ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ପାଇଁ ହେବ ଶିଳ୍ପ ପାର୍କ, ମେକ୍‌ ଇନ୍‌ ଓଡିଶା କନ୍‌କ୍ଲେଭ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
  • ||
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ବନବିଭାଗର ଚଢାଉ, ଲକ୍ଷାଧିକ ଟଙ୍କାର ଶାଗୁଆନ୍‌ କାଠ ଜବତ

16/06/2022 at 1:19 PM

ମାଲକାନଗିରି ୧୬।୦୬ :  ବନବିଭାଗ ଚଢାଉ । ଲକ୍ଷାଧିକ ଟଙ୍କାର ମୂଲ୍ୟବାନ ଶାଗୁଆନ୍‌ କାଠ ଜବତ । ମାଲକାନଗିରି ବନ ବିଭାଗ ତରଫରୁ ଏହି ଚଢାଉ କରାଯାଇଛି । ଘଟଣାରେ ଜଣଙ୍କୁ ଗିରଫ କରି ପଚରାଉଚରା କରୁଛି ବନବିଭାଗ ।

ଖବର ଅନୁଯାୟୀ, ଜିଲ୍ଲାର ଏମ.ଭି.୧୯ ଗ୍ରାମର ବଳରାମ ହିଆଲଙ୍କ ଘରେ ଚୋରା କାଠ ରହିଥିବା ନେଇ ବନ ବିଭାଗକୁ ସୁଚନା ମିଳିଥିଲା । ଏହା ପରେ ମାଲକାନଗିରି ଡି.ଏଫ.ଓଙ୍କ ନିର୍ଦ୍ଦେଶ କ୍ରମେ ମାଲକାନଗିରି ବନାଞ୍ଚଳ ଅଧିକାରୀ ଜଗନ୍ନାଥ ବିଷୋୟୀଙ୍କ ନେତୃତ୍ବରେ ବନ ବିଭାଗରଏକ ସ୍ବତନ୍ତ୍ର ଟିମ୍ ଏମ.ଭି.୧୯ ଗାଁରେ ଅଚାନକ ଚଢାଉ କରିଥିଲା । ବଳରାମ ହିଆଲଙ୍କ ବାସ ଗୃହରୁ ବନ କର୍ମଚାରୀ ମାନେ ୨ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟବାନ କାଠ ପଟ୍ଟା ଜବତ କରିଥିଲେ । ଯାହା ମଧ୍ୟରେ ରହିଛି ସାଗୁଆନ, ପିଆଶାଳ ଏବଂ ଜାମୋକୋଳି କାଠର ମୋଟ ୪୧ ଟି ସାଇଜ ଓ ୩୮ଟି କାଠ ପଟ୍ଟା । ଏହା ସହ ନିଜ ଘର ପଛ ପଟେ ଜମିରେ ଥିବା ଏକ ଘଙ୍ଗା ଘରେ ଲୁଚେଇ ରଖିଥିବା କାଠକୁ ମଧ୍ୟ ଜବତ କରିଛି ବନ ବିଭାଗ । ଅଭିଯୁକ୍ତ ବଳରାମ ହିଆଲଙ୍କୁ ବନ ବିଭାଗ ଗିରଫ କରି ଅଧିକ ପଚରା ଉଚରା କରୁଛି ।

   Related Posts