Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ୱର: ସରିଗଲା ମାଟ୍ରିକ୍ ପରୀକ୍ଷା, ଶେଷ ଦିନରେ ସବଜେକ୍ଟ୍ ଥିଲା ମ୍ୟାଥମାଟିକ୍ସ
  • ||
  • ଭୁବନେଶ୍ୱର : ପଶ୍ଚିମା ଝଡ଼ର ପ୍ରଭାବ, ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ ବର୍ଷା
  • ||

ଜଙ୍ଗଲ ନିଆଁ ଉଜାଡ଼ି ଦେଲା ଦିବ୍ୟାଙ୍ଗ ଚାଷୀର ସୁନାର ଫସଲ, ଅଳ୍ପକେ ବର୍ତ୍ତିଲା ଘର

12/03/2023 at 11:21 PM

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜର ବିଭିନ୍ନ ଜଙ୍ଗଲ ଏବେ ନିଆଁର ଆଁ ଭିତରେ ରହିଥିବା ବେଳେ ଜଙ୍ଗଲ ନିଆଁ ଏବେ ଗାଁ ମୁହାଁ ହୋଇଛି ।ଫଳରେ ଲୋକେ ଭୟଭୀତ ଅବସ୍ଥାରେ ରହୁଛନ୍ତି। ରବିବାର ସକାଳେ ପାଟଣା ବ୍ଲକ ଧନୁର୍ଯ୍ୟୟପୁର ଗାଁର ପଟାସ ଜଙ୍ଗଲ ରେ ନିଆଁ ଲାଗି ଜଙ୍ଗଲ ନିକଟରେ ଥିବା ଦିବ୍ୟାଙ୍ଗ ଚାଷୀ ରଇବୁ ମହାନ୍ତ ଙ୍କ କଦଳୀ ବଗିଚା ସହ ପନି ପରିବା ଚାଷ ନଷ୍ଟ ହେବା ସହ ଆଖୁ ବାଡ଼ି ଓ ପାଳଗଦା ଜଳି ପୋଡି ନଷ୍ଟ ହୋଇଯାଇଛି। ଖବର ପାଇ ବନ ବିଭାଗ ର ଫାୟାର ସ୍କ୍ୱାର୍ଡ ଘଟଣା ସ୍ଥଳରେ ପହଞ୍ଚି ନିଆଁ କୁ ଆୟତ୍ତ କରିଥିବା ରୁ ତାଙ୍କ ଘର ନିଆଁ ଦାଉରୁ ଅଳ୍ପକେ ବର୍ତ୍ତି ଯାଇଛି।

ନିଆଁର ପ୍ରକୋପ ଏତେ ତୀବ୍ର ଥିଲା ଯେ ୧୨ ଫୁଟ ଉପରେ ଥିବା କଦଳୀ କାନ୍ଧି ମଧ୍ୟ ଜଳିପୋଡ଼ି ନଷ୍ଟ ହୋଇଯାଇଛି।ଦିବ୍ୟାଙ୍ଗ ହୋଇ ମଧ୍ୟ କଠିନ ପରିଶ୍ରମ କରି ବଗିଚାରେ ସୁନାର ଫସଲ ଫଳାଇ କେନ୍ଦୁଝର ଜିଲ୍ଲାରେ ଚର୍ଚ୍ଚା ଥିଲେ ରଇବୁ। ତେବେ ନିଆଁ ଲାଗି ବଗିଚା ଜଳିଯିବା ପରେ ସମସ୍ତ ପରିଶ୍ରମ ନିଆଁର ଆଁ ଭିତରେ ଜଳି ଯାଇଛି।  ରଇବୁଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ଅଞ୍ଚଳ ବାସୀ ଦାବି କରିଛନ୍ତି।

   Related Posts