ଫସଲ ଖାଇବାକୁ ଆସି ଚହଲାରେ ପଡିଲା ଦନ୍ତା, ଉଦ୍ଧାର କଲା ବନବିଭାଗ

Published By : Prameya-News7 Bureau | December 03, 2023 IST

ସୁନ୍ଦରଗଡ 03/12: ଚହଲାରେ ପଡିଲା ଦନ୍ତା। ଜେସିବିରେ ଖୋଳି ଦନ୍ତାହାତୀକୁ ଉନ୍ଧାର କରିବାରେ ସଫଳ ହୋଇଛି ବନ ବିଭାଗ।  ଏଭଳି ଘଟଣା ଘଟିଛି ସୁନ୍ଦରଗଡ ସଦର ଫରେଷ୍ଟ ରେଂଜ ସାନଡମକୁଡା ଭଗ୍ରାପଡାରେ ।

{"id":878054,"sizeSlug":"full","linkDestination":"none"}

ହାତୀ ଏକ ଚହଲାରେ ଫସିଥିବା ଦନ୍ତାକୁ ବନବିଭାଗ ସୁରକ୍ଷିତ ଭାବେ ଉଦ୍ଧାର କରିଛି। ପରେ ଦନ୍ତା ଜଙ୍ଗଲ ଭିତରକୁ ପଳାଇଛି। ଦନ୍ତା ଏହି ଚହଲା ଭିତରେ  ଫସିଯାଇଥିବା ବେଳେ ସ୍ଥାନୀୟ ଲୋକେ ନିଜ ଚାଷ ଜମିକୁ ଯିବା ସମୟରେ ଏହା ଦେଖି ବନବିଭାଗ ଓ ପୋଲିସକୁ ଖବର ଦେଇଥିଲେ । ପରେ ବନବିଭାଗ ଓ ପୋଲିସ ପହଂଚି ଏକ ଜେସିବି ସାହାଯ୍ୟରେ ମାଟି ଖୋଳି ହାତୀକୁ ଉଦ୍ଧାର କରିଥିଲେ। ଭଗ୍ରାପଡାରେ ଚାଷ ପାଇଁ ପାଣି ରଖିବାକୁ ଏକ ଚହଲା ଖୋଳାଯାଇଥିଲା।  ଏହି ଚହଲାରୁ ଚାଷୀ ମାନେ ପାଣି ନିଜ ଜମିକୁ ମଡାଇଥାନ୍ତି । ହାତୀ ଫସଲ ଖାଇବାକୁ ଅ।ସିଥିବା ସମୟରେ ଏହି ଚହଲାରେ ପଡିଯାଇଥିଲା।

Also Read- ପୋଲିସ୍‌ର ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ସୁଶାନ୍ତ ଗୁରୁତର

 ଗତ କିଛି ଦିନ ହେବ ସୁନ୍ଦରଗଡ ଜିଲ୍ଲାର ବିଭିନ୍ନ ଫରେଷ୍ଟ ରେଂଜରେ ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏମିତି କି  ବଡଗାଁ ଫରେଷ୍ଟ ରେଂଜରେ ହାତୀ ଆକ୍ରମଣରେ 3 ଜୀବନ ମଧ୍ୟ ଗଲାଣି। ବର୍ତ୍ତମାନ ଧାନ ଅମଳ ସମୟ ହୋଇଥିବା ବେଳେ ହାତୀ ଉପଦ୍ରବ ବୃଦ୍ଧି ପାଇଛି। ହାତୀଟି ଚହଲାରେ ପଡିଯଅଇଥିବା ବେଳେ ହାତୀକୁ ଦେଖିବାକୁ ବହୁ ଲୋକ ରୁଣ୍ଡ ହୋଇଥିଲେ। ତେବେ ଲୋକେ ଜଙ୍ଗଲ କାଟି ସଫା କରିବା ସହ ଜଙ୍ଗଲ ଜମି ପଟ୍ଟା ପାଉଥିବାରୁ ଧିରେ ଧିରେ ଜଙ୍ଗଲ କମିବାରେ ଲାଗିଛି ଏଣୁ ବର୍ତ୍ତମାନ ହାତୀ ଜଙ୍ଗଲ ଛାଡି ଜନବସତି ଅ।ଡକୁ ଅ।ସୁଛନ୍ତି।  ତେବେ ବର୍ତ୍ତମାନ ଏହି ଅଂଚଳରେ 3ଟି ହାତୀ ଥିବା ସଦର ରେଂଜର ସ୍ୱଚନା ଦେଇଥିବା ବେଳେ ସ୍ଥାନୀୟ ଲୋକେ ଏହାକୁ ନେଇ ଖୁବ୍ ଭୟଭୀତ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.