ଚୋରାରେ ଚାଲିଥିଲା କାଠ ଚାଲାଣ, ଚଢାଉ କରି ସିଜ୍ କଲା ବନବିଭାଗ
11/01/2023 at 2:50 PM

ପାଟଣା ୧୧।୦୧ : ବେଆଇନ୍ ଭାବେ ଚାଲିଥିଲା ଚୋରାରେ କାଠ ଚାଲାଣ । ବନବିଭାଗର ଏନ୍ଫୋର୍ସମେଣ୍ଟ ଟିମ୍ ଚଢାଉ କରି ଲକ୍ଷାଧିକ ଟଙ୍କାର ଆକାଶିକା କାଠ ସହ ଟ୍ରକକୁ ଜବତ କରିଛି ।

ଖବର ଅନୁଯାୟୀ, ବେଆଇନ୍ ଭାବରେ କାଠ କଟାଯାଇ ପୁଟୁଳିଆ ନିକଟରେ ଏକ ପଡିଆରେ ଗଚ୍ଛିତ ରଖାଯାଇଥିଲା । ସେଠାରୁ ଟ୍ରକ ଯୋଗେ ଚୋରାରେ ଚାଲାଣ କରାଯାଇଥାନ୍ତା । ହେଲେ କୌଣସି ସୁତ୍ରରୁ ଖବର ପାଇ କେନ୍ଦୁଝର ଡିଏଫ୍ଓଙ୍କ ନିର୍ଦ୍ଦେଶରେ ଡେପୁଟି ରେଞ୍ଜର ବିଦ୍ୟାଧର ସାହୁଙ୍କ ନେତୃତ୍ୱରେ ଏନ୍ଫୋର୍ସମେଣ୍ଟ ଟିମ୍ ଚଢାଉ କରିଥିଲା । ଏହି ଚଢାଉରେ ଗଚ୍ଛିତ ଥିବା କାଠକୁ ଜବତ କରିଛି । ଏହାସହ ଏକ କାଠ ବୋଝେଇ ଟ୍ରକ ଏବଂ ଡ୍ରାଇଭର ସମେତ ଦୁଇ ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି ବନବିଭାଗ ।
Related Posts
ସାହିତ୍ୟିକ ହୁସେନ ରବି ଗାନ୍ଧୀଙ୍କ ପରଲୋକ, ୭୫ ବର୍ଷ ବୟସରେ ଦେହାନ୍ତ
28 January 2023