scan steel
web-baneer-728x90
WhatsApp Image 2023-12-06 at 12.52.17
krs-728-90-banner english-2
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପେସାରେ ବନରକ୍ଷୀ, ନିଶା ମଡେଲିଂ: ଜଙ୍ଗଲ ଜଗନ୍ତି, ରାମ୍ପରେ ଚାଲନ୍ତି

22/08/2023 at 5:37 PM

କାମାକ୍ଷାନଗର ୨୨/୦୮: ସ୍ଲିମ୍ ଟ୍ରିମ୍ ଚେହେରା । ଆଉ ତା ସାଙ୍ଗକୁ ଫିଟନେସ୍ ବି ଜବରଦସ୍ତ । କୌଣସି ଅଭିନେତ୍ରୀଙ୍କଠାରୁ କମ୍ ନୁହଁନ୍ତି । ଖେଳ, କୁଦ, ଫିଟନେସ୍‌ ସବୁଥିରେ ପାରଙ୍ଗମ । ଏବେ ସେ ଆଗେଇଛନ୍ତି ଆଉ ପାଦେ । ମଡେଲିଂ ଦୁନିଆରେ କରିବାକୁ ଯାଉଛନ୍ତି ରାଜ୍ । ସେ ଆଉ କେହି ନୁହଁନ୍ତି ସେ ହେଉଛନ୍ତି ଜଣେ ମହିଳା  ବନରକ୍ଷୀ । କଥାଟି ହୁଏତ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ । କିନ୍ତୁ ବାସ୍ତବରେ ସତ । ଢେଙ୍କାନାଳ କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ୍‌ର ବିରାଶାଳ ବିଟ ଅଧିନରେ କାର୍ଯ୍ୟରତ । ଆସନ୍ତୁ ଜାଣିବା କିଏ ଏହି ଅନନ୍ୟ ପ୍ରତିଭାର ଅଧିକାରିଣୀ ।

ନାଁ ତାଙ୍କର ପ୍ରଣତି ରାଉଳ। ଘର ହେଲା ଢେଙ୍କାନଳ ସହରରେ। ପେସାରେ ସେ ଜଣେ ବନ କର୍ମଚାରୀ । ଏକାଧିକ ପ୍ରତିଭାର ଅଧିକାରୀ ଅଟନ୍ତି ପ୍ରଣତି । ସର୍ବଭାରତୀୟ ସ୍ତରରେ ସେ ଜଣେ ଭଲ ଆଥ୍‌ଲେଟ୍ । ରାଜ୍ୟପାଇଁ ଗୋଲ୍ଡମେଡାଲ ବି ଜିତିଛନ୍ତି। ସେଥିପାଇଁ ତାଙ୍କୁ ଖେଳ କୋଟାରେ ବନବିଭାଗରେ ମିଳିଥିଲା ବନରକ୍ଷୀ ଚାକିରି । କାମାକ୍ଷାନଗର ପୁର୍ବାଞ୍ଚଳ ରେଞ୍ଜର ବିରାଶାଳ ବିଟ ଅଧିନରେ ଜଣେ ସକ୍ରୀୟ କର୍ମଚାରୀ । ଏବେ ତାଙ୍କର ଆଉ ଗୋଟିଏ ପରିଚୟ, ସେ ଜଣେ ଭଲ ମଡେଲର । ଆଗକୁ ଅନ୍ତର୍ଜାତୀୟ ସ୍ତରରେ ଅର୍ଜିବାକୁ ଯାଉଛନ୍ତି ଖ୍ୟାତି ।

ପିଲାଟି ବେଳରୁ ମଡେଲିଂ ପ୍ରତି ଥିଲା ଦୁର୍ବଳତା । ହାଇସ୍କୁଲରେ ଅଷ୍ଟମ ଶ୍ରେଣୀ ପଢୁଥିବାବେଳେ  ପ୍ରଥମେ ଢେଙ୍କାନଳରେ ମଡେଲିଂରେ ପାଦଦେଇ ହାତେଇଥିଲେ’ ଗ୍ଲୋରିକୁଇନ’ ଆଓ୍ବାର୍ଡ’ । ତାପରେ କଲେଜ ସମୟରେ ପ୍ରତିଯୋଗୀତାରେ ଭାଗନେଇ ବିଫଳ ହୋଇଥିଲେ। ଘରର ଆର୍ଥିକ ସ୍ବଛଳ ନଥିବାରୁ  ମଡେଲିଂ ରୁ ଦୁରେଇ ଯାଇଥିଲେ ସତ କିନ୍ତୁ ଆସା ଛାଡିନଥିଲେ । ୨୦୧୧ରେ ବନବିଭାଗରେ ଚାକିରି ପରେ ଧୀରେ ଧୀରେ ବଦଳିଥିଲା ସ୍ଥିତି । ପରେ ମଡେଲିଂ ପ୍ରତି ବଢିଲା ଆଗ୍ରହ । ୨୦୨୨ରେ ଜାତୀୟ ସ୍ତରର ପ୍ରତିଯୋଗୀତାରେ ନେଇଥିଲେ ଭାଗ । ଫାଇନାଲରେ ତୃତୀୟ ସ୍ଥାନରେ ରହିବା ସହ ‘ ବେଷ୍ଟ ଆକ୍ଟିଭିଟି’ ପୁରସ୍କାର ପାଇଥିଲେ ।

you can also read…

   Related Posts