ ଚାଲି ଶିଖାଉଛି ମା ହାତୀ, Internetରେ ଭାଇରାଲ ହେଉଛି wild ଭିଡିଓ

Published By : Prameya-News7 Bureau | March 07, 2020 IST

ଭାରତୀୟ ବନ ସେବା ଅଧିକାରୀ (ଆଇଏଫଏସ୍) ପ୍ରବିଣ କସୱାନଙ୍କ ଇଂଷ୍ଟା ଭିଡିଓ ଏବେ ଇଣ୍ଟରନେଟ୍‌ରେ ଭାଇରାଲ ହେବାରେ ଲାଗିଛି। ଏଥିରେ ଏକ ନବଜାତ ହାତୀ ଶାବକ ଚାଲି ଶିଖୁଥିବାର ଦେଖାଯାଇଛି। ହାତୀ ଶାବକ ତା ଶରୀରକୁ ଚାଲିବା ବେଳେ ସନ୍ତୁଳିତ କରିପାରୁନି। ଛୋଟ ଛୋଟ ଗୋଡ ଉପରେ ଶରୀରର ଭାର ସଠିକ ରହୁନଥିବାରୁ ସେ ଆଣ୍ଠେଇ ପଡୁଥିବାର ଦେଖାଯାଉଛି। ଏହେ ସତ୍ତ୍ୱେ ସେ ତା ଉଦ୍ୟମରେ ବିରତ ହେଉନଥିବାର ଏହି କିଛି ସେକେଣ୍ଡର ଭିଡିଓ ବେଶ୍ ସେୟାର ହେଉଥିବା ବେଳେ କସୱାନ ଟ୍ୱିଟରରେ ଏବେ ଏହାର ଦ୍ୱିତୀୟ ଭାଗ ଜାରି କରିଛନ୍ତି।

wp:html /wp:html

ବନ ଅଧିକାରୀ ତାଙ୍କ ପ୍ରଥମ ଭିଡିଓ ଜାରି କରିବା ବେଳେ ଏଥିରେ ୬୦୦ କେଜିର ଏହି ପ୍ରାଣୀଟି ଶାବକ ଥିବା ବେଳେ କେତେ ଅସହାୟ ତାହା ଦେଖାଇଥିବାବେଳେ ତାର ଉଦ୍ୟମର ବି ଉଚ୍ଚ ପ୍ରଶଂସା କରିଥିଲେ। ଦ୍ୱିତୀୟ ଭିଡିଓରେ ହାତୀ ପରିବାରଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ବୋଧ ସମ୍ପର୍କରେ ଜଣାଇବାକୁ ଉଦ୍ୟମ କରିଛନ୍ତି। ଯାହା ପୋଷ୍ଟ ହେବାପରଠାରୁ ଏପର୍ଯ୍ୟନ୍ତ ୬ହଜାର ଥର ଦେଖାଯାଇସାରିଲାଣି।

wp:html /wp:html

ତେବେ ପ୍ରଥମ ଭିଡିଓ ଏପର୍ଯ୍ୟନ୍ତ ୧ଲକ୍ଷ ୧୭ ହଜାର ଥରରୁ ବି ଅଧିକ ଥର ଦେଖାଯାଇଥିବା ବେଳେ ବନ୍ୟପ୍ରାଣୀଙ୍କ ଲାଗି ଦେଶରେ ଲୋକଙ୍କ ଭଲପାଇବା ପ୍ରମାଣିତ କରିଛି। ଲୋକେ ଭିଡିଓରେ ଅନେକ ରିପ୍ଲାଏ ମଧ୍ୟ ଦେଉଛନ୍ତି। ଯାହା ନୂଆ ଭିଜିଟରଙ୍କୁ ହାତୀଙ୍କ ସାମାଜିକ ଜୀବନ ସମ୍ପର୍କରେ ସାରଗର୍ଭକ ସୂଚନା ଦେଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.