oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୧୧ କୋଭିଡ୍ ପଜିଟିଭ୍
  • ||
  • ଲମତାପୁଟ : କାରରୁ ୮ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ମାଫିଆ ଫେରାର
  • ||
  • ଭୁବନେଶ୍ୱର : ବର୍ଷାରେ ଭିଜିବ ଦଶହରା, ୨ରେ ଆସୁଛି ଆଉ ଏକ ଲଘୁଚାପ !
  • ||

ହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁକୁ ନେଇ ଲୋକେ ତାତିଲେ, ମହିଳା ଫରେଷ୍ଟଗାର୍ଡଙ୍କୁ ଘେରି ମାଡ ମାରିଲେ

4/12/2019 at 4:58 PM

କୁଚିଣ୍ଡା ୪।୧୨: କୁଚିଣ୍ଡା ଉପଖଣ୍ଡ ବାମରା ବଣ୍ୟପ୍ରାଣୀ ବନଖଣ୍ଡ ଗରପୋଷ ସେକ୍ସନ ଡୁମେର ମୁଣ୍ଡା-ମହୁଲ ମୁଣ୍ଡା ଜଙ୍ଗଲ ରାସ୍ତାରେ ଗତ ରବିବାର ସନ୍ଧ୍ୟା ସମୟରେ ହାତୀ ଆକ୍ରମଣରେ ସିବିଲ ଏକ୍କାଙ୍କ ମୃତ୍ୟୁ ହୋଇଥିଲା । ସୋମବାର ସକାଳୁ ଘଟଣା ଜଣାପଡିବା ପରେ ଘଟଣାସ୍ଥଳକୁ ବନବିଭାଗ କର୍ମଚାରୀଙ୍କ ସମେତ ପୋଲିସ କର୍ମଚାରୀ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିଲେ । ମାତ୍ର ସ୍ଥାନୀୟ ଲୋକେ ବନବିଭାଗର ଅବହେଳା ଯୋଗୁଁ ଏଭଳି ଅଘଟଣ ଘଟିଥିବା ଅଭିଯୋଗ କରିବା ସହ କ୍ଷତିପୂରଣ ଦାବି କରିବା ସହ ପରିବାରର ଜଣେ ସଦସ୍ୟଙ୍କୁ ଚାକିରୀ ଦେବାକୁ ଦାବି କରିଥିଲେ । ଫଳରେ ସେଠାରେ ଏକ ପ୍ରକାର ଉତ୍ତେଜନା ଦେଖା ଦେଇଥିବା ବେଳେ ଉତ୍ତ୍ୟକ୍ତ ଲୋକେ ମହିଳା ଫରେଷ୍ଟଗାର୍ଡ ତପସ୍ବିନୀ  ରାଉତଙ୍କୁ ଟଣା ଓଟରା କରିବା ସହ ମାଡ ମାରିଥିବା ଭିଡିଓ ଭାଇରାଲ୍ ହୋଇଥିଲା । କର୍ମଚାରୀଙ୍କୁ ମାଡ ମାରିବା ଭିଡିଓ ଭାଇରାଲ ପରେ ମଧ୍ୟ ବନ ବିଭାଗ କଥାକୁ ସେତେଟା ଗୁରୁତ୍ବ ନେଇ ନଥିଲେ ।  ଏନେଇ ଡିଏଫଓ ବାମରା ଫରେଷ୍ଟ ଗାର୍ଡ ନିଜେ ଥାନାରେ ଅଭିଯୋଗ କରିଥିବା କହିଥିଲେ ମଧ୍ୟ ଥାନାରେ ଏନେଇ କୌଣସି ଅଭିଯୋଗ ହୋଇ ନଥିବା ଜଣାପଡିଛି ।

   Related Posts