LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ନିଲାମ ହେଉନି ଜବତ ଗାଡି, ବନ ବିଭାଗ ଅଫିସ୍ ପାଲଟିଗଲାଣି କବାଡିଖାନା

11/05/2023 at 1:05 PM

ଚଣ୍ଡିଖୋଲ ୧୧।୫: ଗାଡ଼ି ଗୁଡିକରେ ମାଡି ଗଲାଣି ଗଛଲତା । ବର୍ଷ ବର୍ଷ ଧରି ଏଭଳି ଭାବେ ପଡିରହିଛି ଗାଡ଼ି । ସୃଷ୍ଟି ହୋଇ ଗଲାଣି ଜଙ୍ଗଲ । ଏହା କୌଣସି କବାଡିଆଖାନା କିମ୍ବା ଅନ୍ୟ ଅଞ୍ଚଳର ନୁହେଁ ବରଂ ଯାଜପୁର ଜିଲ୍ଲା ଡାଳିଯୋଡ଼ା ବଇରୀ ରେଞ୍ଜ ଅଫିସ୍ ପରିସରର ଦୃଶ୍ୟ ।

ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ବିଭିନ୍ନ ମାମଲାରେ ଗାଡ଼ିଗୁଡିକ ଜବତ କରାଯାଇଥିଲା । ସମସ୍ତ ଆଇନଗତ ପକ୍ରିୟା ଶେଷ ହେବା ପରେ ବନ ବିଭାଗ ପକ୍ଷରୁ ୨୦ରୁ ଉର୍ଦ୍ଧ୍ବ ଗାଡ଼ିକୁ ବାଜ୍ୟାପ୍ତି ଘୋଷଣା କରାଯାଇଛି । ହେଲେ ଗାଡ଼ିଗୁଡିକ ବର୍ଷ ବର୍ଷ ଧରି ସେହି ଅଫିସ୍ ପରିସରରେ ପଡିରହିଛି । ଯାହା ଫଳରେ ଅଫିସ୍ ପରିସର ଜଙ୍ଗଲ ସୃଷ୍ଟି ହୋଇଥିବା ବେଳେ ଗାଡ଼ିଗୁଡିକ ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଗଲାଣି ।

ବନ ବିଭାଗ ପକ୍ଷରୁ ଜବତ ଗାଡ଼ିଗୁଡିକୁ ବାଜ୍ୟାପ୍ତି ଘୋଷଣା କରାଯାଇଛି । ଗାଡ଼ି ଗୁଡିକର ମୂଲ୍ୟାୟନ କରାଯିବା ପାଇଁ ପରିବହନ ବିଭାଗକୁ ବାରମ୍ବାର ଚିଠି କରାଯାଇଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ ପରିବହନ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନି । ଯାହା ଫଳରେ ଗାଡ଼ି ଗୁଡିକର ନିଲାମ କରାଯାଇ ପାରୁନାହିଁ । ଯେଉଁଥି ପାଇଁ ସରକାରଙ୍କ ରାଜସ୍ବ ମଧ୍ୟ ହାନି ମଧ୍ୟ ହେଉଛି ।

କେବଳ ବଇରୀ ରେଞ୍ଜ ଅଫିସ୍ ପରିସର ନୁହେଁ ଚଣ୍ଡିଖୋଲ ସ୍ଥିତ ବନ ବିଭାଗ ଅଫିସ୍ ପରିସରରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି । ଅଫିସ୍ ପରିସରରେ ମାଳ ମାଳ ଗାଡ଼ି ପଡି ରହିଛି । ପରିବହନ ବିଭାଗର ଉଦାସୀନତା ପାଇଁ ଗାଡ଼ିଗୁଡିକ ଏହିଭଳି ପଡି ରହୁଛି । ଏ ନେଇ ପରିବହନ ବିଭାଗକୁ ଅବଗତ କରାଯାଇଥିବା ରେଞ୍ଜର କହିଥିବା ବେଳେ ଚଣ୍ଡିଖୋଲ ଆରଟିଓ ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି ।

   Related Posts